Alia Bhatt
ଆଲିଆଙ୍କୁ ଠକି ଦେଲେ ପୂର୍ବତନ ବ୍ୟକ୍ତିଗତ ସହାୟିକା । ଠକେଇର ଶିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆଙ୍କୁ ଠକି ଦେଇଛନ୍ତି ତାଙ୍କର ପୂର୍ବତନ ବ୍ୟକ୍ତିଗତ ସହାୟିକା ବେଦୀକା ପ୍ରକାଶ ସେଟ୍ଟୀ । ଆଲିଆଙ୍କ ସହିତ ୭୭ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗରେ ବେଦୀକାଙ୍କୁ ଗିରଫ କରିଛି ମୁମ୍ବାଇର ଜୁହୁ ପୋଲିସ୍ ।
ଅଧିକ ପଢ଼ନ୍ତୁ: ଅଭିନୟରେ ଯେତିକି ଦକ୍ଷ, ସେତିକି ଶିକ୍ଷିତ ଏହି ବି-ଟାଉନ ସେଲିବ୍ରିଟି
କିଛି ମାସ ପୂର୍ବରୁ ଆଲିଆଙ୍କ ମାଆ ସୋନି ରାଜଦାନଙ୍କ ଅଭିଯୋଗକୁ ଭିତ୍ତି କରି ଏହି ମାମଲା ରୁଜୁ ହୋଇଥିଲା । ଏଫଆଇଆର ରୁଜୁ ହେବାର ୫ ମାସ ପରେ ବେଙ୍ଗାଲୁରୁରୁ ବେଦୀକାଙ୍କୁ ଗିରଫ କରାଯାଇଛି । ଜୁଲାଇ ୮ରେ ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ୧୦ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ପୋଲିସ୍ । ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୬(୪) ଏବଂ ୩୧୮(୪) ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
ବେଦୀକାଙ୍କ ଠକେଇ ମାମଲା ସାମନାକୁ ଆସିବା ପରେ ସେ ଫେରାର ହୋଇ ଯାଇଥିଲେ । ସେ ଆଲିଆଙ୍କ ଜାଲ୍ ଦସ୍ତଖତ କରି ଦୁଇ ବର୍ଷ ମଧ୍ୟରେ ୭୬.୯ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ୨୦୨୨ ମେ ମାସରୁ ୨୦୨୪ ଅଗଷ୍ଟ ମାସ ମଧ୍ୟରେ ଏହି ଠକେଇ କରିଛନ୍ତି । ପୋଲିସ୍ କହିଛି ଯେ, ୨୦୨୧ରୁ ୨୦୨୪ ପର୍ଯ୍ୟନ୍ତ ଆଲିଆଙ୍କ ବ୍ୟକ୍ତିଗତ ସହାୟିକା ଥିଲେ ବେଦୀକା । ଏହି ସମୟରେ ସେ ଆଲିଆଙ୍କ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଟଙ୍କା ଦେଣନେଣ କଥା ବୁଝୁଥିଲେ । ତଦନ୍ତ ଜାରି ରହିଥିବା ବେଳେ ଆଲିଆ କିମ୍ବା ତାଙ୍କ ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Alia_Bhatt_1752040274.jpg)