/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700908814.jpg)
Amitabh Bachchan Bungalow Gifts to Shweta Bachchan
ପୁଣି ଚର୍ଚ୍ଚାରେ ବଚ୍ଚନ ପରିବାର । ବିଗ୍ ବି ଅମିତାଭ ବଚ୍ଚନ ପୁଣି ଥରେ ଚର୍ଚ୍ଚାର ପରିଧୀକୁ ଆସିଛନ୍ତି । ନିଜର ଫିଲ୍ମକୁ ନେଇ ନୁହେଁ ବରଂ ନିଜ ପରିବାରକୁ ନେଇ ବଲିଉଡ୍ ସୁପରଷ୍ଟାର ଅମିତା ବଚ୍ଚନ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଏଥର ଅମିତାଭ ତାଙ୍କ ଝିଅ ଶ୍ୱେତାଙ୍କୁ ଏକ ଦାମୀ ବଙ୍ଗଳା ଉପହାର ଦେଇଛନ୍ତି ।
ଅମିତାଭ ଏବଂ ତାଙ୍କ ପତ୍ନୀ ଜୟା ବଚ୍ଚନ ସେମାନଙ୍କ କୋଟି କୋଟି ଟଙ୍କା ମୂଲ୍ୟର ବଙ୍ଗଳାକୁ ଝିଅ ଶ୍ୱେତା ବଚ୍ଚନଙ୍କୁ ଉପହାର ଦେଇଛନ୍ତି ।ନିଜର ଅଭିନୟ କ୍ୟାରିୟରର ଆରମ୍ଭ ଦିନରୁ ଏହି ବଙ୍ଗଳାରେ ରହିଆସୁଥିଲେ ଅମିତାଭ । ଯେଉଁ ବଙ୍ଗଳାର ନାଁ ‘ପ୍ରତୀକ୍ଷା’ ବୋଲି ରଖାଯାଇଥିଲା । ଯାହାକୁ ସେ ଖୁବ୍ ଭଲ ପାଉଥିଲେ । ବର୍ତ୍ତମାନର ସୂଚନା ଅନୁସାରେ ‘ପ୍ରତୀକ୍ଷା’କୁ ଉଭୟ ଅମିତାଭ ଓ ଜୟା ବଚ୍ଚନ ଝିଅ ଶ୍ୱେତାଙ୍କୁ ଉପହାର ଦେଇଛନ୍ତି ।
ମୁମ୍ବାଇରେ ଅମିତାଭଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ସେଥିମଧ୍ୟରୁ ଜୁହୁରେ ରହିଥିବା ତାଙ୍କର ଏହି ବଙ୍ଗଳା ‘ପ୍ରତୀକ୍ଷା’ ହେଉଛି ସର୍ବପୁରାତନ । ଏହି ବଙ୍ଗଳାରେ ଅମିତାଭ ତାଙ୍କ ବାପା-ମା’ ଓ ସପରିବାର ସହ ରହିଆସୁଥିଲେ । ହେଲେ ବର୍ତ୍ତମାନ ମନି କଣ୍ଟ୍ରୋଲର ରିପୋର୍ଟ ଅନୁସାରେ ‘ପ୍ରତୀକ୍ଷା’ ହେଉଛି ଶ୍ୱେତା ବଚ୍ଚନଙ୍କର ।
ନଭେମ୍ବର ୮ ତାରିଖରେ ଏହି ସମ୍ପତ୍ତିକୁ ଶ୍ୱେତାଙ୍କୁ ହସ୍ତାନ୍ତର କରାଯାଇଛି । ଏଥି ପାଇଁ ଆଇନ୍ ଅନୁଯାୟୀ ୫୦.୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଶ୍ୱେତାଙ୍କୁ ଅମିତାଭ ଦେଇଥିବା ଏହି ବଙ୍ଗଳା ଦୁଇଟି ପ୍ଲଟ୍ ଉପରେ ରହିଛି । ଗୋଟିଏ ୮୯୦.୪୭ ବର୍ଗ ମିଟର ଉପରେ ଛିଡ଼ା ହୋଇଥିବାବେଳେ ଅନ୍ୟଟି ୬୭୪ ବର୍ଗ ମିଟର ରହିଛି । ଇକୋନୋମିକ୍ସ ଟାଇମ୍ସ ଅନୁଯାୟୀ, ଏହି ବଙ୍ଗଳାର ମୂଲ୍ୟ ୫୦.୬୩ କୋଟି ଟଙ୍କା ବୋଲି କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)