• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭେଟେରାନ୍ ଆମେରିକୀୟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଆଲଫ୍ରେଡୋ ଜେମ୍ସ "ଅଲ୍" ପାସିନୋ ଚତୁର୍ଥ ଥର ପାଇଁ ପିତା ହେବାକୁ ଯାଉଛନ୍ତି । ୮୨ ବର୍ଷ ବୟସରେ ବାପା ହେବେ ଅଲ୍‌ ପାସିନୋ । TMZ ରିପୋର୍ଟ ଅନୁଯାୟୀ, ପାସିନୋଙ୍କ ୨୯ ବର୍ଷିୟା ଗର୍ଲଫ୍ରେଣ୍ଡ ନୁର୍‌ ଆଲଫାଲ୍ଲା ଆଠ ମାସର ଗର୍ଭବତୀ ଅଛନ୍ତି । ପାସିନୋଙ୍କ ପ୍ରତିନିଧି ମଧ୍ୟ ଏହି ଖବରକୁ ସ୍ପଷ୍ଟ କରିଛନ୍ତି ।

ଅଲ୍‌ ପାସିନୋ ଏବଂ ନୁର ଆଲଫାଲ୍ଲା ୨୦୨୨ ଏପ୍ରିଲରୁ ପରସ୍ପରକୁ ଡେଟ୍‌ କରୁଛନ୍ତି । ଦୁହେଁ ବହୁବାର ଏକାଠି ରାତ୍ରି ଭୋଜନ କରୁଥିବା ନଜର ଆସିଛନ୍ତି । ମିଳିଥିବା ସୂଚନାନୁଯାୟୀ କୋଭିଡ -୧୯ ମହାମାରୀ ପରେ ଏହି ଦମ୍ପତି ପରସ୍ପରକୁ ଡେଟିଂ କରୁଥିଲେ। ଦୁହିଁଙ୍କ ମଧ୍ୟରେ ବସୟ ପାର୍ଥକ୍ୟ ବହୁତ ଥିଲେ ମଧ୍ୟ କୌଣସି ସମସ୍ୟା ଦେଖାଯାଇନାହିଁ । ଏମିତିକି ଆଲଫାଲ୍ଲାଙ୍କ ବାପାଙ୍କ ବୟସଠୁ ବି ପାସିନୋଙ୍କ ବୟସ ଅଧିକ ।

ଅଧିକ ପଢ଼ନ୍ତୁ: ୯୨ ବର୍ଷରେ ୫ମ ବିବାହ କରିବେ ରୂପର୍ଟ; ଖୁବ୍‌ଶୀଘ୍ର ପାଇବେ ନୂଆ ଜୀବନସାଥୀ

ପାସିନୋ ଏହି ଖବର ନିଜର ୩୩ ବର୍ଷୀୟ ଝିଅ ଜୁଲି ମାରି ଓ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ତ ଜାନ୍‌ ଟରାଣ୍ଟକୁ ମଧ୍ୟ ଜଣାଇଛନ୍ତି । ଜାନ୍‌ ଟରାଣ୍ଟ ଜଣେ ଅଭିନୟ ନିର୍ଦ୍ଦେଶକ । ପାସିନୋଙ୍କ ଆଉ ଜଣେ ଏକ୍ସ ଗର୍ଲଫ୍ରେଣ୍ତ ବେଭରଲି ଡି ଆଞ୍ଜେଲୋଙ୍କର ଜାଆଁଳା ପିଲା ଅଛନ୍ତି । ତାଙ୍କ ନାଁ ଆଣ୍ଟନ ଓ ଓଲିଭିଆ । ପାସିନୋ ୧୯୯୭ରୁ ୨୦୦୩ ପର୍ଯ୍ୟନ୍ତ ବେଭରଲିଙ୍କୁ ଡେଟ୍‌ କରୁଥିଲେ ।

ଆଶ୍ଚର୍ଯ୍ୟକର କଥା ହେଲା ଆଲଫାଲ୍ଲା ଏହା ପୂର୍ବରୁ ୭୪ ବର୍ଷୀୟ ମିକ୍‌ ଜାଗର୍‌ଙ୍କୁ ଡେଟ୍‌ କରୁଥିଲେ । ସେତେବେଳେ ଆଲଫାଲ୍ଲାଙ୍କୁ ୨୨ ବର୍ଷ ହୋଇଥିଲା । ତାଛଡ଼ା ଜଣେ ୬୦ ବର୍ଷୀୟ ବିଲେନିୟର ନିକୋଲାସ୍‌ ବର୍‌ଗୁରେନ୍‌ଙ୍କ ସହ ଡେଟ୍‌ କରୁଥିଲେ ।