Advertisment

Allu Arjun: ଅଲ୍ଲୁ ଅର୍ଜୁନଙ୍କ ଘର ଉପରେ ଆକ୍ରମଣ; ଆୟାନ ଏବଂ ଆରହାଙ୍କୁ ସ୍ଥାନାନ୍ତର

ସନ୍ଧ୍ୟା ଥିଏଟରରେ ହୋଇଥିବା ଅଘଟଣ ପର ଠାରୁ ଅଲ୍ଲୁ ଅର୍ଜୁନଙ୍କ ପ୍ରତି ହାଇଦ୍ରାବାଦର ଲୋକମାନଙ୍କ ରାଗ ବଢିବାରେ ଲାଗିଛି। ଏହାରି ଭିତରେ ୨୨ ଡିସେମ୍ବର ରବିବାର ଦିନ, ଓସ୍ମାନିୟା ବିଶ୍ୱବିଦ୍ୟାଳୟର ଆଠ ଜଣ ସଦସ୍ୟ ତାଙ୍କ ଘର ଉପରେ ଆକ୍ରମଣ କରିଛନ୍ତି।

ଅଦ୍ୟତନ ହୋଇଛି
Allu arjun kids moved to some other place after attack on home

Allu arjun kids moved to some other place after attack on home

Advertisment

'ପୁଷ୍ପା ୨' ରିଲିଜ୍ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୯ ବର୍ଷର ପୁଅ ଗୁରୁତର ଆହତ ହୋଇଥିଲେ। ଡିସେମ୍ବର ୧୩ରେ ସ୍ଥାନୀୟ ପୋଲିସ ସୁପର୍‌ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କୁ ତାଙ୍କ ଘରୁ ଗିରଫ କରିଥିଲା।

Advertisment

ଏହି ଘଟଣା ପରଠାରୁ ଅଲ୍ଲୁ ଅର୍ଜୁନଙ୍କ ପ୍ରତି ହାଇଦ୍ରାବାଦର ଲୋକମାନଙ୍କ ରାଗ ବଢିବାରେ ଲାଗିଛି। ଏହାରି ଭିତରେ ୨୨ ଡିସେମ୍ବର ରବିବାର ଦିନ, ଓସ୍ମାନିୟା ବିଶ୍ୱବିଦ୍ୟାଳୟର ଆଠ ଜଣ ସଦସ୍ୟ ତାଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ହାଇଦ୍ରାବାଦର ଜୁବୁଲି ପାହାଡରେ ଥିବା ତାଙ୍କ ଘରେ ଆକ୍ରମଣର କିଛି ଘଣ୍ଟା ପରେ ଅଲ୍ଲୁ ଅର୍ଜୁନ ତାଙ୍କ ପିଲା ଆୟାନ ଏବଂ ଆରହାଙ୍କୁ ସେଠାରୁ ସ୍ଥାନାନ୍ତର କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବିଳମ୍ବରେ ପହଞ୍ଚିଲା ଜାମିନ୍‌ ଅର୍ଡର, ରାତି ସାରା ଜେଲ୍‌ରେ ରହିଲେ ଅଲ୍ଲୁ !

ବିକ୍ଷୋଭକାରୀମାନେ ଅଭିନେତାଙ୍କ ଘର ଉପରକୁ ପଥର ଫୋପାଡି ସନ୍ଧ୍ୟା ଥିଏଟରରେ ମହିଳାଙ୍କ ମୃତ୍ୟୁ ପାଇଁ ନ୍ୟାୟ ଦାବି କରିଥିଲେ। ଏହା ସହିତ ଲୋକମାନେ ବିଭିନ୍ନ ସ୍ଲୋଗାନ୍‌ ଦେବା ସହ

Advertisment

ପ୍ଲାକାର୍ଡ ଧରି ଅଭିନେତାଙ୍କ କୁଶପୁତଳିକା ପୋଡିଥିଲେ। ତାଙ୍କ ଫୁଲ କୁଣ୍ଡ ମଧ୍ୟ ଭାଙ୍ଗିଥିଲେ ଏବଂ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଆଠ ଜଣଙ୍କୁ ପୋଲିସ ଅଟକ ରଖିଛି।

ଆକ୍ରମଣ ସମୟରେ ଅଲ୍ଲୁ ଅର୍ଜୁନ ତାଙ୍କ ଘରେ ନ ଥିଲେ। ଏହି ଆକ୍ରମଣ ପରେ ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀଙ୍କ ସନ୍ତାନ ଅଲ୍ଲୁ ଆରହା ଏବଂ ଅଲ୍ଲୁ ଆୟାନ ଘରୁ ବାହାରକୁ ଯାଉଥିବା ଦେଖିବାକୁ ମିଳିଥିଲା।

ବାପା ଅଲ୍ଲୁ ଅରବିନ୍ଦଙ୍କ ପ୍ରତିକ୍ରିୟା:

ପୁଅ ଉପରେ ଆକ୍ରମଣ ପରେ ଅଭିନେତାଙ୍କ ବାପା ଅଲ୍ଲୁ ଅରବିନ୍ଦ ନୀରବତା ଭାଙ୍ଗିଛନ୍ତି। ତାଙ୍କ ଘର ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ଅଲ୍ଲୁ ଅରବିନ୍ଦ କହିଛନ୍ତି, "ଆଜି ଆମ ଘରେ ଯାହା ହେଲା ତାହା ସମସ୍ତେ ଦେଖିଛନ୍ତି। କିନ୍ତୁ ବର୍ତ୍ତମାନ ସମୟ ଆସିଛି ଯେ ଆମେ ସେହି ଅନୁଯାୟୀ କାର୍ଯ୍ୟ କରୁଛୁ। ମତେ ଲାଗୁ ନାହିଁ ଯେ କୌଣସି ଜିନିଷ ଉପରେ ପ୍ରତିକ୍ରିୟା କରିବାର ଏହା ହେଉଛି ଠିକ୍ ସମୟ। ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।”

ଅଧିକ ପଢ଼ନ୍ତୁ: ବେଲ୍‌ ମିଳିବା ପରେ ବି କାହିଁକି ଜେଲ୍‌ରେ ରାତି କାଟିଲେ ଅଲ୍ଲୁ ?

ସେ ପୁଣି କହିଛନ୍ତି, “ମୋ ଘର ନିକଟରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ଯାହା ଦ୍ୱାରା ଯିଏ ବି ହଙ୍ଗାମା କରିବାକୁ ଆସିବ ତାକୁ ସେଠାରୁ ହିଁ ଉଠାଇନିଆଯିବ। ଏପରି ଘଟଣାକୁ କେହି ଉତ୍ସାହିତ କରିବା ଉଚିତ ନୁହେଁ। ବର୍ତ୍ତମାନ ଧୈର୍ଯ୍ୟ ରଖିବାର ସମୟ। ଆଇନ ଏହାର କାମ କରିବ।”

ରେବନ୍ତ ରେଡ୍ଡୀଙ୍କ ନିନ୍ଦା:

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏହି ଘଟଣାକୁ ନିନ୍ଦା କରିବା ସହ ପୋଲିସକୁ ପଦକ୍ଷେପ ନେବାକୁ କହିଛନ୍ତି। X ରେ ତାଙ୍କ ପୋଷ୍ଟରେ ଲେଖାଅଛି, "ମୁଁ ଫିଲ୍ମ ବ୍ୟକ୍ତିତ୍ୱଙ୍କ ଘର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରୁଛି। ମୁଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଡିଜିପି ଏବଂ ନଗର ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଉଛି। ଏହି ପରିପ୍ରେକ୍ଷୀରେ କୌଣସି କୋହଳ ନୀତିକୁ ବରଦାସ୍ତ କରାଯିବ ନାହିଁ।”

ସନ୍ଧ୍ୟା ଥିଏଟର ଘଟଣା:

ଡିସେମ୍ବର ୪ ରେ ସନ୍ଧ୍ୟା ଥିଏଟର ଘଟଣାରେ ମୃତ୍ୟୁବରଣ କରିଥିବା ୩୫ ବର୍ଷ ବୟସ୍କା ମହିଳାଙ୍କ ପରିବାର ପାଇଁ ଆକ୍ରମଣକାରୀମାନେ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ପ୍ରକାଶଥାଉ ଯେ ଅଲ୍ଲୁ ଅର୍ଜୁନ ତାଙ୍କ ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ର ପ୍ରିମିୟର ଦେଖିବାକୁ ଏଠାକୁ ଆସିଥିଲେ। ଏହି ସମୟରେ ଦଳାଚକଟା ହେବାରୁ ମହିଳାଙ୍କ ମୃତ୍ୟୁ ହେବା ସହ ତାଙ୍କ ନଅ ବର୍ଷର ପୁଅ ଶ୍ରୀ ତେଜଙ୍କ ଅବସ୍ଥା ଗୁରୁତର ଅଛି ଏବଂ ସେ ଚିକିତ୍ସିତ ହେଉଛନ୍ତି।

ଡିସେମ୍ବର ୧୩ରେ, ଅଲ୍ଲୁ ଅର୍ଜୁନଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା ଏବଂ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ତେବେ ପରେ କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ପୋଲିସ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ।

ଅଧିକ ପଢ଼ନ୍ତୁ: ରିଲ୍ ନୁହେଁ ରିଅଲ୍‌ରେ ବନ୍ଧା ହେଲେ ‘ପୁଷ୍ପାରାଜ୍’; ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

Allu Arjun South Indian Stars
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ