Advertisment

ଅମିତାଭ ବଚ୍ଚନ ଏମିତି ଦେଖେଇଲେ ଷ୍ଟାଇଲ୍, ଲୋକେ କାବା!

ଚର୍ଚ୍ଚାରେ ବିଗ୍ ବି’ଙ୍କ ଷ୍ଟାଇଲ୍। ଲୋକେ ଯେତିକି ହସୁଛନ୍ତି ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। କେହି କେହି ତାଙ୍କୁ ରଣବୀର ସିଂହଙ୍କ ସହ ମଧ୍ୟ ତୁଳନା କରୁଚନ୍ତି।

author-image
Pramod Behera
Amitabh Bachchan funny fashion style

Amitabh Bachchan funny fashion style

ଅମିତାଭ ବଚ୍ଚନଙ୍କୁ ଖାଲି ଖାଲିରେ ଶତାବ୍ଦୀର ମହାନାୟକ କୁହାଯାଏ ନାହିଁ। ମହାନ ଅଭିନେତା, ମହାନ ଟିଭି ହୋଷ୍ଟ୍‌ ଏବଂ ତାଙ୍କର ଦମଦାର କଣ୍ଠ ସ୍ୱର କାରଣରୁ ସେ ପ୍ରଶଂସକଙ୍କ ହୃଦୟ ଜିତନ୍ତି। ଏହା ବ୍ୟତୀତ ସେ ସୋସିଆଲ ମିଡିଆରେ ନିଜର ଦୃଢ ମତ ଦେଇ ମଧ୍ୟ ଅନେକଙ୍କୁ ପ୍ରଭାବିତ କରନ୍ତି।

Advertisment

ବିଗ୍ ବି ଏପରି ଜଣେ ଅଭିନେତା ଯାହାଙ୍କୁ ପ୍ରତ୍ୟେକ ପିଢିର ଲୋକ ପସନ୍ଦ କରନ୍ତି। ଯଦିଓ ଅମିତାଭ ସୋସିଆଲ ମିଡିଆରେ ନିଜର ନୂଆ ପୁରୁଣା ଫଟୋ ଶେୟାର କରି ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି, କିନ୍ତୁ ଏଥର ତାଙ୍କର ଏଜ ମଜାଳିଆ ଫ୍ୟାଶନ ସେନ୍ସ ଆଲୋଚନାର କାରଣ ହୋଇଛି। ଅମିତାଭଙ୍କ ଏମିତି ଷ୍ଟାଇଲ୍‌କୁ ଦେଖି ପ୍ରଶଂସକମାନେ ତାଙ୍କୁ ରଣବୀର ସିଂହଙ୍କ ସହ ମଧ୍ୟ ତୁଳନା କରିବାକୁ ପଛେଇ ନାହାନ୍ତି।

ଅମିତାଭ ବଚ୍ଚନ ଅନେକ ବର୍ଷରୁ କୁଇଜ୍ ଶୋ ‘କୌନ୍‌ ବନେଗା କରୋଡପତି'ର ହୋଷ୍ଟ୍ କରିଆସୁଛନ୍ତି। ବର୍ତ୍ତମାନ ଏହାର ନୂଆ ସିଜନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥର ଶୋ’ ଆରମ୍ଭ ହେବା ପୂର୍ବରୁ ମଧ୍ୟ ସେ ତାଙ୍କର ଚମତ୍କାର ପ୍ରୋମୋକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଥିସହିତ ଅମିତାଭ ଏହି ସେଟ୍‌ରୁ ତାଙ୍କର ଏମିତି ଏକ୍ ଲୁକ୍ ଶେୟାର କରିଛନ୍ତି ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଅମିତାଭଙ୍କ ଏହି ଆଧୁନିକ ଷ୍ଟାଇଲ୍‌କୁ ଦେଖି ସେମାନେ ପ୍ରଶ୍ନ କରୁଛନ୍ତି ଯେ “ସାର୍! ଆପଣ କ’ଣ ରଣବୀର ସିଂହଙ୍କ ସହ ବନ୍ଧୁତା କରିନେଲେ କି?”

Advertisment

ଅମିତାଭ ବଚ୍ଚନ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଏହି ଫଟୋ ଶେୟାର କରିଛନ୍ତି। ଏହି ଫଟୋକୁ ଦେଖିଲେ ଆପଣ ବି ନିଜ ହସକୁ ରୋକି ପାରିବେ ନାହିଁ। ଏହି ଫଟୋ ଶେୟାର କରି ବିଗ୍ ବି ଏକ ମଜାଳିଆ କ୍ୟାପ୍‌ସନ୍ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ 'ପିନ୍ଧିବାକୁ ପାଇଜାମା ଦେଇଦେଲେ, ଲାଗିଲା ଶାଢିକୁ ଫାଡିଦେଲେ, ଆଗରେ ଏକ ଛୋଟ ପକେଟ୍ ଲଗେଇ ଦେଲେ, ଆଉ ପଛରେ ଲଗେଇ ଦେଲେ ନାଡା।”

ଏହି ଫଟୋ ଆଉ ପୋଷ୍ଟ୍‌ ଦେଖି ପ୍ରଶଂସକମାନେ ଜମେଇକି ମତ ଦେବାରେ ଲାଗିଛନ୍ତି। ଜଣେ ଲେଖିଛନ୍ତି ଯେ “ଲାଗୁଛି ରଣବୀର ସିଂହ ଆପଣଙ୍କ ଭିତରେ ପ୍ରବେଶ କରିଛନ୍ତି।” ସେହିପରି ଆଉଜଣେ ପ୍ରଶ୍ନ କରିଛନ୍ତି ଯେ “ଆପଣ ସାର୍ ରଣବୀରଙ୍କ ସହ ବନ୍ଧୁତା କରିନେଲେ କି?” ଅନ୍ୟ ଜଣେ ତ ଏମିତି ବି ଲେଖିଛନ୍ତି, “ସାର୍! ମନେହୁଏ ଏହି ପାଇଜାମା ରଣବୀର ସିଂହ ଜୀଙ୍କ ଦ୍ୱାରା ଡିଜାଇନିଂ ହୋଇଛି।”

ବିଗ୍ ବି’ଙ୍କ କ୍ୟାପ୍‌ସନ୍‌ର ଜଣେ ପ୍ରଶଂସା କରି ଲେଖିଛନ୍ତି ଯେ 'ଏପିକ୍ କ୍ୟାପସନ୍'। ଏଥିସହିତ ଅନ୍ୟ ଜଣେ ପ୍ରଶଂସକ କେବିସିର ପ୍ରୋମୋ ଷ୍ଟାଇଲ୍‌ରେ ଉତ୍ତର ଦେଇ ଲେଖିଛନ୍ତି ଯେ 'ଦେଖା ଲାପରବାହୀ କା ନତୀଜା'।

Amitabh Bachchan Bollywood Kaun Banega Crorepati
Advertisment
Advertisment