Advertisment

ସକାଳ ୬ଟାରେ କାମକୁ ଯାଇ ରାତି ୮ଟାରେ ଫେରନ୍ତି ଅମିତାଭ

ଅମିତାଭ ବଚ୍ଚନ ଆଜି ଯେଉଁ ଜାଗାରେ ପହଞ୍ଚିଛନ୍ତି କୌଣସି କାମ ନ କଲେ ବି ଅଭାବ ରହିବ ନାହିଁ। ତାଙ୍କୁ ୭୯ ବୟସ ହେଲାଣି। ତଥାପି ଥକି ନାହାନ୍ତି। ଏ ବୟସରେ ବି ସେ ଦୀର୍ଘ ୧୪ ଘଣ୍ଟା ପରିଶ୍ରମ କରନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Amitabh Bachchan reveals that he works to 6 am to 8 pm

Amitabh Bachchan reveals that he works to 6 am to 8 pm

ଅମିତାଭ ବଚ୍ଚନଙ୍କୁ ଖାଲି ଖାଲିରେ ଶତାବ୍ଦୀର ମହାନାୟକ କୁହାଯାଏ ନାହିଁ। ତାଙ୍କୁ ୭୯ ବର୍ଷ ହୋଇଥିଲେ ମଧ୍ୟ ସେ ଥକିଯାଇ ନାହାନ୍ତି। ଆଜି ବି ସେ କାମ କରିବାରେ ଯୁବକମାନଙ୍କ ସହ ମଧ୍ୟ ଟକ୍କର ଦେଇପାରନ୍ତି। କାମ ପ୍ରତି ତାଙ୍କର ଏହି ସମର୍ପଣ ଭାବ ଯୋଗୁଁ ସେ ଆଜି ବି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି। ବଲିଉଡର ଅନ୍ୟତମ ଆକ୍ସନ ହୀରୋ ଅଜୟ ଦେବଗନ୍ ଥରେ ଅମିତାଭଙ୍କୁ ନେଇ କହିଥିଲେ ଯେ ଯିଏ ବର୍ଷ ବର୍ଷ ଧରି ବଲିଉଡ୍‌କୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି, ସେ ଶୁଟିଂ ସେଟ୍‌ରେ ନିଜର ସଂଳାପକୁ ଭଲଭାବରେ ଅଭ୍ୟାସ କରିଥାନ୍ତି।

Advertisment

ତେବେ ଯେଉଁ ସ୍ଥାନରେ ଆଜି ବିଗ୍ ବି ପହଞ୍ଚିଛନ୍ତି ଆଉ ତାଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ନାହିଁ। ଏହା ସତ୍ତ୍ୱେ ବି ଅମିତାଭ ତାଙ୍କ କାମରେ କୌଣସି ଢିଲା ମାରନ୍ତି ନାହିଁ। 'କେବିସି ୧୪'ର ଏକ ପ୍ରୋମୋରେ ଅମିତାଭ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ ଶୁଟିଂ ସେଟ୍‌ରେ କେତେ ସମୟ କାମ କରନ୍ତି ସେ କଥା କହିଛନ୍ତି।

ଆଜିକାଲି ଅମିତାଭ ବଚ୍ଚନ ‘କୌନ୍‌ ବନେଗା କରୋଡ୍‌ପତି'(KBC)ର ସିଜନ ୧୪ ପାଇଁ ବ୍ୟସ୍ତ ରହୁଛନ୍ତି। ଏହାର ହୋଷ୍ଟିଂ କରୁଛନ୍ତି। ଏହି ଶୋ’ରୁ ଅମିତାଭଙ୍କ ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି, ଯେଉଁଥିରେ ସୁରଟ୍‌ରୁ ଆସିଥିବା ହୀରା ପଲିସ୍‌  କାମ କରୁଥିବା ଜଣେ ପ୍ରତିଯୋଗୀ ହଟ୍‌ସିଟ୍‌ରେ ତାଙ୍କ ସାମ୍ନାରେ ବସିଛନ୍ତି।

Advertisment

ଅମିତାଭ ତାଙ୍କଠାରୁ ହୀରା ବିଷୟରେ କିଛି ସୂଚନା ପାଇବା ପାଇଁ ପ୍ରଶ୍ନ ପଚାରିଛନ୍ତି। ସେ ପଚାରିଛନ୍ତି ଯେ ପ୍ରକୃତ ଏବଂ ନକଲି ହୀରାକୁ କିପରି ଚିହ୍ନଟ କରାଯାଇପାରିବ। ଏହାର ଉତ୍ତର ଦେବାକୁ ଯାଇ ବୃଜକିଶୋର ନାମକ ଜଣେ ପ୍ରତିଯୋଗୀ କହିଛନ୍ତି ଯେ ପ୍ରକୃତ ହୀରାକୁ ଗରମ କରିଲେ ବି ତାହାର କୌଣସି ପରିବର୍ତ୍ତନ ହେବ ନାହିଁ, କିନ୍ତୁ ନଲଲୀ ହୀରା ତରଳି ଯିବ। ଏଥିରେ ଆଶ୍ଚର୍ଯ୍ୟ ହୋଇ ଅମିତାଭ ଦର୍ଶକଙ୍କୁ ଚାହିଁ ପଚାରିଥିଲେ ଯେ ମହିଳାମାନେ ଏହା ଜାଣିଛନ୍ତି କି ନାହିଁ।

ଏହି ପ୍ରୋମୋରେ, ଅନ୍ୟାନ୍ୟ ମଜାଳିଆ କଥାବର୍ତ୍ତା ହେବା ପରେ ବୃଜକିଶୋର ସେହି କମ୍ପାନୀରେ ୧୨ କାମ କାରିବାକୁ ପଡେ ବୋଲି କହିଛନ୍ତି। ଏହା ଶୁଣି ଅମିତାଭ ବଚ୍ଚନ ମଧ୍ୟ କୁହନ୍ତି ଯେ “ତୁମର ଏବଂ ଆମର ଅବସ୍ଥା ସମ୍ପୂର୍ଣ୍ଣ ସମାନ। ମୁଁ ତୁମକୁ କ’ଣ ବା କହିବି, ସକାଳ ୬ଟାରୁ କାମକୁ ଆସିଛି ରାତି ୮-୯ରେ ଯିବି।”

ଅମିତାଭ ବଚ୍ଚନ ଏ ବୟସରେ ବି ବିନା ଦ୍ୱିଧାରେ କଠିନ ପରିଶ୍ରମ କରନ୍ତି। ବିଗ୍ ବି ବର୍ଷ ବର୍ଷ ଧରି KBCକୁ ମଜାଳିଆ ଭାବେ ହୋଷ୍ଟିଂ କରିଆସୁଛନ୍ତି। ଖାଲି KBC ନୁହେଁ ଅମିତାଭ ଫିଲ୍ମ ସୁଟିଂରେ ମଧ୍ୟ ବ୍ୟସ୍ତ ରୁହନ୍ତି। ଖୁବ୍ ଶୀଘ୍ର ତାଙ୍କୁ ଫିଲ୍ମ 'ବ୍ରହ୍ମାସ୍ତ୍ର', 'ଗୁଡ୍‌ବାଏ', 'ଉଚାଇ'ରେ ଦେଖିବାକୁ ମିଳିବ।

Amitabh Bachchan Bollywood Kaun Banega Crorepati
Advertisment
Advertisment