Advertisment

ଅଲୁ ଅର୍ଜୁନଙ୍କୁ ‘ଚୋର’ ଓ ‘ବୁଢା’ କହିଲେ ନେଟିଜେନ୍; କାହିଁକି…

ଟ୍ରୋଲ୍ ହେଉଛନ୍ତି ପୁଷ୍ପା ଷ୍ଟାର୍ ଅଲୁ ଅର୍ଜୁନ୍। ତାଙ୍କୁ ଲୋକେ ରାସ୍ତା କଡ ଚୋର, ଭିକାରୀ ଆଉ ବୁଢା ବୋଲି କହୁଛନ୍ତି। ହେଲେ, କାହିଁକି? ପଢନ୍ତୁ…

author-image
Pramod Behera
Allu  Arjun weight gain netizen says he looks like sadak chaap thief

Allu Arjun weight gain netizen says he looks like sadak chaap thief

ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର 'ପୁଷ୍ପା: ଦି ରାଇଜ୍' ବକ୍ସ ଅଫିସ’ରେ ସଫଳତା ସହିତ ଏକ ଜାତୀୟ ସେନ୍ସେଶନ ହୋଇଯାଇଛି। ସେ କେବଳ ନିଜ ଅଭିନୟ ପାଇଁ ଜଣାଶୁଣା ନୁହଁନ୍ତି ବରଂ ଡ୍ୟାନ୍ସ ମାଧ୍ୟମରେ ବି କୋଟି କୋଟି ପ୍ରଶଂସକଙ୍କୁ ପ୍ରଭାବିତ କରନ୍ତି। ତାଙ୍କ ହୁକ୍‌ଅପ୍ ଷ୍ଟେପଗୁଡିକର ପ୍ରଭାବ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପଡିଥିଲା। ବିଶ୍ୱ ସ୍ତରର ତାରକାର ଟ୍ୟାଗ୍ ହାସଲ କରିଥିବା ଅଲୁ ଅର୍ଜୁନ ଆଜିକାଲି ଟ୍ରୋଲ୍‌ର ଶିକାର ହେଉଛନ୍ତି। ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ କ୍ଳାନ୍ତ ହେଉ ନଥିବା ବେଳେ ବର୍ତ୍ତମାନ ସେମାନେ ତାଙ୍କୁ ଏକ ରାସ୍ତା କଡ ଚୋର ଏବଂ ଜଣେ ବୁଢା ବୋଲି କହୁଛନ୍ତି।

Advertisment

ଅଲୁ ଅର୍ଜୁନଙ୍କ କିଛି ନୂଆ ଫଟୋ ସାମ୍ନାକୁ ଆସିଛି, ଯାହାକୁ ନେଇ ଲୋକମାନେ ପରିହାସ କରୁଛନ୍ତି। ଅଭିନେତାଙ୍କ ଏହି ଫଟୋ ଜୋରଦାର ଭାଇରାଲ୍ ହେଉଥିବା ଦେଖାଯାଉଛି ଓ ଜମେଇକି ଟ୍ରୋଲ୍ ମଧ୍ୟ ହେଉଛି। ଏହି ଫଟୋରେ ପୁଷ୍ପା ଷ୍ଟାର୍ ଏକ ପିକା ବ୍ଲୁ ଟି-ସାର୍ଟ ଏବଂ କଳା କାର୍ଗୋ ପିନ୍ଧି ନଜର ଆସିଛନ୍ତି। ଏମିତି ଅବସ୍ଥାରେ ସେ ସହରରେ ବୁଲୁଥିବା ବେଳେ ପାପାରାଜିଙ୍କ ନଜର ତାଙ୍କ ଉପରେ ପଡିଥିଲା। ସେ କ୍ୟାମେରାରେ ଅଭିନେତାଙ୍କୁ କାବୁ କରି ସୋସିଆଲ ମିଡିଆରେ ଶେୟାର କରିଦେଲେ।

ଅଭିନେତାଙ୍କୁ ଏଭଳି ଏକ ମଜାଳିଆ ରୂପରେ ଦେଖି ଜଣେ ତାଙ୍କୁ କିମ୍ବଦନ୍ତୀ ଶ୍ରୀଲଙ୍କା କ୍ରିକେଟର୍‌ ଲସିଥ୍‌ ମାଲିଙ୍ଗାଙ୍କ ସହିତ ତୁଳନା କରିଥିବା ବେଳେ ଆଉ ତାଙ୍କୁ ବୃଢା ବୋଲି କହିବାକୁ ପଛଘୁଞ୍ଚା ଦେଇ ନାହାନ୍ତି। ସେହିପରି ଆଉ ଜଣେ ଟ୍ରୋଲ୍ କରି ଲେଖିଛନ୍ତି ଯେ 'ସେ ଚୋରଙ୍କ ଭଳି ଦେଖାଯାଉଛନ୍ତି। ସାଉଥ୍‌ର ଲୋକମାନେ ଏହି ଭିକାରୀଙ୍କୁ ନେଇ ପାଗଳ।' ଅଲୁ ଅର୍ଜୁନଙ୍କ ଏହି ହେବୀ ଲୁକ୍ ଦେଖି କିଛି ଲୋକ ତାଙ୍କୁ 'ମୋଟା ଭାଇ' କହୁଥିବା ବେଳେ କେହି କେହି 'ଭଡା ପାଭ୍ ଲୁକ୍' ବୋଲି କହିଛନ୍ତି।

Advertisment

ଜଣେ ଉପଭୋକ୍ତା ତାଙ୍କୁ କହିଛନ୍ତି ଯେ 'କେଉଁଠୁ ପାଇଲ ଏହି ଟି-ସାର୍ଟ?' ସେହିପରି ଜଣେ ଥଟ୍ଟା କରି କହିଛନ୍ତି- 'ଦିନକୁ ଦିନ ବୁଢା ହେଇଚାଲିଛନ୍ତି।' ତାଙ୍କୁ ଏହି ଅବସ୍ଥାରେ ଦେଖି କିଛି ଲୋକ କହିଛନ୍ତି ଯେ ‘ଲାଗୁଛି ସେ ତାଙ୍କର ଆଗାମୀ ସିକ୍ୱେଲ୍ ପୁଷ୍ପା ୨ ପାଇଁ ସେ ଓଜନ ବଢାଉଛନ୍ତି।’

Allu Arjun Bollywood
Advertisment
Advertisment