Advertisment

Nana Patekar: ନାନା ପାଟେକର କହିଲେ, ତୁମର ନ୍ୟୁମରୋଲୋଜୀ ନିରର୍ଥକ...ନିରାଶ ହେଲେ ପ୍ରତିଯୋଗୀ

ନାନା ପାଟେକର ସିଙ୍ଗିଙ୍ଗ୍ ରିଆଲିଟି ଶୋ 'ଇଣ୍ଡିଆନ୍ ଆଇଡଲ୍ ୧୫'ରେ ଜଜ୍ ଭୂମିକାରେ ଅଛନ୍ତି। ଏହି ସମୟରେ ସେ ଜଣେ ପ୍ରତିଯୋଗୀଙ୍କ ନ୍ୟୁମରୋଲୋଜୀକୁ ନେଇ କଥା ଉଠାଇଛନ୍ତି। ନିର୍ମାତା ଏପିସୋଡ୍‌ର ପ୍ରୋମୋ ସୋସିଆଲ ମିଡିଆରେ ଶେୟାର କରିବା ପରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

author-image
Pramod Behera
ଅଦ୍ୟତନ ହୋଇଛି
nana patekar asks a contestant about her numerology

nana patekar asks a contestant about her numerology

ବଲିଉଡ୍‌ର ଭେଟେରାନ ଅଭିନେତା ନାନା ପାଟେକର ନିଜର ଖୁଲମଖୁଲା କଥା ପାଇଁ ସବୁବେଳେ ଜଣାଶୁଣା। ସେ ଯାହା କହିବାକୁ ଚାହାଁନ୍ତି, ଆଗପଛ ବିଚାର ନ କରି ମୁହେଁ ମୁହେଁ କହିଦିଅନ୍ତି। ତାଙ୍କର ଏହି ଗୁଣକୁ ଅନେକ ପ୍ରଶଂସା କରୁଥିଲେ ମଧ୍ୟ ବେଳେ ବେଳେ ତାଙ୍କ ମତ ତାଙ୍କୁ ବିବାଦ ଘେରକୁ ନେଇଯାଏ।

Advertisment

ବର୍ତ୍ତମାନ ନାନା ପାଟେକର ସିଙ୍ଗିଙ୍ଗ୍ ରିଆଲିଟି ଶୋ 'ଇଣ୍ଡିଆନ୍ ଆଇଡଲ୍ ୧୫'ରେ ଜଜ୍ ଭୂମିକାରେ ଅଛନ୍ତି। ଏହି ସମୟରେ ସେ ଜଣେ ପ୍ରତିଯୋଗୀଙ୍କ ନ୍ୟୁମରୋଲୋଜୀକୁ ନେଇ କଥା ଉଠାଇଛନ୍ତି। ନିର୍ମାତା ଏପିସୋଡ୍‌ର ପ୍ରୋମୋ ସୋସିଆଲ ମିଡିଆରେ ଶେୟାର କରିବା ପରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳେ ଯେ ନାନା ପାଟେକରଙ୍କ ପ୍ରଶ୍ନ ଶୁଣିବା ପରେ ପ୍ରତିଯୋଗୀଙ୍କ ଚେହେରା ଫିକା ପଡିଯାଏ।

ସୋନି ଟିଭିର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଚ୍ୟାନେଲ୍‌ରେ 'ଇଣ୍ଡିଆନ୍ ଆଇଡଲ୍ ୧୫'ର ଏହି ପ୍ରୋମୋ ପୋଷ୍ଟ କରାଯାଇଛି। ନାନା ପାଟେକର ଜଣେ ପ୍ରତିଯୋଗୀଙ୍କ ସହ କଥା ହେଉଥିବା ବେଳେ ସେ ତାଙ୍କୁ ପଚାରନ୍ତି ଯେ 'ତୁମେ ନ୍ୟୁମରୋଲୋଜୀ ଉପରେ ବିଶ୍ୱାସ କର କି?”In Indian idol 15 nana patekar asks a contestant about her numerologyନାନା ପାଟେକରଙ୍କ କଥା ଶୁଣି ନିରାଶ ହେଲେ

Advertisment

ଏହାର ଉତ୍ତରରେ ପ୍ରତିଯୋଗୀ ହଁ କରନ୍ତି। ଏହା ପରେ ନାନା ପାଟେକର୍ କୁହନ୍ତି ଯେ ତେବେ କୁହ କିଏ ବିଜେତା ହେବ? ଏହା ଶୁଣି ପ୍ରତିଯୋଗୀ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଏବଂ କିଛି ଉତ୍ତର ଦେଇପାରନ୍ତି ନାହିଁ।

ଏହା ପରେ ନାନା ପାଟେକର ତାଙ୍କୁ ପଚାରନ୍ତି, “ଆଛା ତୁମ ହିସାବରେ ମୋର ବୟସ କେତେ।” ପ୍ରତିଯୋଗୀ ଏଥିରେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ି ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ଆଡକୁ ଚାହାନ୍ତି। ତା’ପରେ ନାନା ପାଟେକର ଥଟ୍ଟା କରି କୁହନ୍ତି, "ଦେଖ, ତୁମର ଯେଉଁ ନ୍ୟୁରୋଲୋଜୀ, ତାହା ନିରର୍ଥକ, ନୁହେଁ କି? ତୁମେ ବିନା ଦ୍ୱିଧାରେ ଗାଇ ଦିଅ, ଏହା ହେଉଛି ସତ। ବାକି ସବୁ ଛାଡିଦିଅ।"

ଲୋକଙ୍କ ପ୍ରତିକ୍ରିୟା:

ଏହି ଭିଡିଓ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ପାଇବାରେ ଲାଗିଛି। ଜଣେ ପ୍ରଶଂସକ ଲେଖିଛନ୍ତି, "ବିଚାରୀ, ନାନା ଜିଙ୍କ ପ୍ରଶ୍ନରେ ସେ ଚାପଗ୍ରସ୍ତ ହୋଇଥିଲେ।" ଅନ୍ୟ ଜଣେ ପ୍ରଶ୍ନ କହିଛନ୍ତି, "ଇଣ୍ଡିଆନ୍ ଆଇଡଲ୍ ରେ ଟିକିଏ ଅଧିକ ରୋଷ୍ଟିଂ ହେଉନାହିଁ କି?"


ନାନାଙ୍କ ‘ବନବାସ୍’ ପ୍ରଚାର:

ନାନା ପାଟେକର ‘ଇଣ୍ଡିଆନ୍ ଆଇଡଲ୍ ୧୫’ କୁ ତାଙ୍କର ଆଗାମୀ ଫିଲ୍ମ ‘ବନବାସ୍’ର ପ୍ରମୋଟ୍ କରିବାକୁ ଆସିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗଦର ନିର୍ମାତା ଅନିଲ ଶର୍ମା। ଏଥିରେ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମରେ ବାପା ଏବଂ ପୁଅଙ୍କ ସମ୍ପର୍କର ଏକ ଭାବପ୍ରବଣ କାହାଣୀ ଦେଖିବାକୁ ମିଳିବ। ୨୦ ଡିସେମ୍ବର ୨୦୨୪ ରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ଯୋଜନା ରହିଛି।

ନାନା ପାଟେକରଙ୍କ ‘ଦି ଭ୍ୟାକ୍ସିନ ୱାର୍’:

ଏହାପୂର୍ବରୁ ନାନା ପାଟେକର ଫିଲ୍ମ ‘ଦି ଭ୍ୟାକ୍ସିନ ୱାର୍’ ରେ ନଜର ଆସିଥିଲେ। କରୋନା ମହାମାରୀର ପୃଷ୍ଠଭୂମିରେ ନିର୍ମିତ ଏହି ଫିଲ୍ମକୁ ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶନା ଦେଇଥିଲେ। ତେବେ ଏହି ଫିଲ୍ମ ଦର୍ଶକଙ୍କ ଉପରେ ପ୍ରଭାବ ପକାଇବାରେ ବିଫଳ ହୋଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ରୋଜଗାର କରିପାରି ନଥିଲା।

Bollywood Indian Idol Viral Video Nana Patekar
Advertisment
Advertisment