Advertisment

ଆଲେକ୍ସଜାଣ୍ଡାର୍ ଆଲେକ୍ସଙ୍କ ସହ ଦିଶା ପାଟନୀଙ୍କ ଅଛି କି ସଂପର୍କ….

କିଛିଦିନ ହେବ ସର୍ବିଆ ମଡେଲ ଆଲେକ୍ସଜାଣ୍ଡାର୍ ଆଲେକ୍ସଙ୍କ ସହ ଦିଶା ପାଟନୀଙ୍କୁ ଦେଖିବାକୁ ମିଳୁଛି। ଏହାରି ଭିତରେ ଟାଇଗର୍ ଶ୍ରଫ୍‌ଙ୍କ ସହ ତାଙ୍କ ବ୍ରେକଅପ୍ ଖବର ମଧ୍ୟ ରହିଛି। ତେବେ ଦିଶାଙ୍କ ସମ୍ପର୍କ ଆଲେକ୍ସଙ୍କ ସହ ଅଛି କି?

author-image
Pramod Behera
Aleksandar Alex reacts on dating rumours with Disha Patani

Aleksandar Alex reacts on dating rumours with Disha Patani

ବଲିଉଡ୍‌ ଅଭିନେତ୍ରୀ ଦିଶା ପାଟନୀ ଆସିବା ଦିନରେ କୌଣସି ନା କୌଣସି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ଆଜିକାଲି ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନେକ ଥର ଅଭିନେତ୍ରୀଙ୍କୁ ଜଣେ ମିଷ୍ଟ୍ରୀମ୍ୟାନଙ୍କ ସହ ଦେଖାଯାଇଛି। ଏହା ପରେ ସେମାନଙ୍କ ସମ୍ପର୍କକୁ ନେଇ ଖବର ଆସିଥିଲା।

Advertisment

ଏହି ମିଷ୍ଟ୍ରୀମ୍ୟାନ ଜଣକ ହେଲେ ଆଲେକ୍ସଜାଣ୍ଡାର୍ ଆଲେକ୍ସ, ଯିଏକି ତାଙ୍କର ଏବଂ ଦିଶା ପାଟନୀଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି। ସେ କିପରି ଦିଶାଙ୍କୁ ଭେଟିଲେ ତାହା ମଧ୍ୟ କହିଛନ୍ତି।

ଆଲେକ୍ସଜାଣ୍ଡାର୍ ଆଲେକ୍ସ ଏକ ସାକ୍ଷାତକାରେ ଦିଶା ପାଟନୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି। ଆଲେକ୍ସ କହିଛନ୍ତି, “ଏହା ଦେଖି ଭଲ ଲାଗୁଛି ଯେ ଲୋକମାନେ କିପରି ଆମ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି ଏବଂ ନିଜର ଅନୁମାନ ଲଗଉଛନ୍ତି। ମୁଁ କିଛି ଦିନ ଧରି ଦେଖୁଥିଲି ଯେ ଏହା ସବୁ କିପରି ଚାଲିଛି। ଆମେ କିନ୍ତୁ ସତ କ’ଣ ଜାଣୁ। ମୁଁ ବୁଝିପାରୁନାହିଁ ଯେ, ଏସବୁ କହିବାର ଆବଶ୍ୟକତା କ’ଣ? ସେମାନେ ଆମକୁ କାହିଁକି ଶାନ୍ତିରେ ବଞ୍ଚିବାକୁ ଦେଉ ନାହାନ୍ତି? ଆମେ ଏହି କାହାଣୀକୁ ନେଇ ହସୁ।”

Advertisment

ଆଲେକ୍ସ ସର୍ବିଆରେ ରହୁଥିବା ଜଣେ ମଡେଲ। ଦୁହେଁ ନିଜ କ୍ୟାରିଅରର ଆରମ୍ଭରେ ସାକ୍ଷାତ ହୋଇଥିଲେ ଏବଂ ସେମାନେ ବନ୍ଧୁ ଥିଲେ। ଆଲେକ୍ସ କହିଛନ୍ତି, “ମୁଁ ଭାରତରେ ରହିବାର ସାତ ବର୍ଷ ବିତିଗଲାଣି। ମୁଁ ଏବଂ ଦିଶା ୨୦୧୫ ରେ ଏକାଠି ରହୁଥିଲୁ। ସେତେବେଳେ ଦିଶା ଏବଂ ମୁଁ ଗୋଟିଏ ଏଜେନ୍ସି ସହିତ ଜଡିତ ଥିଲୁ। ମୁଁ ଜଣେ ଫିଟ୍‌ନେସ୍ ଫ୍ରୀକ୍, ତେଣୁ ଆମେ ଦୁହେଁ ଏକାଠି ଜିମ୍ ଯିବା ଆରମ୍ଭ କଲୁ। ସେଠାରେ ଆମର ବନ୍ଧୁତା ବଢିଗଲା। ଦିଶା ମୋ ପରିବାରର ସଦସ୍ୟ ପରି ଏବଂ ଯେତେବେଳେ ବି ଆମେ ଦୁହେଁ ନିଜକୁ କମ ଅନୁଭବ କରନ୍ତି, ଆମେ ପରସ୍ପର ସହ କଥା ହେଉ।”

ଆଲେକ୍ସଜାଣ୍ଡାର୍ ଆଲେକ୍ସ ଟାଇଗର ଶ୍ରଫ୍‌ ଏବଂ ଦିଶା ପାଟନୀଙ୍କ ବ୍ରେକଅପକୁ ନେଇ ମଧ୍ୟ କହିଥିଲେ ଏବଂ ସେ ମଧ୍ୟ ଟାଇଗରଙ୍କ ନିକଟତର ବୋଲି କହିଥିଲେ। ଏଥି ସହିତ ଟାଇଗର ଦିଶାଙ୍କ ବ୍ରେକ୍‌ଅପ୍ ଉପରେ ସେ କହିଥିଲେ ଯେ “ମୁଁ ଅନ୍ୟ କାହା ବିଷୟରେ ମନ୍ତବ୍ୟ ଦେବି ନାହିଁ।” ପ୍ରକାଶଥାଉ ଯେ ଟାଇଗର ଏବଂ ଦିଶାଙ୍କ ବ୍ରେକଅପ୍ ଖବର ବହୁତ ଦିନ ଧରି ଚର୍ଚ୍ଚାରେ ରହିଛି। ତେବେ ଦୁହେଁ ଏହାକୁ ନେଇ କେବେ ବି ଖୋଲାଖୋଲି କହି ନାହାନ୍ତି।

Bollywood Disha Patani Tiger Shroff
Advertisment
Advertisment