Advertisment

୭୯ ବର୍ଷରେ ଅମିତାଭ; ଜାଣନ୍ତୁ ଫିଟ୍ ଓ ସ୍ୱାସ୍ଥ୍ୟବାନ ରହିବା ପଛର କାରଣ କ’ଣ

ବଲିଉଡ୍ ଶେହଂଶାହ ଅମିତାଭ ବଚ୍ଚନ ଆଜି ୭୯ ବର୍ଷରେ ପହଞ୍ଚିଛନ୍ତି। ୧୯୪୨ ମସିହା ଅକ୍ଟୋବର ୧୧ରେ ତାଙ୍କର ଜନ୍ମ ଆହ୍ଲାବାଦରେ ହୋଇଥିଲା। ଏହି ବୟସରେ ମଧ୍ୟ ଅମିତାଭ ଖୁବ୍ ଏନର୍ଜେଟିକ୍ ଓ ଫିଟ୍ ଦେଖାଯାଉଛନ୍ତି। ଏହା କୁହାଯାଇପାରେ ଯେ ଅମିତାଭଙ୍କ ବୟସ ତାଙ୍କ ଫିଟ୍‌ନେସ୍‌କୁ ଖାପ ଖୁଆଉ ନାହିଁ। ଏହି ବୟସରେ ତ ସାଧାରଣ ଲୋକେ ବିଶ୍ରାମ ନେବା ନେଇ ଚିନ୍ତା କରନ୍ତି। କିନ୍ତୁ ଅମିତାଭ ବଚ୍ଚନ ଆଜି ବି ଦିନକୁ ୧୬ ଘଣ୍ଟା କାମ କରନ୍ତି।

author-image
Pramod Behera
Amitabh Bachchan fitness mantra

Amitabh Bachchan fitness mantra

ମୁମ୍ବାଇ : ବଲିଉଡ୍ ଶେହଂଶାହ ଅମିତାଭ ବଚ୍ଚନ ଆଜି ୭୯ ବର୍ଷରେ ପହଞ୍ଚିଛନ୍ତି। ୧୯୪୨ ମସିହା ଅକ୍ଟୋବର ୧୧ରେ ତାଙ୍କର ଜନ୍ମ ଆହ୍ଲାବାଦରେ ହୋଇଥିଲା। ଏହି ବୟସରେ ମଧ୍ୟ ଅମିତାଭ ଖୁବ୍ ଏନର୍ଜେଟିକ୍ ଓ ଫିଟ୍ ଦେଖାଯାଉଛନ୍ତି। ଏହା କୁହାଯାଇପାରେ ଯେ ଅମିତାଭଙ୍କ ବୟସ ତାଙ୍କ ଫିଟ୍‌ନେସ୍‌କୁ ଖାପ ଖୁଆଉ ନାହିଁ। ଏହି ବୟସରେ ତ ସାଧାରଣ ଲୋକେ ବିଶ୍ରାମ ନେବା ନେଇ ଚିନ୍ତା କରନ୍ତି। କିନ୍ତୁ ଅମିତାଭ ବଚ୍ଚନ ଆଜି ବି ଦିନକୁ ୧୬ ଘଣ୍ଟା କାମ କରନ୍ତି। ଏହା ନିଶ୍ଚିତ ଯୁବକମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। ଆଜି ବି ତାଙ୍କ ପାଖରେ ଫିଲ୍ମ ସହିତ ଆଡ୍ ଫିଲ୍ମ ବି ରହିଛି ଏବଂ ଏ ସବୁକୁ ସେ ପୂରା ସମର୍ପଣ ଓ ଶୃଙ୍ଖଳାର ସହିତ ପ୍ରତ୍ୟେକ ଛୋଟ ବଡ ଡାଇରେକ୍ଟରଙ୍କ ସହିତ କାମ କରୁଛନ୍ତି।

Advertisment
Amitabh Bachchan fitness mantra୭୯ ବର୍ଷରେ ଅମିତାଭ

ଯଦି ଅମିତାଭ ବଚ୍ଚନଙ୍କ ଫିଟ୍‌ନେସ୍ ଓ ସ୍ୱାସ୍ଥ୍ୟର କଥା ଆସୁଛି ତେବେ ସମସ୍ତଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଙ୍କିମାରେ ଯେ ଏ ବୟସରେ ବି ସେ ଏଭଳି ଫିଟ୍ ରହିବା ପଛରେ କ’ଣ ରାଜ ରହିଛି। ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ।

୧- ମିଠା ଠାରୁ ଦୂରେଇ ରହିବା

ସେଲିବ୍ରିଟି ଡେଲୀ ରୁଟିନ୍ ମୁତାବକ ଅମିତାଭ ବଚ୍ଚନ ମିଠା ଠାରୁ ଦୂରରେ ରୁହନ୍ତି। ଖାଲି ଏତିକି ନୁହେଁ ଚକୋଲେଟ୍ ଓ ପେଷ୍ଟ୍ରିରୁ ମଧ୍ୟ ସେ ଦୂରେଇ ରୁହନ୍ତି। କାରଣ ଏହିସବୁ ଜିନିଷରେ ଅଧିକ ମାତ୍ରାରେ ସେଚୁରେଟେଡ୍ ଫ୍ୟାଟ୍ ଓ କ୍ୟାଲୋରୀ ଥାଏ ଯାହା ଶରୀରକୁ ବହୁତ କ୍ଷତି କରିଥାଏ।

Advertisment

୨- ଧୂମ୍ରପାନ ଓ ମଦ୍ୟଠାରୁ ଦୂରେଇ ରହିବା

ଅନେକ ଫିଲ୍ମରେ ଅମିତାଭ ସିଗାରେଟ୍ ଟାଣିବା ଦେଖାଯାଏ, କିନ୍ତୁ ବାସ୍ତବ ଜୀବନରେ ସେ ଧୂମ୍ରପାନ କରନ୍ତି ନାହିଁ। ଧୂମ୍ରପାନ ଏଭଳି ଏକ ଜିନିଷ ଯାହା ଶରୀରର ପ୍ରତ୍ୟେକ ଅଙ୍ଗକୁ ପ୍ରଭାବିତ କରିଥାଏ। ଖାଲି ଏତିକି ନୁହେଁ ସେ ଫିଲ୍ମ ଦୁନିଆରେ ମଦ୍ୟପାନ କରୁଥିଲେ ବି ବାସ୍ତବ ଜୀବନରେ ଏଥିରୁ ବହୁ ଦୂରରେ ରୁହନ୍ତି।

୩- ଦୈନିକ ବ୍ୟାୟାମ୍

Amitabh Bachchan fitness mantra୭୯ ବର୍ଷରେ ଅମିତାଭ; ଜାଣନ୍ତୁ ଫିଟ୍ ମନ୍ତ୍ର

ଅମିତାଭ ବଚ୍ଚନ ଦୈନିକ ବ୍ୟାୟାମ କରନ୍ତି। ସେ ସବୁଦିନ ମର୍ଣ୍ଣିଂ ୱାକ କରିବା ସହିତ ଯୋଗକୁ ତାଙ୍କ ଜୀବନର ଏକ ଅଂଶ କରିଦେଇଛନ୍ତି। ନିୟମିତ ବ୍ୟାୟାମ ତାଙ୍କ ଫିଟ୍‌ନେସ୍‌ର ଏକ ସବୁଠାରୁ ବଡ କାରଣ। ତାଙ୍କ ମାନସିକ ଶାନ୍ତି ଓ ହସ ହସ ବ୍ୟକ୍ତିତ୍ୱ ପଛରେ ଯୋଗାସନ ଓ ଧ୍ୟାନ ହିଁ ମୁଖ୍ୟ କାରଣ।

୪- ଚା-କଫିରୁ ଦୂରେଇ ରହିବା

ମଦ୍ୟ ଓ ଧୂମ୍ରପାନ ଛଡା ଅମିତାଭ ବଚ୍ଚନ ଚା’ ଓ କଫିକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। କିନ୍ତୁ ପ୍ରାଥମିକ ଅବସ୍ଥାରେ ସେ କଫି ପ୍ରତି ଆକୃଷ୍ଟ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଛାଡି ଦେଇଥିଲେ। କଫିରେ ଅଧିକ ପରିମାଣର କଫିନ୍ ଥାଏ ଯାହା ସ୍ୱାସ୍ଥ୍ୟରେ ପ୍ରଭାବ ପକେଇଥାଏ।

୫- ଆମିଷ ଭୋଜନକୁ ନାପସନ୍ଦ

ପୂର୍ବରୁ ଅମିତାଭ ଆମିଷ ଖାଉଥିଲେ ବି ଏବେ ସେ ନିରାମିଷାଶୀ ହୋଇଯାଇଛନ୍ତି। ନିକଟରେ ସେ ତାଙ୍କର ଏକ ପୋଷ୍ଟରେ କହିଥିଲେ ଯେ ସେ ଓ ତାଙ୍କ ପତ୍ନୀ ଜୟା ବଚ୍ଚନ ବର୍ତ୍ତମାନ ଶାକାହାରୀ ହୋଇଯାଇଛନ୍ତି। ଆଜି ସେ ବଲିଉଡ୍ ଶିଳ୍ପରେ ଫିଟ୍‌ନେସ୍ ଶାକାହାରୀ ମଧ୍ୟରେ ଜଣେ।

Amitabh Bachchan fitness mantraଧ୍ୟାନ କରିବା ଅବସ୍ଥାରେ ଅମିତାଭ

ତେବେ ଆସନ୍ତୁ ଜାଣିବା ଅମିତାଭଙ୍କ ଖାଦ୍ୟ ପ୍ରଣାଳୀ କ’ଣ?

ଅମିତାଭଙ୍କ ଦୈନିକ ଖାଦ୍ୟର କଥା କହିଲେ ସେ ତୁଳସୀ ପତ୍ର, ପ୍ରୋବାୟୋଟିକ୍ ଖାଦ୍ୟ ସହିତ ଦୈନିକ ପ୍ରୋଟିନ୍ ଡ୍ରିଙ୍କ୍ସ କରନ୍ତି। ଏହା ଛଡା ପଇଡ ପାଣି, ଅଁଳା ଜୁସ୍, କଦଳୀ, ଖଜୁରୀ, ସେଓକୁ ଜଳଖିଆ ଭାବେ ଖାଆନ୍ତି। ଦୈନିକ ପାଣି ପିଇବା ମଧ୍ୟ ତାଙ୍କ ଫିଟ୍‌ନେସ୍ ଓ ସ୍ୱାସ୍ଥ୍ୟର ଅନ୍ୟତମ କାରଣ।

ସୋସିଆଲ ମିଡିଆରେ ଅମିତାଭଙ୍କ ଜନ୍ମଦିନର ଶୁଭେଚ୍ଛା ଛାଇ ଯାଇଛି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ “”ସାର୍ ଆପଣ ଆମମାନକ ପାଇଁ ପ୍ରେରଣାର ସ୍ରୋତ। ଜୀବନରେ ଯେତେ ବି ସମସ୍ୟା ଥାଉ ହାରିବା ଉଚିତ ନୁହେଁ, ଏହା ମୁଁ ଆପଣଙ୍କ ଠାରୁ ଶିଖିଛି। ସେହିପରି ଆଉ ଜଣେ ବିଗ ବି ଅମିତାଭଙ୍କ ଦୀର୍ଘତମ ଜୀବନ କାମନା କରିଛନ୍ତି। ଜଣେ ତାଙ୍କ ପାଇଁ ଏକ କବିତା ମଧ୍ୟ ଲେଖିଛନ୍ତି। ସେ ତାଙ୍କ ଫିଲ୍ମଗୁଡିକର ନାମକୁ ଯୋଡି ତାଙ୍କ ସଫଳତାର କାହାଣୀକୁ କବିତାରେ ସଜ୍ଜେଇଛନ୍ତି।

Amitabh Bachchan Bollywood Happy Birth Day
Advertisment
Advertisment