Allu Arjun sent to Judicial Custody: ରିଲ୍ ନୁହେଁ ରିଅଲ୍‌ରେ ବନ୍ଧା ହେଲେ ‘ପୁଷ୍ପାରାଜ୍’; ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

ପୁଷ୍ପା-୨ର ସ୍କ୍ରିନିଂ ବେଳେ ଦଳାଚକଟା ହୋଇଥିଲା । ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ଜେଲ୍‌ ଗଲେ ଅଲ୍ଲୁ ଅର୍ଜୁନ

ଦଳାଚକଟା ମାମଲାରେ ଜେଲ୍ ଗଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଅଲ୍ଲୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ନାମପଲ୍ଲୀ କୋର୍ଟ । ଜରୁରୀ ଶୁଣାଣି ପାଇଁ ତେଲେଙ୍ଗାନା ହାଇକୋର୍ଟ ଗଲେ ଅଲ୍ଲୁ। ଆଜି ଅଲ୍ଲୁଙ୍କୁ ଗିରଫ କରିଥିଲା ପୋଲିସ। ଏହି ଘଟଣା ପରେ ଅଲ୍ଲୁଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

ପୁଷ୍ପା-୨ର ସ୍କ୍ରିନିଂ ବେଳେ ଦଳାଚକଟା ହୋଇଥିଲା । ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତେବେ ପୁଷ୍ପା ଟୁ ଅଭିନେତା ଅଲ୍ଲୁ ଅର୍ଜୁନ ଏଥିପାଇଁ ପରେ ଗଭୀର ସମବେଦନା ମଧ୍ୟ ଜଣାଇଥିଲେ । ହାଇଦ୍ରାବଦର ଏକ ସିନେମା ହଲରେ ପୁଷ୍ପା-ଟୁ ଦେଖିବାକୁ ଯାଇଥିବା ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିଲେ ଅଲ୍ଲୁ । ସେ ତାଙ୍କ ସୋସିଆଲ ମିଡିଆ ହାଣ୍ଡେଲରେ ଏକ ସମବେଦନାପୂର୍ଣ୍ଣ ବାର୍ତ୍ତା ରଖିବା ସହ ମୃତକଙ୍କ ପରିବାର ସହିତ ଏହି ଅସମୟରେ ଛିଡା ହେବେ ବୋଲି କହିଥିଲେ ।

ଏପରିକି ମୃତ ମହିଳାଙ୍କ ପରିବାର ଲୋକଙ୍କୁ ସେ ବ୍ୟକ୍ତିଗତ ଭାବେ ଯାଇ ଭେଟିବେ ବୋଲି ମଧ୍ୟ ଜଣାଇଛନ୍ତି । ଏହାସହ ସେହି ପରିବାରକୁ ସେ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ଲାଗି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । କିଛିଦିନ ତଳେ ରାତିରେ ହାଇଦ୍ରାବାଦ ସଂଧ୍ୟା ଥିଏଟର୍ ବାହାରେ ପୁଷ୍ପା ଟୁ ଶୋ’ ବେଳେ ଦଳାଚକଟା ପରିସ୍ଥିତି ଉପୁଜୁଥିଲା । ଭିଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ ।

ଏହି ଦଳାଚକଟାକୁ ନେଇ ପୁଷ୍ପା ନାଁରେ ରୁଜୁ ହୋଇଥିଲା ମାମଲା । ଭିଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ନେଇ ଅଲ୍ଲୁ ଅର୍ଜୁନ୍, କାର୍ଯ୍ୟକ୍ରମର ଆୟୋଜକ, ସିନେମା ହଲ୍ ମାଲିକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ଅନୁସାରେ ବିନା ଅନୁମତି ଓ ଆନୁସଙ୍ଗିକ ବ୍ୟବସ୍ଥା ନଥାଇ ପ୍ରିମିୟର୍ ଶୋ’ ଏଠି ହୋଇଥିବା ଅଭିଯୋଗ ରହିଥିଲା । ଫଳରେ ହଠାତ୍ ଏତେ ପରିମାଣର ଭିଡ଼ ଜମିଥିଲା ।

ଏଥିରେ ଶ୍ୱାସରୁଦ୍ଧ ହୋଇ ୩୫ ବର୍ଷିୟା ରେବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୧୩ ବର୍ଷର ପୁଅ ଆହତ ହୋଇଥିଲେ । ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଥିଏଟରରେ ସ୍କ୍ରିନିଂ ସମୟରେ ଯଦି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ତେବେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇଛି? ପୋଲିସର ସୂଚନାନୁସାରେ, ଅଲ୍ଲୁ ଅର୍ଜୁନ ସୂଚନା ନଦେଇ ଥିଏଟରରେ ପହଞ୍ଚିଥିଲେ । ଏହି କାରଣରୁ ଦଳାଚକଟା ଘଟିଥିଲା ​​।

ତାଙ୍କ ଆସିବା ନେଇ କୌଣସି ପୂର୍ବ ସୂଚନା ଦିଆଯାଇ ନଥିଲା । ଏହା ସତ୍ତ୍ୱେ, ତାଙ୍କ ବାଟକୁ ଅପେକ୍ଷା କରି ଏତେ ସଂଖ୍ୟକ ଜନସମାଗମ ହୋଇଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଗଲା । କୁହାଯାଉଛି ଯେ ଅଲ୍ଲୁ ଅର୍ଜୁନଙ୍କ ଆସିବା ନେଇ କେବଳ ଥିଏଟର ମ୍ୟାନେଜମେଣ୍ଟ ଜାଣିଥିଲା, ତଥାପି ସେମାନେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିନଥିଲେ କିମ୍ବା ପୃଥକ ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ମଧ୍ୟ କରିନଥିଲେ ।

ଡିସେମ୍ବର ୪ରେ, ରାତି ପ୍ରାୟ ୯ଟା ୩୦ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦଙ୍କ ସହ ଥିଏଟରର ପ୍ରିମିୟର୍ ସୋ ପାଇଁ ପହଞ୍ଚିଥିଲେ । କୁହାଯାଉଛି ଯେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀମାନେ ଭିଡ଼ ଏଡାଇବା ପାଇଁ ଠେଲାପେଲା ଆରମ୍ଭ କରିଥିଲେ । ଏହି କାରଣରୁ ପୂର୍ବର ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା । ଫ୍ୟାନ୍ସମାନେ ଅଲ୍ଲୁ ଅର୍ଜୁନଙ୍କ ସହ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ । ଏହି କାରଣରୁ, ଥିଏଟରର ତଳ ବାଲକୋନୀରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଦଳାଚକଟା ଘଟିଲା ।

ଏହି ଦଳାଚକଟାରେ ରେବତୀ ଏବଂ ତାଙ୍କ ପୁଅ ଭିଡ଼ ଭିତରେ ଫସି ଯାଇଥିଲେ । ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ । ବହୁ ପରିଶ୍ରମ ପରେ ଉଭୟଙ୍କୁ ବାହାରକୁ ନିଆଯାଇଥିଲା । ମାତ୍ର ସେତେବେଳକୁ ସେମାନେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ମହିଳାଙ୍କୁ ସିପିଆର୍ ଦିଆଯିବା ପରେ ତୁରନ୍ତ ଡାକ୍ତରଖାନା ପଠାଯାଇଥିଲା । ଶେଷରେ ରେବତୀଙ୍କୁ ଦୁର୍ଗାବାଇ ଦେଶମୁଖ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା ।