Allu Arjun takes 125 cr and Rashmika Mandanna 5 cr for Pushpa part 2
ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ଦି ରାଇଜ୍'କୁ ଜବରଦସ୍ତ ସଫଳତା ମିଳିଥିଲା ଏବଂ ଲୋକେ ଏହାକୁ ଖୁବ ପସନ୍ଦ ମଧ୍ୟ କରିଥିଲେ। ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଭାଗର ସୁଟିଂ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ନିକଟରେ ଏଥିପାଇଁ ଏକ ପୂଜା ମଧ୍ୟ ଆୟୋଜିତ ହୋଇଥିଲା, ଯାହାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ପ୍ରଥମ ଭାଗର ନାମ 'ପୁଷ୍ପା ଦି ରାଇଜ୍' ଥିଲାବେଳେ ଦ୍ୱିତୀୟ ଭାଗର ନାମ ‘ପୁଷ୍ପା ଦ ରୁଲ୍’ ରହିଛି। ଏହି ସୂଚନା ଇନଷ୍ଟାଗ୍ରାମର ଏକ ପୃଷ୍ଠାରେ ଶେୟାର କରାଯାଇଛି ଆଉ କୁହାଯାଇଛି ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀରେ ରିଲିଜ୍ ହେବାକୁ ଯାଉଛି।
ଇନ୍ଷ୍ଟାଗ୍ରାମ୍ରେ ଏହି ପୋଷ୍ଟ୍ରେ କୁହାଯାଇଛି ଯେ ଅଲ୍ଲୁ ଅର୍ଜୁନ ଏହି ଫିଲ୍ମ ପାଇଁ ୧୨୫ କୋଟି ଟଙ୍କା ନେଇଛନ୍ତି। ଏଥିସହିତ ସୁକୁମାର ଏଥିପାଇଁ ୫୦ କୋଟି ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ୫ କୋଟି ଟଙ୍କା ନେଇଛନ୍ତି। ଏହି ଫିଲ୍ମ ସାରା ଦୁନିଆର ପରଦାରେ ମୁକ୍ତିଲାଭ କରିବ। ସୋସିଆଲ ମିଡିଆରେ ପ୍ରଶଂସକମାନେ ମଧ୍ୟ ଏହି ପୋଷ୍ଟ୍କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଅଧିକାଂଶ ପ୍ରଶଂସକ କହୁଛନ୍ତି ଯେ ସେମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ସୂଚନା ମୁତାବକ ଅଲ୍ଲୁ ଅର୍ଜୁନ ସେପ୍ଟେମ୍ବର ତୃତୀୟ ସପ୍ତାହରେ ‘ପୁଷ୍ପା ୨’ ପାଇଁ ସୁଟିଂ ଆରମ୍ଭ କରିବେ। କୁହାଯାଉଛି ଯେ କିଛି ଦିନ ପରେ ରଶ୍ମିକା ମନ୍ଦନା ମଧ୍ୟ ଫିଲ୍ମର ସୁଟିଂରେ ସାମିଲ ହେବେ। ‘ପୁଷ୍ପା ଦି ରାଇଜ୍’ ଡିସେମ୍ବର ୨୧, ୨୦୨୧ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମର କେବଳ ତେଲୁଗୁ ସଂସ୍କରଣ ହଇଚଇ ସୃଷ୍ଟି କରି ନଥିକା, ଏହାର ହିନ୍ଦୀ ସଂସ୍କରଣ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661684913.jpg)