Advertisment

ହରିଶ ମେଗନଙ୍କ ଦେହାନ୍ତ; 'ନମକ ହଲାଲ୍'ରେ ଅମିତାଭଙ୍କ କୋ-ଷ୍ଟାର୍‌ ଥିଲେ

୭୦ ଏବଂ ୮୦ ଦଶକର କଳାକାର ହରିଶ ମେଗନଙ୍କର ୭୬ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଅମିତାଭ ବଚ୍ଚନଙ୍କ ସହ 'ନମକ ହଲାଲ୍'ରେ ନଜର ଆସିଥିବା ହରିଶଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Harish Magon Death

Amitabh bachchan namak halaal co-actor harish magon died

ମନୋରଞ୍ଜନ ଜଗତର ୭୦ ଏବଂ ୮୦ ଦଶକର କଳାକାର ହରିଶ ମେଗନଙ୍କର ୭୬ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଅମିତାଭ ବଚ୍ଚନଙ୍କ ସହ 'ନମକ ହଲାଲ୍'ରେ ନଜର ଆସିଥିବା ହରିଶଙ୍କ ମୃତ୍ୟୁ ଖବର ଯୋଗୁଁ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଦେହାନ୍ତରେ ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏସନ୍ (CINTAA) ଦୁଃଖ ପ୍ରକାଶ କରିଛି। ସୂଚନା ଅନୁଯାୟୀ, ଜୁଲାଇ ୧ ରେ ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

'ଗୋଲ ମାଲ' ଏବଂ 'ଶହଂଶାହ' ଭଳି ଚଳଚ୍ଚିତ୍ର ମାଧ୍ୟମରେ ହରିଶ ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ହରିଶଙ୍କ ପତ୍ନୀ, ପୁଅ ସିଦ୍ଧାର୍ଥ ଏବଂ ଝିଅ ଅରୁଶୀ ଅଛନ୍ତି। ହରିଶଙ୍କ ମୃତ୍ୟୁର କାରଣ ସମ୍ପର୍କରେ ସୂଚନା ମିଳି ନାହିଁ। ଖବର ଅନୁଯାୟୀ, ହରିଶ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତଠାରୁ ଦୂରରେ ରହି ମୁମ୍ବାଇରେ ଏକ ଆକ୍ଟିଙ୍ଗ୍ ସ୍କୁଲ୍ ଚଳାଉଥିଲେ।

Advertisment

ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏସନ ହରିଶଙ୍କ ମୃତ୍ୟୁ ସୂଚନା ଟ୍ୱିଟର ମାଧ୍ୟମରେ ଶେୟାର କରିଛି। ୧୯୮୮ ମସିହାରୁ ହରିଶ ଏହି ଆସୋସିଏସନର ସଦସ୍ୟ ଥିଲେ। ହରିଶ ୬ ଡିସେମ୍ବର ୧୯୪୬ ରେ ଜନ୍ମଗ୍ରହଣ କରିଥିଲେ। ସେ FTII ରୁ ଅଭିନୟ ଶିକ୍ଷା ଗ୍ରହଣ କରିଥିଲେ ଏବଂ ୧୯୭୪ ବ୍ୟାଚ୍‌ର ଛାତ୍ର ଥିଲେ। 'ଚୁପ୍‌କେ ଚୁପ୍‌କେ', 'ମୁକ୍କଦର କା ସିକନ୍ଦର' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ହରିଶଙ୍କୁ ୧୯୯୭ ମସିହାରେ ଶେଷ ଥର ପାଇଁ ଚଳଚ୍ଚିତ୍ର 'ଉଫ୍! ୟେ ମୋହବତ୍'ରେ ଦେଖିବାକୁ ମିଳିଥିଲା।

Bollywood
Advertisment
Advertisment