Advertisment

Pushpa 2 Breaks Record: ରିଲିଜ୍ ପୂର୍ବରୁ ରେକର୍ଡ କଲା ପୁଷ୍ପା, ଟିକେଟ୍ ମୂଲ୍ୟରେ ତାବଡତୋଡ୍ ବୃଦ୍ଧି

ପୂର୍ବରୁ ଶାହରୁଖଙ୍କ ପଠାନ, ୟଶ୍‌ଙ୍କ କେଜିଏଫ୍ ଏବଂ ସନ୍ନି ଦେଓଲଙ୍କ ଗଦ୍ଦର-୨ ନାଁରେ ସବୁଠୁ ଅଧିକ ଆଡଭାନ୍ସ ଟିକେଟ୍ ବୁକିଂ ରେକର୍ଡ ଥିବା ବେଳେ ପୁଷ୍ପା-୨ ଏହି ରେକର୍ଡକୁ ଭାଙ୍ଗିଛି ।

ଅଦ୍ୟତନ ହୋଇଛି
Pushpa 2 Breaks Record

Pushpa 2 Breaks Record

Advertisment

ରିଲିଜ୍ ପୂର୍ବରୁ ରେକର୍ଡ । ଭାରତୀୟ ସିନେମା ଜଗତରେ ନୂଆ କିର୍ତ୍ତୀମାନ ହାସଲ କରିଛି ପୁଷ୍ପା-୨ । ରିଲିଜ୍ ପୂର୍ବରୁ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିଛି । ପ୍ରଥମ ଦିନ ପାଇଁ ମାତ୍ର ୧୨ ଘଣ୍ଟାରେ ସାରା ଦେଶରେ ୩ ଲକ୍ଷରୁ ଅଧିକ ଟିକେଟ୍ ଆଡଭାନ୍ସ ବୁକିଂ ସରିଛି । ଅର୍ଥାତ୍ ପ୍ରଥମ ଦିନ ସିନେମା ଦେଖିବାକୁ ଲକ୍ଷାଧିକ ଲୋକେ ଟିକେଟ୍ ବୁକିଂ କରି ସାରିଲେଣି । ଯାହା ୧୦ କୋଟିର ଏକ ବଡ଼ ମାର୍କକୁ କ୍ରସ୍ କରି ସାରିଛି ।

Advertisment

ପୂର୍ବରୁ ଶାହରୁଖଙ୍କ ପଠାନ, ୟଶ୍‌ଙ୍କ କେଜିଏଫ୍ ଏବଂ ସନ୍ନି ଦେଓଲଙ୍କ ଗଦ୍ଦର-୨ ନାଁରେ ସବୁଠୁ ଅଧିକ ଆଡଭାନ୍ସ ଟିକେଟ୍ ବୁକିଂ ରେକର୍ଡ ଥିବା ବେଳେ ପୁଷ୍ପା-୨ ଏହି ରେକର୍ଡକୁ ଭାଙ୍ଗିଛି । ସେପଟେ ସିନେମା ଟିକେଟ୍ ରେଟ୍ ବି ବଢ଼ିଛି । ଭୁବନେଶ୍ୱରର ବିଭିନ୍ନ ସିନେମା ଥିଏଟର ଓ ମଲଟି ପ୍ଲେକ୍ସରେ ଅନ୍ୟ ଫିଲ୍ମର ଦାମ ୧୦୦ରୁ ୨୦୦ ଟଙ୍କା ଭିତରେ ରହୁଥିବା ବେଳେ ଏବେ ତାହା ଦୁଇଗୁଣା ହୋଇଛି । ଅର୍ଥାତ ପୁଷ୍ପା-୨ର ଟିକେଟ୍ ୪୦୦ ଟଙ୍କାରୁ ଆରମ୍ଭ ହେଉଛି ।

ଅଧିକ ପଢ଼ନ୍ତୁ: 'ପୁଷ୍ପା ୨' ଟ୍ରେଲର ଲଞ୍ଚ୍‌ ବେଳେ ପାଟନାବାସୀଙ୍କୁ କ୍ଷମା ମାଗିଲେ ଅଲ୍ଲୁ ଅର୍ଜୁନ

Advertisment

ଖାଲି ଭୁବନେଶ୍ୱର ନୁହେଁ ଦେଶର ଅନେକ ସିନେମା ହଲରେ ଏମିତି ଅବସ୍ଥା । ଦିଲ୍ଲୀର କିଛି ମଲ୍ଟି ପ୍ଲେକ୍ସରେ ୨ ହଜାରରୁ ଅଧିକ ଟଙ୍କା ରହିଛି । ତେଲେଙ୍ଗାନାରେ ସିଙ୍ଗେଲ୍ ସ୍କ୍ରିନର ସବୋର୍ଚ୍ଚ ଦାମ ୧୫୦ ଟଙ୍କା ହେବା କଥା । କିନ୍ତୁ ପୁଷ୍ପା-୨ ପାଇଁ ହଲ୍ ଟିକେଟ୍ ଦର ବଢ଼ାଇବାକୁ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି । ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ଏକ ଚିଠି ଜରିଆରେ ଏହି ଟିକେଟ୍ ପ୍ରାଇସ୍ ସବୋର୍ଚ୍ଚ ୮୦୦ ଟଙ୍କା ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏସବୁକୁ ଦେଖି ଅନୁମାନ କରି ହେଉଛି କି ପୁଷ୍ପା-୨କୁ ନେଇ ଲୋକଙ୍କ ମଧ୍ୟରେ କେତେ ରହିଛି ଉତ୍ସାହ ।

ତେବେ ଦର୍ଶକମାନେ ଫିଲ୍ମର ଟିକେଟ୍ ମୂଲ୍ୟ ଅଧିକ ହେବା ଭାବି ଚିନ୍ତାରେ ମଧ୍ୟ ଅଛନ୍ତି । ଏଭଳି ପରିସ୍ଥିତିରେ ଦୁଇ ରାଜ୍ୟ - ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସରକାର ଏକ ଆଦେଶ ଜାରି କରିଛନ୍ତି ଯେଉଁଥିରେ ଏହି ଦୁଇ ରାଜ୍ୟରେ ଟିକେଟ୍ ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ହାର କେବଳ ୪ ଦିନ ପାଇଁ ବୈଧ ରହିବ । ଫିଲ୍ମର ନିର୍ମାତା-ବିତରକମାନେ ଟିକେଟ୍ ହାର ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ ।

Advertisment

ଡେକାନ୍ କ୍ରୋନିକଲ୍ ରିପୋର୍ଟ ଅନୁଯାୟୀ, 'ପୁଷ୍ପା ୨: ଦି ରୁଲ୍'ର ନିର୍ମାତାଙ୍କୁ ଫିଲ୍ମର ଟିକେଟ୍ ହାର ବୃଦ୍ଧି ପାଇଁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କଠାରୁ ଅନୁମତି ମିଳିଥିବା ଜଣାଯାଇଛି । ଜଣେ ବଡ ବିତରକ କହିଛନ୍ତି, “ଦୁଇ ତେଲୁଗୁ ରାଜ୍ୟରେ ଟିକେଟ୍ ମୂଲ୍ୟ ୬୦୦ ଟଙ୍କା ହେବ କାରଣ ଏହି ବୃଦ୍ଧି ପାଇଁ ଉଭୟ ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଏବଂ ଏହା ତେଲୁଗୁ ଫିଲ୍ମ ପାଇଁ ସବୁଠାରୁ ମହଙ୍ଗା ଟିକେଟ୍ ମୂଲ୍ୟ ହେବ।”

ସୂତ୍ରରୁ ପ୍ରକାଶ ଯେ, ଉଭୟ ତେଲୁଗୁ ରାଜ୍ୟରେ ବିଶାଳ ଓପେନିଂକୁ ଦୃଷ୍ଟିରେ ରଖି ଗୁରୁବାର (ଡିସେମ୍ବର ୫) ରୁ ରବିବାର (ଡିସେମ୍ବର ୯) ପର୍ଯ୍ୟନ୍ତ ଚାରି ଦିନ ପାଇଁ ଟିକେଟ୍ ମୂଲ୍ୟ ବୃଦ୍ଧି କରିବାକୁ ସରକାରୀ ଅନୁମତି ମିଳିଥିବା ଜଣାଯାଇଛି । ଏହାପୂର୍ବରୁ, 'କଳ୍କି ୨୮୯୮ ଏଡି', 'ସାଲାର' ଏବଂ 'ଦେବରା' ପରି ବଡ ବଡ ତେଲୁଗୁ ଫିଲ୍ମ ମଧ୍ୟ ଏହିପରି ଅନୁମତି ପାଇ ଟିକେଟ୍ ମୂଲ୍ୟ ବୃଦ୍ଧି କରିଥିଲେ ​​ଏବଂ ସେମାନେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୩୯୫, ୪୦୩ ରୁ ୪୯୫ ଟଙ୍କା ମଧ୍ୟରେ ସ୍ଥିର କରିଥିଲେ । କିନ୍ତୁ 'ପୁଷ୍ପା ୨: ଦି ରୁଲ୍'ର ମାହୋଲ୍‌କୁ ଦେଖି ଟିକେଟ୍ ମୂଲ୍ୟ ୬୦୦ ଟଙ୍କା ରଖାଯାଇଛି ।

ଅଧିକ ପଢ଼ନ୍ତୁ: ନାନା ପାଟେକର କହିଲେ, ତୁମର ନ୍ୟୁମରୋଲୋଜୀ ନିରର୍ଥକ...ନିରାଶ ହେଲେ ପ୍ରତିଯୋଗୀ

Allu Arjun Release Record
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ