Advertisment

ପ୍ରେମ ବିବାହ ପରେ ବି ୨ ପତ୍ନୀଙ୍କୁ କାହିଁକି ଛାଡପତ୍ର ଦେଲେ ଆମୀର ଖାନ୍

ଆମୀରଙ୍କ ବ୍ୟକ୍ତିଗତ ଜୀବନ ଅନେକ ଦୁଃଖରେ ପରିପୂର୍ଣ୍ଣ। ଦର୍ଶକଙ୍କ ପାଇଁ ରୋମାଣ୍ଟିକ୍ ଆଇକନ୍‌ ସାଜିଥିବା ଆମୀର ନିଜ ପ୍ରେମ ଜୀବନରେ ବିଫଳ ହୋଇଥିବା ଦେଖାଯାଏ। ପ୍ରେମ କରି ୨ଟି ବିବାହ କରିଥିଲେ ବି ଉଭୟଙ୍କ ମଧ୍ୟରେ ହୋଇଥିଲା ଫାଟ। ଏବେ ସେ ଏକାକୀ ଜୀବନ ବିତାଉଛନ୍ତି। କାହିଁକି ଏମିତି ହେଲା ଆସନ୍ତୁ ଜାଣିବା...

author-image
Pramod Behera
ଅଦ୍ୟତନ ହୋଇଛି
Amir Khan married 2 but after 15 years both marriage broke

Amir Khan married 2 but after 15 years both marriage broke

ବଲିଉଡର ମିଷ୍ଟର ପର୍‌ଫେକ୍ଟ୍ ଆମୀର୍ ଖାନ୍‌ଙ୍କ ଅଭିନୟ କ୍ୟାରିୟର୍ ଏବେ ଟିକେ ମାନ୍ଦା ପଡିଯାଇଛି। ତାଙ୍କର ଶେଷ ଫିଲ୍ମ ‘ଲାଲ୍ ସିଂହ ଚଡ୍‌ଢା’ ଖାସ୍ କରିପାରି ନାହିଁ। ବର୍ତ୍ତମାନ ଆମିର ଫିଲ୍ମ ଦୁନିଆରୁ ବ୍ରେକ୍ ନେଇଛନ୍ତି। ଯେତେବେଳେ ସେ ତାଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତଙ୍କଠାରୁ ଛାଡପତ୍ର ନେଇଥିଲେ ସେତେବେଳେ ଆମୀର ଖାନ ମଧ୍ୟ ଦୀର୍ଘ ସମୟ ପାଇଁ ଅଭିନୟ ଦୁନିଆରେ ବ୍ରେକ୍ ନେଇଥିଲେ। ସେ ପ୍ରାୟ ୨ ବର୍ଷ ଚଳଚ୍ଚିତ୍ରଠାରୁ ଦୂରେଇ ରହିଥିଲେ।

Advertisment

ଆମୀର ଖାନ ଦୁଇଥର ବିବାହ କରିଥିଲେ କିନ୍ତୁ ଉଭୟ ଥର ତାଙ୍କ ହୃଦୟ ଭାଙ୍ଗିଥିଲା ଏବଂ ଛାଡପତ୍ର ହୋଇଥିଲା। ବର୍ତ୍ତମାନ ୫୮ ବର୍ଷ ବୟସରେ ଆମୀର ଖାନ ଏକକ ଜୀବନ ବିତାଉଛନ୍ତି। ତଥାପି ମଧ୍ୟ ଆମୀର ଖାନଙ୍କ ଉଭୟ ପତ୍ନୀ ତାଙ୍କର ବନ୍ଧୁ ଭାବେ ଅଛନ୍ତି ଏବଂ ପାରିବାରିକ ସମାରୋହରେ ନଜର ଆସନ୍ତି।

ରକ୍ତରେ ଚିଠି ଲେଖି ମନ କିଣିଥିଲେ, ୧୬ ବର୍ଷ ପରେ ଛାଡପତ୍ର:

ଆମୀର ଖାନ ୧୯୮୮ ମସିହାରେ ‘କୟାମତ୍ ସେ କୟାମତ୍ ତକ’ ଚଳଚ୍ଚିତ୍ରରୁ ତାଙ୍କର ଫିଲ୍ମ ଯାତ୍ରା ଆରମ୍ଭ କରିଥିଲେ। ଏହି ଫିଲ୍ମ ଆସିବା ପୂର୍ବରୁ ଆମୀର ରୀନା ଦତ୍ତଙ୍କୁ ବିବାହ କରିନେଇଥିଲେ। ଉଭୟ ରୀନା ଏବଂ ଆମୀର ପଡୋଶୀ ଥିଲେ।

Advertisment

ଆମୀର ଖାନ ଯେତେବେଳେ ଛୋଟ ଥିଲେ ସେ ସବୁବେଳେ ତାଙ୍କ ଘରର ଝରକା ବାଟେ ରୀନାଙ୍କୁ ଦେଖୁଥିଲେ। ୧୯୮୯ ମସିହାରେ ଆମୀର ଖାନ ଏକ ସାକ୍ଷାତକାରରେ କହିଥିଲେ, “ମୁଁ ରୀନାଙ୍କୁ ଖୁବ୍ ପସନ୍ଦ କରୁଥିଲି। ମୁଁ ତାଙ୍କୁ ଝରକା ବାଟେ ଦେଖୁଥିଲି। ଏହିପରି ମୋର ଏକପାଖିଆ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ପ୍ରଥମେ ରୀନା ମୋର ପ୍ରସ୍ତାବକୁ ମନା କରିଦେଇଥିଲେ। କିନ୍ତୁ ମୁଁ ଚେଷ୍ଟା ଜାରି ରଖିଥିଲି ଏବଂ ଶେଷରେ ମୁଁ ତାଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଥିଲି।”

ଆମୀର ଖାନ ଏବଂ ରୀନା ଦତ୍ତା ୧୮ ଏପ୍ରିଲ ୧୯୮୬ରେ ବିବାହ କରିଥିଲେ। ଉଭୟଙ୍କର ୨ଟି ସନ୍ତାନ ମଧ୍ୟ ଅଛନ୍ତି। ଝିଅର ନାଁ ଆୟରା ଖାନ ଯିଏକି ନିକଟରେ ବିବାହ କରିଛନ୍ତି। ଏହା ସହିତ ଆମୀରଙ୍କର ଏକ ପୁଅ ଅଛନ୍ତି, ଯାହାର ନାଁ ଜୁନୈଦ।

ଦୁହେଁ ପରସ୍ପରଙ୍କୁ ଖୁବ ଭଲ ପାଉଥିଲେ। ପରେ କିନ୍ତୁ ପରିସ୍ଥିତି ଏମିତି ହେଲା ଯେ ୨୦୦୨ ମସିହାରେ ବିବାହର ୧୬ ବର୍ଷ ପରେ ସେମାନଙ୍କ ପ୍ରେମରେ ଦେଖାଦେଲା ଖଟ୍‌କା ଆଉ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଗଲା। ଦୁହିଁଙ୍କର ସମ୍ମତିରେ ଛାଡପତ୍ର ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ଉଭୟ ବନ୍ଧୁଭାବେ ଅଛନ୍ତି। ହିରୋଇନ୍‌ମାନଙ୍କ ସହ ଆମୀର ଖାନଙ୍କ ସଂପର୍କ ଏହି ଛାଡପତ୍ରର କାରଣ ବୋଲି କୁହାଯାଇଥିଲା। ତେବେ ଏଥିରେ କେତେ ସତ ଆଉ କେତେ ମିଛ ତାହା କେବଳ ଆମୀର ଏବଂ ରୀନାଙ୍କୁ ହିଁ ଜଣା।

ଆମୀର ଖାନଙ୍କ ଛାଡପତ୍ର ବିଷୟରେ ଏହା ମଧ୍ୟ କୁହାଯାଇଥିଲା ଯେ ଆମୀର ଜଣେ ବ୍ରିଟିଶ ସାମ୍ବାଦିକଙ୍କ ସହ ବନ୍ଧୁତା କରିଥିଲେ। ଗୁଜବ ଏପର୍ଯ୍ୟନ୍ତ ମଧ୍ୟ ହୋଇଥିଲା ଯେ ଆମୀର ଖାନ ଏବଂ ବ୍ରିଟିଶ ସାମ୍ବାଦିକ ଜେସିକା ହାଇନ୍ସଙ୍କର ଏକ ପୁଅ ଅଛନ୍ତି। ଦୁହେଁ ଫିଲ୍ମ ସେଟ୍‌ରେ ଭେଟିଥିଲେ ଏବଂ ଜେସିକା କିଛି ବର୍ଷ ଆମୀରଙ୍କ ସହ ରହି ନିଜ ପୁଅ ସହିତ ଲଣ୍ଡନ ଫେରିଥିଲେ। ଏପରିକି ଗଣମାଧ୍ୟମରେ ଗୁଜବ ପ୍ରଚାରିତ ହୋଇଥିଲା ଯେ ଏହି କାରଣରୁ ଆମୀର ଏବଂ ରୀନା ଦତ୍ତଙ୍କ ବିବାହରେ ଫାଟ ସୃଷ୍ଟି ହୋଇଥିଲା।

୨ ବର୍ଷ ଦୁଃଖରେ ରହିଲେ ଆମୀର:

ଆମୀର ଖାନ ଅନେକ ଥର କହିଛନ୍ତି ଯେ ଛାଡପତ୍ର ପରେ ତାଙ୍କୁ୨ ବର୍ଷ ପର୍ଯ୍ୟନ୍ତ ଏହାର ଯନ୍ତ୍ରଣାକୁ ସାମ୍ନା କରିବାକୁ ପଡିଥିଲା। ଏହି ସମୟରେ ସେ କେବଳ ଘରେ ରହିଥିଲେ, କୌଣସି ପ୍ରକାର କାମ କରିନଥିଲି। ଏହାର ୨ ବର୍ଷ ପରେ ସେ କିରଣ ରାଓଙ୍କୁ ଭେଟିଥିଲେ ଏବଂ ଧୀରେ ଧୀରେ ପରିସ୍ଥିତି ପରିବର୍ତ୍ତନ ହେବାକୁ ଲାଗିଲା। ଆମୀର ଖାନ ଏବଂ କିରଣ ରାଓଙ୍କ ସମ୍ପର୍କ ମଧ୍ୟ ଫିଲ୍ମର ସେଟ୍‌ରୁ ଆରମ୍ଭ ହୋଇଥିଲା। ଦୁହେଁ ପ୍ରଥମେ ବନ୍ଧୁ ହେଲେ ଏବଂ ପରେ ପ୍ରେମରେ ପଡ଼ିଲେ।

କିରଣ ରାଓ ଏବଂ ଆମୀର ଖାନ ୨୮ ଡିସେମ୍ବର ୨୦୦୫ରେ ବିବାହ କରିଥିଲେ। ଉଭୟଙ୍କ ବିବାହ ପରେ ଏକ ପୁଅ ଜନ୍ମ ହୋଇଥିଲା, ଯାହାର ନାଁ ଆଜାଦ। ବିବାହର ୧୫ ବର୍ଷ ପରେ, ସେମାନଙ୍କ ଭିତରେ ବି ପାରିବାରିକ ଝଗଡା ହୋଇଥିଲା ଏବଂ ୩ ଜୁଲାଇ ୨୦୨୧ରେ ଦୁହେଁ ଛାଡପତ୍ର ହୋଇଥିଲେ।

Bollywood Aamir Khan
Advertisment
Advertisment