Advertisment

ଦିନେ ଅମିତାଭଙ୍କ ପାଇଁ ପୁରା ଏୟାରଫୋର୍ସକୁ ଲଗାଇଥିଲା ଆଫ୍‌ଗାନିସ୍ତାନ

ଏବେ ସୁଦ୍ଧା ପାଖାପାଖି ୨୦୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି । ଭାରତୀୟ ଫିଲ୍ମ ଜଗତରେ ଏମିତି କୌଣସି ପୁରସ୍କାର ନାହିଁ ଯାହା ତାଙ୍କୁ ନମିଳିଛି ।

ଅଦ୍ୟତନ ହୋଇଛି
Amitabh Bachchan

Amitabh Bachchan

Advertisment

ଭାରତୀୟ ଫିଲ୍ମ ଜଗତରେ ନିଜ ହାତରେ ନିଜ କ୍ୟାରିଅର୍‌ ଗଢ଼ି ତୋଳିବାର ଜ୍ୱଳନ୍ତ ନମୁନା ହେଉଛନ୍ତି ମିଲେନିୟମ୍‌ ସୁପର୍‌ଷ୍ଟାର୍‌ ଅମତାଭ ବଚ୍ଚନ। ତାଙ୍କୁ ‘ଶେହନ୍‌ଶାହ ଅଫ୍ ବଲିଉଡ୍‌’‘ବିଗ୍‌ ବି’ ବୋଲି ମଧ୍ୟ ସମ୍ବୋଧନ କରାଯାଏ । ଦିନ ଥିଲା ରେଡିଓ ଷ୍ଟେସନ୍‌ରେ ଗମ୍ଭୀର ସ୍ୱର ପାଇଁ ତାଙ୍କୁ କାମ ମିଳିନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ସେହି ଗୁରୁଗମ୍ଭୀର ଓଜନଦାର ସ୍ୱର ପାଇଁ ହିଁ ବିଗ୍‌ ବି’ଙ୍କୁ ସିନେ ଜଗତରେ ସ୍ୱତନ୍ତ୍ର ପରିଚୟ ମିଳିପାରିଥିଲା ।

Advertisment

ପାଖାପାଖି ଡଜନେ ଫିଲ୍ମ ଫ୍ଲପ୍‌ ହେବା ପରେ ସେ ତାଙ୍କର ପ୍ରଥମ ସୁପର୍‌ହିଟ୍‌ ଫିଲ୍ମ ‘ଜଞ୍ଜୀର୍‌’ ଦେଇଥିଲେ । ଅବଶ୍ୟ ଏହା ପୂର୍ବରୁ ସେ ହୃଷିକେଶ ମୁଖାର୍ଜୀଙ୍କ ଫିଲ୍ମ ‘ଆନନ୍ଦ’ରେ ରାଜେଶ ଖାନ୍ନାଙ୍କ ସହ ଅଭିନୟ କରି ‘ବାବୁ ମୋଶାଏ’ ନାମରେ ବେଶ୍‌ ପରିଚିତ ହୋଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଏବେ ସୁଦ୍ଧା ପାଖାପାଖି ୨୦୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି । ଭାରତୀୟ ଫିଲ୍ମ ଜଗତରେ ଏମିତି କୌଣସି ପୁରସ୍କାର ନାହିଁ ଯାହା ତାଙ୍କୁ ନମିଳିଛି ।

ଅଧିକ ପଢ଼ନ୍ତୁ: ସକାଳ ୬ଟାରେ କାମକୁ ଯାଇ ରାତି ୮ଟାରେ ଫେରନ୍ତି ଅମିତାଭ

ଆଜି ୮୦ ବର୍ଷରେ ବି ଆଜି ସେ ଖୁବ୍ କାମ କରୁଛନ୍ତି । ଆଉ ବେଶ୍‌ ପ୍ରଂଶସା ସାଉଁଟିଛନ୍ତି । ଅମିତାଭ ୧୯୬୯ରେ ‘ସାତ୍‌ ହିନ୍ଦୁସ୍ତାନୀ’ ଫିଲ୍ମରୁ ବଲିଉଡ୍‌ରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିବା ବେଳେ ୧୯୭୩ରେ ‘ଜଞ୍ଜୀର’ ତାଙ୍କ ପ୍ରଥମ ସୁପର୍‌ହିଟ୍‌ ଫିଲ୍ମ ଥିଲା । ଏହାପରେ ସେ ସିନେପ୍ରେମୀଙ୍କୁ ଅଭିମାନ, ବେନାମ୍‌, ରୋଟି କପଡା ଔର୍‌ ମକାନ୍‌, ଦିୱାର୍‌, ଜମୀର୍‌, ଶୋଲେ, ଚୁପ୍‌କେ ଚୁପ୍‌କେ, ମିଲି, କଭି କଭି, ହେରାଫେରି, ଅମର ଆକବର ଆନ୍ଥୋନୀ,ମୋହବତେଁ ଭଳି ବହୁ କାଳଜୟୀ ଫିଲ୍ମର ଭେଟି ଦେଇଛନ୍ତି ।

Advertisment

ଭାରତୀୟ ଟେଲିଭିଜନ୍‌ର ଚର୍ଚ୍ଚିତ ଗେମ୍‌ ଶୋ’ ‘କୌନ୍‌ ବନେଗା କରୋଡ୍‌ପତି’ର ମୁଖ୍ୟ ହୋଷ୍ଟ ଭାବେ ସେ ଏବେ କାମ କରି ଖୁବ୍‌ ଚର୍ଚ୍ଚାରେ । ଅମିତାଭଙ୍କ ପ୍ରକୃତ ସାଙ୍ଗିଆ ଶ୍ରୀବାସ୍ତବ ହୋଇଥିବା ବେଳେ ତାଙ୍କ ପିତା ତଥା ପ୍ରଖ୍ୟାତ କବି ହରିବଂଶ ରାୟଙ୍କ ଛଦ୍ମନାମ ‘ବଚ୍ଚନ’କୁ ସାଙ୍ଗିଆରେ ପରିବର୍ତ୍ତିତ କରିଥିଲେ । ଯଦ୍‌ଦ୍ୱାରା ତାଙ୍କୁ ଅମିତାଭ ଶ୍ରୀବାସ୍ତବ ପରିବର୍ତ୍ତେ ଅମିତାଭ ବଚ୍ଚନ ଭାବେ ସମସ୍ତେ ଜାଣନ୍ତି ।

ଅମିତାଭଙ୍କ କ୍ୟାରିଅର୍‌ରେ ଏକମାତ୍ର କଳାଧଳା ଫିଲ୍ମ ହେଉଛି ‘ସାତ୍‌ ହିନ୍ଦୁସ୍ତାନୀ’ । ଭାରତରେ ଅନ୍ୟ କୌଣସି କଳାକାରଙ୍କଠାରୁ ସର୍ବାଧିକ ଡବଲ ରୋଲ୍‌ କରିଥିବା ଜଣେ ଅଭିନେତା ହେଉଛନ୍ତି ଅମିତାଭ । ତାଙ୍କର ଲଗାତର ୧୨ଟି ଫିଲ୍ମ ଫ୍ଲପ୍‌ ହେବା ପରେ ତ୍ରୟୋଦଶ ଫିଲ୍ମ ‘ଜଞ୍ଜୀର୍‌’ ସୁପର୍‌ହିଟ୍‌ ହୋଇଥିଲା । ଅମିତାଭ ବାମ ହାତରେ ଲେଖନ୍ତି ବୋଲି ଅନେକ ଜାଣିଥିବା ବେଳେ ଅସଲରେ ସେ ଉଭୟ ହାତରେ ଲେଖିପାରନ୍ତି । ୧୯୯୨ରେ ମୁକ୍ତିଲାଭ କରିଥିବା ‘ଖୁଦା ଗୱାହ’ ଫିଲ୍ମର ସୁଟିଂ ସମୟରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅମିତାଭଙ୍କ ସୁରକ୍ଷା ପାଇଁ ତାଙ୍କ ଦେଶର ଏୟାରଫୋର୍ସ ଯୋଗାଇଦେଇଥିଲେ । ଆଫଗାନିସ୍ତାନରେ ଏଯାବତ୍‌ ଏହି ଫିଲ୍ମଟି ସର୍ବାଧିକ ଦେଖାଯାଇଥିବା ହିନ୍ଦୀ ଫିଲ୍ମର ମାନ୍ୟତା ପାଇଛି ।

Advertisment

ଭାରତର ଏକମାତ୍ର ଅଭିନେତା ଭାବେ ସେ ନିଜ ପୁତ୍ରଙ୍କର ପୁତ୍ର ଭୂମିକାରେ ଅଭିନୟ କରିଛନ୍ତି । ‘ପା’ ଫିଲ୍ମରେ ସେ ଏହି ଭୂମିକାଟି କରିଥିଲେ । ପ୍ରକୃତରେ ଅମିତାଭ ପ୍ରଥମେ ଇଞ୍ଜିନିୟର୍‌ ହେବାକୁ ଚାହୁଁଥିଲେ ଓ ଭାରତୀୟ ବାୟୁସେନାରେ ଯୋଗଦେବାକୁ ମନ ବଳାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସିନେ ଜଗତ ତାଙ୍କୁ ନିଜ ଆଡ଼କୁ ଟାଣି ଆଣିଥିଲା । କଲମ ଓ ହାତଘଣ୍ଟା ସଂଗ୍ରହ କରିବା ତାଙ୍କର ଏକ ବଡ଼ ସଉକ । ଏଥିସହ ତାଙ୍କ ପାଖରେ ଏମିତି ବି ପେନ୍‌ ରହିଛି, ଯାହାର କାଳିର ରଙ୍ଗ ଗେରୁଆ । ୨୦୧୦ରେ ଏସୀୟ ଫିଲ୍ମ ଆୱାର୍ଡରେ ତାଙ୍କୁ ସିନେ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଅମିତାଭ ହେଉଛନ୍ତି ଭାରତୀୟ ସିନେ ଜଗତର ପ୍ରଥମ ଅଭିନେତା ଯିଏକି ପାରିଶ୍ରମିକ ବାବଦକୁ ଏକ କୋଟି ଟଙ୍କା ନେବା ଆରମ୍ଭ କରିଥିଲେ । ଏପରିକି ନବେ ଦଶକ ପର୍ଯ୍ୟନ୍ତ ଏହି ଶ୍ରେଣୀରେ ସେ ଏକମାତ୍ର ଅଭିନେତା ଥିଲେ । ତେବେ ଅମିତାଭଙ୍କୁ ନେଇ ଏବେ ବି ସବୁଠି ଚାଲେ ଚର୍ଚ୍ଚା ।

Amitabh Bachchan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ