Advertisment

ଅମିତାଭଙ୍କ ନାତି ପ୍ରେମରେ ପଡିଲେ ଶାହରୁଖଙ୍କ ଝିଅ; ଦେଖନ୍ତୁ ଭାଇରାଲ ଫଟୋ

ସାମ୍ନାକୁ ଆସିଲା ଷ୍ଟାର୍‌କିଡ୍ ପ୍ରେମ। ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ପ୍ରେମରେ ଏବେ ଉବୁଟୁବୁ ଶାହରୁଖଙ୍କ ଝିଅ ସୁହାନା ଖାନ। ଭାଇରାଲ୍ ହେଉଛି ଉଭୟଙ୍କ ଫଟୋ।

author-image
Pramod Behera
Amitabh bachchan-grandson love affair with shah rukh khan daughter

Amitabh bachchan-grandson love affair with shah rukh khan daughter

ଖ୍ରୀଷ୍ଟମାସ ଉତ୍ସବରେ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଅଗସ୍ତ୍ୟ ନନ୍ଦାଙ୍କ ସହ ନଜର ଆସିଥିଲେ। ଉଭୟ ମେଳ ଖାଉଥିବା ପୋଷାକ ପିନ୍ଧିଥିବାର ନଜର ଆସିଥିଲେ। ଯେତେବେଳେ ଖ୍ରୀଷ୍ଟମାସ ଉତ୍ସବର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଲା, ପ୍ରଶଂସକମାନେ ଅନୁଭବ କରିବାକୁ ଲାଗିଲେ ଯେ ସୁହାନା ଖାନ ଏବଂ ଅଗସ୍ତ୍ୟ ନନ୍ଦାଙ୍କ ମଧ୍ୟରେ କିଛି ଚାଲିଛି। ବର୍ତ୍ତମାନ କିଛି ରିପୋର୍ଟରୁ ସେମାନଙ୍କ ସମ୍ପର୍କ ବିଷୟରେ ଜଣାପଡିଛି।

Advertisment

ଉଭୟ ସୁହାନା ଏବଂ ଅଗସ୍ତ୍ୟ ଜୋୟା ଅଖତରଙ୍କ ଫିଲ୍ମ 'ଦି ଆର୍କିଜ୍'ରେ ଡେବ୍ୟୁ କରିବେ। ଏବେ ଖବର ଆସୁଛି ଯେ ଅଗସ୍ତ୍ୟ ସୁହାନାଙ୍କ ସହ ଥିବା ସମ୍ପର୍କକୁ ସ୍ୱୀକାର କରିଛନ୍ତି। ଯେତେବେଳେ ଅଗସ୍ତ୍ୟ ତାଙ୍କ ପରିବାର ସହିତ ଖ୍ରୀଷ୍ଟମାସ ପାର୍ଟିରେ ପହଞ୍ଚିଥିଲେ, ସେତେବେଳେ ସେ ତାଙ୍କ ଭଉଣୀ ଏବଂ ମାଆଙ୍କୁ ସୁହାନା ଖାନଙ୍କ ସହ ପରିଚିତ କରାଇଥିଲେ ଏବଂ ତାଙ୍କୁ ତାଙ୍କ ପାର୍ଟନର୍ ବୋଲି କହିଥିଲେ।

ଏହାପରେ ଫଟୋଗ୍ରାଫର ଭିରଲ ଭୟାନି ସୁହାନା ଏବଂ ଅଗସ୍ତ୍ୟଙ୍କର ଅନେକ ଆକର୍ଷଣୀୟ ଫଟୋ ଶେୟାର କରିଥିଲେ, ଯାହାକୁ ଦେଖି ପ୍ରଶଂସକମାନେ ଜାଣିବାକୁ ପାଇଛନ୍ତି ଯେ ସେମାନେ ପରସ୍ପରଙ୍କୁ ଡେଟିଂ କରୁଛନ୍ତି।

Advertisment

ରିପୋର୍ଟ ଅନୁଯାୟୀ, ସୁହାନା ଖାନଙ୍କ ସହ ପୁଅ ଅଗସ୍ତ୍ୟଙ୍କ ସମ୍ପର୍କକୁ ନେଇ ମା’ ଶ୍ୱେତା ବଚ୍ଚନ ଖୁବ୍ ଖୁସି ଅଛନ୍ତି, କାରଣ ସେ ସୁହାନାଙ୍କୁ ବହୁତ ପସନ୍ଦ କରନ୍ତି। ସୁହାନା ଏବଂ ଅଗସ୍ତ୍ୟଙ୍କ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ଏକାଠି ଖୁବ ମନୋରଂଜନ କରୁଥିବା ଦେଖିବାକୁ ମିଳେ। ଅଗସ୍ତ୍ୟ ନନ୍ଦା ଅମିତାଭ ବଚ୍ଚନଙ୍କ ନାତି। ସେ କିଛି ମାତ୍ରାରେ ତାଙ୍କ ମାମୁ ଅଭିଷେକ ବଚ୍ଚନଙ୍କ ପରି ଦେଖାଯାଉଛନ୍ତି।

ପ୍ରକାଶଥାଉ ଯେ ଉଭୟ ସୁହାନା ଖାନ ଏବଂ ଅଗସ୍ତ୍ୟଙ୍କୁ ୨୨ ବର୍ଷ। ସେମାନେ ଅଭିନୟକୁ ସେମାନଙ୍କ କ୍ୟାରିୟର କରିବାକୁ ଚାହୁଁଛନ୍ତି।

Suhana Khan Shahrukh Khan Bollywood
Advertisment
Advertisment