Advertisment

ବଲିଉଡ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନଙ୍କୁ ପୁଣି କରୋନା

ବଲିଉଡର ମହାନାୟକ ତଥା ବିଗ ବି ଅମିତାଭ ବଚ୍ଚନ ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ମଙ୍ଗଳବାର ରାତିରେ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
 Amitabh Bachchan

Amitabh Bachchan

ବିଗ୍ ବି ଅମିତାଭ୍ ବଚ୍ଚନଙ୍କୁ ପୁଣି କରୋନା । ଏ ନେଇ ନିଜେ ଅମିତାଭ୍ ବଚ୍ଚନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, 'ମୁଁ କୋଭିଡ୍ ପଜିଟିଭ୍ ଆସିଛି, ମୋ ସହିତ ଯେଉଁମାନେ ମିଳାମିଶା କରିଛନ୍ତି, ସେମାନେ ମଧ୍ୟ ନିଜର ଟେଷ୍ଟ କରାଇ ନିଅନ୍ତୁ' ।

Advertisment

ଏହା ପୂର୍ବରୁ ମଧ୍ୟ ଅମିତାଭ୍ ବଚ୍ଚନ ୨୦୨୦ ଜୁଲାଇରେ କରୋନାରେ ସଂକ୍ରମିତ ହୋଇଥିଲେ । ସେତେବେଳେ ସେ ପ୍ରାୟ ୩ ସପ୍ତାହ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟା ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ ।

Advertisment

ବର୍ତ୍ତମାନ ଅମିତାଭ ବଚ୍ଚନ କୌନ ବନେଗା କୋରର ପତିର ହୋଷ୍ଟିଂ କରୁଛନ୍ତି। ଆଗାମୀ ଦିନରେ ସେ ଆୟନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ର ପାର୍ଟ ୱା-ଶିବ, ବିକାଶ ଭଲଙ୍କ ଗୁଡ ବାଏ, ଉଚ୍ଚାଇ ଓ ପ୍ରୋଜେକ୍ଟ କେରେ ନଜର ଆସିବେ।

COVID-19 Amitabh Bachchan
Advertisment
Advertisment