• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

News Highlights

  • ଟ୍ରୋଲ୍ ହେଲେ ଅମିତାଭ ବଚ୍ଚନ

  • ଫେକ୍ ଶାୟରୀ ପୋଷ୍ଟ କରିଥିଲେ

  • ଦୁଇ ମହାନ ଶାୟରଙ୍କ ନାମରେ ପୋଷ୍ଟ କରିଥିଲେ

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥାଆନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରିଥା’ନ୍ତି। ଏହା ସହିତ, ସେ ତାଙ୍କର ଦୈନନ୍ଦିନ କାର୍ଯ୍ୟର ସୂଚନା ପ୍ରଶଂସକଙ୍କ ସହ ବାଣ୍ଟିବାକୁ ଭୁଲନ୍ତି ନାହିଁ। ନିକଟରେ ବିଗ୍-ବି ତାଙ୍କ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଲୋକଙ୍କ ଟ୍ରୋଲର ସମ୍ମୁଖୀନ ହେବାକୁ ପଡ଼ିଲା। ସେ ଦୁଇ ମହାନ ଶାୟରଙ୍କ ନାମରେ ନକଲି ଶାୟରୀ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ସେ ଲୋକଙ୍କ ଟାର୍ଗେଟ୍‌ରେ ଆସିଥିଲେ।

ସୂଚନା ମୁତାବକ ଅମିତାଭ ବଚ୍ଚନ ସୋମବାର ବିଳମ୍ବିତ ରାତିରେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରୁ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦାବି କରାଯାଇଥିଲା ଯେ ଲେଖାଯାଇଥିବା ଦୁଇଟି ଶାୟରୀ ପ୍ରସିଦ୍ଧ ଶାୟର୍ ମିର୍ଜା ଗାଲିବ ଏବଂ ଇକବାଲଙ୍କ ଦ୍ୱାରା ଲିଖିତ। ବର୍ତ୍ତମାନ କଥାଟି ହେଉଛି ଯେ ଏହି ଉଭୟ ଶାୟରୀ ନକଲି ଏବଂ ଉଲ୍ଲେଖ କରାଯାଇଥିବା ଶାୟରମାନଙ୍କ ସହିତ ସେସବୁର କୌଣସି ସମ୍ପର୍କ ନାହିଁ। ଅମିତାଭ ଏହି ଫଟୋକୁ କୌଣସି ସ୍ଥାନରୁ ଯାଞ୍ଚ ନ କରି ଏବଂ କ୍ରସ୍ ଚେକ୍ ନ କରି ଫେସ୍‌ବୁକ୍‌ରେ ପୋଷ୍ଟ୍ କରିଦେଇଥିଲେ। ବର୍ତ୍ତମାନ ଲୋକମାନେ ତାଙ୍କୁ ଏହାକୁ ନେଇ ଟ୍ରୋଲ କରୁଛନ୍ତି। ଫଟୋ ସେୟାର କରି ଅମିତାଭ ଲେଖିଛନ୍ତି, 'ଶାୟରୀ ବନାମ ଶାୟରୀ' |

ଲୋକମାନେ ଅମିତାଭ ବଚ୍ଚନଙ୍କୁ ଜମେଇକି ଟ୍ରୋଲ୍‌ କରୁଛନ୍ତି। କେହି କେହି ତାଙ୍କୁ ଟିଚର ବଦଳାଇବାକୁ କହୁଛନ୍ତି ତ କେହି କେହି ତାଙ୍କୁ ପୋଷ୍ଟ ପୂର୍ବରୁ କ୍ରସ୍ ଚେକ୍ କରିବାକୁ କହୁଛନ୍ତି। ଗୋଟିଏ ପରେ ଗୋଟିଏ, ଉପଭୋକ୍ତାମାନେ କ୍ରମାଗତ ଭାବରେ ବିଗ୍ ବିଙ୍କୁ ଟ୍ରୋଲ୍‌ କରୁଛନ୍ତି ଏବଂ ତାଙ୍କ ଭୁଲ୍ କହୁଛନ୍ତ। ଜଣେ ଉପଭୋକ୍ତା ଲେଖିଛନ୍ତି, “ତୁମର ଟିମ୍ ପରିବର୍ତ୍ତନ କର ପ୍ରଭୁ, ଦୟାକରି ଯାଞ୍ଚ ନ କରି କିଛି ପୋଷ୍ଟ୍‌ କରିବାକୁ ଦିଅନ୍ତୁ ନାହିଁ।” ଏଥିସହ ଅନ୍ୟ ଜଣେ ଲେଖିଛନ୍ତି, “ଯଦି ଗାଲିବ ଆଜି ଜୀବିତ ଥାଆନ୍ତେ, ତେବେ ସେ ଏହି ପୋଷ୍ଟ୍‌ ଦେଖିବା ପରେ ଆତ୍ମହତ୍ୟା କରିଥାନ୍ତେ। ଏମିତିରେ ତୁମେ ସଂସଦରେ ରହିବା ଉଚିତ୍, ଗାଲିବଙ୍କ ନାମରେ ଏହି ପ୍ରକାର ଶାୟରୀ ସେଠାରେ ହିଁ ଠିକ୍ ଲାଗିବ।”

ୱାର୍କ ଫ୍ରଣ୍ଟର କଥା କହିଲେ ଅମିତାଭ ବଚ୍ଚନ କୁଇଜ୍‌ ସୋ ‘କୌନ୍ ବନେଗା କରୋଡପତି-୧୩’ ତମ ସିଜିନ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ତାଙ୍କର ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଏବଂ କିଛି ସୁଟିଂ ଶେଷ ହେବାକୁ ଯାଉଛି। ତାଙ୍କର ଆଗାମୀ ପ୍ରକଳ୍ପର ତାଲିକାରେ ଝୁଣ୍ଡ୍, ଚେହରେ, ବ୍ରହ୍ମାସ୍ତ୍ର, ମେଡେ ସମେତ ଅନେକ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ।

OTV is now on Whatsapp

Join and get latest news update delivered to you via whatsapp

Join Now