Advertisment

କପିଲଙ୍କ ଆଗରେ ନଇଁଗଲେ ଅକ୍ଷୟ କୁମାର; ପାଦ ଛୁଇଁ ଆଶୀର୍ବାଦ ମାଗିଲେ

ଆଜିକାଲି ଟିଭି ଶୋ’ଗୁଡିକ ଦର୍ଶକଙ୍କ ମନକିଣିବାରେ ଲାଗିଛନ୍ତି। ଆଉ ଟିଭି କଳାକାରମାନଙ୍କ ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି। ଟିଭି ଶୋ’ଗୁଡୁକ ଭିତରେ ଯଦି ଦେଖାଯାଏ ତେବେ 'ଦି କପିଲ ଶର୍ମା ଶୋ' ସବୁଠାରୁ ଆଗରେ ରହିବ। ଏହି ଶୋ’କୁ ପ୍ରାୟ ସବୁ ବର୍ଗର ଲୋକ ପସନ୍ଦ କରୁଥିବା ବେଳେ ସମସ୍ତେ ମଧ୍ୟ ଏଥିରୁ ଢେର ମନୋରଞ୍ଜନ ପାଇଥାନ୍ତି। ଏହି ଶୋ’ ବନ୍ଦ ହେବା ପରେ ମଧ୍ୟ ଦର୍ଶକମାନେ ପୁରୁଣା ଏପିସୋଡ୍‌ଗୁଡିକ ଦେଖି ମନୋରଞ୍ଜନ କରୁଥିଲେ।

author-image
Pramod Behera
କପିଲଙ୍କ ଆଗରେ ନଇଁଗଲେ ଅକ୍ଷୟ କୁମାର; ପାଦ ଛୁଇଁ ଆଶୀର୍ବାଦ ମାଗିଲେ

Kapil Sharma Show

ମୁମ୍ବାଇ : ଆଜିକାଲି ଟିଭି ଶୋ’ଗୁଡିକ ଦର୍ଶକଙ୍କ ମନକିଣିବାରେ ଲାଗିଛନ୍ତି। ଆଉ ଟିଭି କଳାକାରମାନଙ୍କ ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି। ଟିଭି ଶୋ’ଗୁଡୁକ ଭିତରେ ଯଦି ଦେଖାଯାଏ ତେବେ 'ଦି କପିଲ ଶର୍ମା ଶୋ' ସବୁଠାରୁ ଆଗରେ ରହିବ। ଏହି ଶୋ’କୁ ପ୍ରାୟ ସବୁ ବର୍ଗର ଲୋକ ପସନ୍ଦ କରୁଥିବା ବେଳେ ସମସ୍ତେ ମଧ୍ୟ ଏଥିରୁ ଢେର ମନୋରଞ୍ଜନ ପାଇଥାନ୍ତି।

Advertisment

ଏହି ଶୋ’ ବନ୍ଦ ହେବା ପରେ ମଧ୍ୟ ଦର୍ଶକମାନେ ପୁରୁଣା ଏପିସୋଡ୍‌ଗୁଡିକ ଦେଖି ମନୋରଞ୍ଜନ କରୁଥିଲେ। କିନ୍ତୁ ବର୍ତ୍ତମାନ ଖୁବ ଶୀଘ୍ର କପିଲ ତାଙ୍କ ସାଥୀମାନଙ୍କ ସହିତ ହସର ନୂଆ ରସଗୁଲା ନେଇ ଫେରିବାକୁ ଯାଉଛନ୍ତି। ନୂତନ ରୂପରେ ଆରମ୍ଭ ହେଉଥିବା ଏହି ଶୋ’ର ପ୍ରଥମ ଅତିଥି ଭାବେ ଯୋଗଦେବେ ବଲିଉଡ ଖିଲାଡି ଅକ୍ଷୟ କୁମାର। ଏହି ଅବସରରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବେଲ୍ ବଟମ୍‌କୁ ପ୍ରମୋଟ୍ କରିବେ। କପିଲ ଶର୍ମା ସୋସିଆଲ ମିଡିଆରେ ସେଟ୍‌ର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଅକ୍ଷୟ କପିଲଙ୍କ ପାଦ ଛୁଇଁଥିବାର ନଜର ଆସିଛନ୍ତି।

Advertisment

ଏମିତିରେ ଅକ୍ଷୟ କୁମାର ଏବଂ କପିଲ ଶର୍ମା ଏହି ସେଟ୍‌ରେ ଅନେକ ଥର ପରସ୍ପରକୁ ଭେଟିଛନ୍ତି। ଅକ୍ଷୟ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ପ୍ରାୟତଃ ଏଠାକୁ ଆସନ୍ତି। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅକ୍ଷୟ କୁମାର କପିଲ ଶର୍ମାଙ୍କ ପାଦ ଛୁଇଁଥିବାର ଦେଖାଯାଏ। ଏହି ଫଟୋକୁ ସେୟାର କରି କମେଡି କିଙ୍ଗ୍‌ କପିଲ ଶର୍ମା କ୍ୟାପ୍‌ସନ୍‌ ଦେଇଛନ୍ତି ଯେ “ସୁପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାର ତାଙ୍କ ନୂଆ ଫିଲ୍ମ ‘ବେଲ୍‌ ବଟମ୍‌’ ପାଇଁ ଆଶୀର୍ବାଦ ନେଉଛନ୍ତି।”

ଏହି ଫଟୋ ଦେଖିବା ପରେ ଉଭୟ କପିଲ ଏବଂ ଅକ୍ଷୟଙ୍କ ପ୍ରଶଂସକମାନେ ମତ ମନ୍ତବ୍ୟ ଦେବାକୁ ହେଳା କରି ନାହାନ୍ତି। ଅକ୍ଷୟ କୁମାର ବହୁତ ଚାଲାକି। ତାଙ୍କ ସାମ୍ନାରେ ନା କପିଲଙ୍କ କିଛି ଚାଲେ ନା ତାଙ୍କ ଟିମ୍‌ର। କିନ୍ତୁ ଏହି ଫଟୋ ସାମ୍ନାକୁ ଆସିବା ପରେ ଲୋକମାନେ ଅନୁମାନ କରୁଛନ୍ତି ଯେ ଅକ୍ଷୟ କୁମାର କିଛି ଜବରଦସ୍ତ ଯୋଜନା କରି ଶୋ’ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

କପିଲ ଶର୍ମାଙ୍କ ଏହି ଶୋ’ରେ ଅକ୍ଷୟ କୁମାର ୨୫ ଥର ନଜର ଆସିଛନ୍ତି। ଏହି ରେକର୍ଡ ଭାଙ୍ଗି ଅକ୍ଷୟ କୁମାର ନିଜେ ଶୋ’ରେ ସିଲ୍‌ଭର୍‌ ଜୁବଲୀ ପାଳନ କରିବେ। ଏହା ଅକ୍ଷୟଙ୍କ ପାଇଁ ୨୬ ତମ ପର୍ଯ୍ୟାୟ ହେବ, ଯେତେବେଳେ ତାଙ୍କୁ ଫିଲ୍ମର ପ୍ରମୋସନ ପାଇଁ ଶୋ’ରେ ଦେଖିବାକୁ ମିଳିବ।

ପ୍ରକାଶଥାଉ ଯେ ‘ବେଲ୍‌ ବଟମ୍‌’ର ଟ୍ରେଲରକୁ ଦେଖି କପିଲ ପ୍ରଶଂସା କରିଥିଲେ। କିନ୍ତୁ ଏହି ପ୍ରଶଂସା ଟ୍ରେଲର ରିଲିଜ ହେବାର ଗୋଟିଏ ଦିନ ପରେ ଥିଲା। ଏହାକୁ ଦେଖିଲା ପରେ ଅକ୍ଷୟ କୁମାର ମଜ୍ଜାଳିଆ ଢଙ୍ଗରେ କହିଥିଲେ ଯେ ତମକୁ ଭେଟି ଖବର ନେଉଛି।

Kapil Sharma The Kapil Sharma Show Mumbai
Advertisment
Advertisment