• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ । ନିଜର ନିଖୁଣ ଅଭିନୟ ପାଇଁ ବିଗ୍‌-ବି ଯେତିକି ଜଣାଶୁଣା ତାଙ୍କର ବ୍ୟବହାର ଓ ସମାୟାନୁବର୍ତ୍ତୀତା ପାଇଁ ସେ ସେତିକି ପରିଚିତ । ବିଗ୍‌-ବି ଅମିତାଭ ବଚ୍ଚନ କୌଣସି ସ୍ଥାନକୁ ବିଳମ୍ବରେ ପହଞ୍ଚିବାକୁ ପସନ୍ଦ କରନ୍ତି ନାହିଁ । ଏମିତି କି ନିଜର ଫିଲ୍ମୁ ସୁଟିଂ ସେଟ୍‌କୁ ତ ଜମାବି ନୁହେଁ । ନିକଟରେ ଅମିତାଭ ତାଙ୍କ ସୁଟିଂ ପାଇଁ ଯିବା ସମୟରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା । ଆଉ ସେଥିପାଇଁ ଅମିତାଭଙ୍କୁ ଅଟକିବାକୁ ପଡ଼ିଥିଲା ।

ପ୍ରବଳ ଟ୍ରାଫିକ୍‌ ଜାମ୍‌ ହେତୁ ତାଙ୍କ କାର୍‌ ଆଗକୁ ବଢ଼ିବାରେ ସକ୍ଷମ ହୋଇପାରିନଥିଲା । ଫଳରେ ସେ ଏକ ଯୁବକଙ୍କୁ ଲିଫ୍ଟ ମାଗିବା ସହ ତାଙ୍କ ବାଇକ୍‌ରେ ଯାଇ ସୁଟିଂ ସେଟ୍‌ରେ ପହଞ୍ଚିଥିଲେ । ପରେ ତାଙ୍କୁ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଧନ୍ୟବାଦ ଜଣାଇଥିଲେ ।

ଅଧିକ ପଢ଼ନ୍ତୁ: ଭାଇରାଲ୍‌ ହେଉଛନ୍ତି ଅମିତାଭଙ୍କ ଜେରକ୍ସ; ଆପଣଙ୍କ ଆଖି ବି ଧୋକା ଖାଇଯିବ

ସୂଚନା ଅନୁସାରେ ଅମିତାଭ ବଚ୍ଚନ ବର୍ତ୍ତମାନ ‘ପ୍ରୋଜେକ୍ଟ କେ’ ପାଇଁ ସୁଟିଂରେ ବ୍ୟସ୍ତ ରହିଛନ୍ତି । ‘ପ୍ରୋଜେକ୍ଟ କେ’ର ସୁଟିଂ ପାଇଁ ଯିବାବେଳେ ତାଙ୍କ ଗାଡ଼ି ଟ୍ରାଫିକରେ ଫସି ରହିଥିଲା । ଫଳରେ ସୁଟିଂରେ ବିଳମ୍ୱ ହେବାନେଇ ଅମିତାଭ ଅନୁଭବ କରିବା ପରେ ବାଇକ୍‌ରେ ଯାଇ ସେଟ୍‌ରେ ପହଞ୍ଚିବାକୁ ସ୍ଥିର କରିଥିଲେ । ଫଳରେ ତାଙ୍କର ଜଣେ ପ୍ରଶଂସକଙ୍କୁ ତାଙ୍କ ବାଇକ୍‌ରେ ନେଇ ସୁଟିଂ ସେଟ୍‌ରେ ଛାଡ଼ିବାକୁ କହିଥିଲେ । ଫଳରେ ଯୁବକ ଜଣକ ବିଗ୍‌-ବିଙ୍କୁ ସାହାଯ୍ୟ କରିଥିଲେ ।

ପରେ ପରେ ବିଗ୍‌-ବି ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିବା ସହ କ୍ୟାପସନ୍‌ରେ ଯୁବକ ଜଣକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫଟୋରେ ଅମିତାଭ୍‌ ବାଇକ୍‌ ପଛରେ ବସିଥିବା ଦେଖିବାକୁ ମିଳିଛନ୍ତି । ‘ଧନ୍ୟବାଦ, ମୁଁ ତୁମକୁ ଜାଣିନାହିଁ... ତୁମେ ମୋତେ ମୋର କାର୍ଯ୍ୟ ସ୍ତଳରେ ପହଞ୍ଚାଇଛ...ଥ୍ୟାଙ୍କୟୁ କ୍ୟାପ୍‌, ହଳଦିଆ ଟି-ସାର୍ଟ ମାଲିକ’ ।

ଏଥି ସହିତ ଅମିତାଭ ତାଙ୍କ ପୋଷ୍ଟର କ୍ୟାପସନରେ ଆହୁରି ଅନେକ କିଛି ଲେଖିଛନ୍ତି । ଯାହାକୁ ତାଙ୍କର ବହୁ ପ୍ରଶଂସକ ପସନ୍ଦ କରିଥିବା ବେଳେ ପୋଷ୍ଟଟିକୁ ଲାଇକ୍‌ କରିବା ସହ ନିଜର ମତାମତ ଜଣାଇଛନ୍ତି ।