Advertisment

ପାନ ମସଲା ବିଜ୍ଞାପନ କାହିଁକି କଲେ ଅମିତାଭ?

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କୁ ଏକ ପାନ ମସଲା ବିଜ୍ଞାପନ ପାଇଁ ଟ୍ରୋଲ ହେବାକୁ ପଡିଛି। ନିକଟରେ ଅମିତାଭ ରଣବୀର ସିଂହଙ୍କ ସହିତ ଏହି ବିଜ୍ଞାପନଟି କରିଥିଲେ। ଟ୍ରୋଲିଂ ହେବା ପରେ ସେ ଏହାର ଜବାବ ସୋସିଆଲ୍ ମିଡିଆରେ ରଖିଛନ୍ତି।

author-image
Pramod Behera
Amitabh Bachchan

Amitabh Bachchan

ନୂଆଦିଲ୍ଲୀ : ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କୁ ଏକ ପାନ ମସଲା ବିଜ୍ଞାପନ ପାଇଁ ଟ୍ରୋଲ ହେବାକୁ ପଡିଛି। ନିକଟରେ ଅମିତାଭ ରଣବୀର ସିଂହଙ୍କ ସହିତ ଏହି ବିଜ୍ଞାପନଟି କରିଥିଲେ। ଟ୍ରୋଲିଂ ହେବା ପରେ ସେ ଏହାର ଜବାବ ସୋସିଆଲ୍ ମିଡିଆରେ ରଖିଛନ୍ତି।

Advertisment

ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ବେଶ ସକ୍ରିୟ ରହୁଥିବା ବେଳେ ଲଗାତର କିଛି ନା କିଛି ପୋଷ୍ଟ କରନ୍ତି। ନିକଟରେ ସେ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ଅନେକ ପ୍ରଶସଂକ କମେଣ୍ଟ ଦେଇଥିଲେ। ଜଣେ ଉପଭୋକ୍ତା ପାନ ମସଲା ନେଇ ବିଜ୍ଞାପନ କରିବା ଉପରେ ଅମିତାଭଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇଛନ୍ତି ଅମିତାଭ।

Advertisment

ଅମିତାଭ ବଚ୍ଚନ ଫେସ୍‌ବୁକ୍‌ରେ ପୋଷ୍ଟ କରି ଲେଖିଥିଲେ ଯେ “ଏକ ଘଣ୍ଟା କିଣି ହାତରେ ବାନ୍ଧିବି କ’ଣ, ସମୟ ତ ମୋ ପଛରେ ପଡିଯାଇଛି।” ଏହି ପୋଷ୍ଟରେ ଜଣେ ଉପଭୋକ୍ତା କମେଣ୍ଟ କରି କହିଛନ୍ତି ଯେ “ପ୍ରଣାମ ସାର୍, ଗୋଟିଏ ପ୍ରଶ୍ନ ପଚାରିବାରେ ଅଛି ଆପଣଙ୍କୁ। ଆପଣଙ୍କର କ’ଣ ଏମିତି ଆବଶ୍ୟକ ପଡିଲା ଯେ କମଲା ପସନ୍ଦ ପାନ ମସଲାର ବିଜ୍ଞାପନ କରିବାକୁ ପଡିଲା। ତେବେ ତୁଚ୍ଛ ବ୍ୟକ୍ତି ଓ ଆପଣଙ୍କ ଭିଅତରେ ଫରକ କ’ଣ।”

ଅମିତାଭ ବଚ୍ଚନ ଏହି ପ୍ରଶ୍ନର ଉତ୍ତର ରଖି କହିଛନ୍ତି ଯେ “ମାନ୍ୟବର, କ୍ଷମା ମାଗୁଛି। କୌଣସି ବ୍ୟବସାୟରେ ଯଦି କାହାର ଭଲ ହେଉଛି ତେବେ ଏହା ଚିନ୍ତା କରିବା ଦରକାର ନାହିଁ ଯେ ତାଙ୍କ ସହିତ କାହିଁକି ଜଡିତ ହେବା। ଅନ୍ୟର ବ୍ୟବସାୟ ସହିତ ଆମକୁ ବି ନିଜ ବ୍ୟବସାୟ ଉପରେ ଚିନ୍ତା କରିବାକୁ ପଡୁଛି। ଏବେ ଆପଣଙ୍କୁ ଲାଗୁଛି ଯେ ଏହା ମତେ କରିବାର ନ ଥିଲା। କିନ୍ତୁ ଏହା କରିବା ଦ୍ୱାରା ମତେ ଅର୍ଥ ମିଳୁଛି। ଆମ ‍ଇଣ୍ଡଷ୍ଟ୍ରିରେ ବହୁତ ଲୋକଙ୍କୁ କାମ ମିଳୁଛି। ମାନ୍ୟବର, ତୁଚ୍ଛ ଶବ୍ଦଟି ଆପଣଙ୍କ ମୁହଁରେ ଶୋଭା ପାଉନି। ଆଦର ସହିତ ନମସ୍କାର କରୁଛି।”

Amitabh Bachchan New Delhi
Advertisment
Advertisment