Advertisment

ଅକ୍ଷୟ କୁମାରଙ୍କୁ ଝଟ୍‌କା : ବିବାଦରେ 'ରାମ ସେତୁ'

ଆଇନ ଜାଲରେ ଛନ୍ଦି ହୋଇଛି ଅକ୍ଷୟ କୁମାରଙ୍କ ଅଭିନୀତ 'ରାମ ସେତୁ'। ଫିଲ୍ମରେ କିଛି ଭୁଲ୍ ଭାବେ ଚିତ୍ରଣ ହୋଇଛି ବୋଲି ଅଭିଯୋଗ ହୋଇଛି। ତେବେ କ’ଣ ଏହି ଅଭିଯୋଗ ଆଉ କିଏ ଆଣିଛନ୍ତି ଏହି ମାମଲା ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
Akshay Kumar Ram Setu in legal trouble

Akshay Kumar Ram Setu in legal trouble

ଅକ୍ଷୟ କୁମାରଙ୍କ ଅଭିନୀତ 'ରାମ ସେତୁ' ଆଇନଗତ ବିବାଦରେ ଛନ୍ଦି ହୋଇପଡିଛି। ନିକଟରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏହାକୁ ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଏହାର ନିର୍ମାତା ଫିଲ୍ମରେ ରାମ ସେତୁ ପ୍ରସଙ୍ଗକୁ ଭୁଲ୍ ଭାବେ ଚିତ୍ରଣ କରିଛନ୍ତି। ସ୍ୱାମୀ ତାଙ୍କ ଟୁଇଟ୍‌ରେ କହିଛନ୍ତି ଯେ ସେ ଫିଲ୍ମ ନିର୍ମାତାଙ୍କଠାରୁ କ୍ଷତିପୂରଣ ମଧ୍ୟ ଦାବି କରିବେ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ବ୍ୟତୀତ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୁସ୍‌ରତ ଭରୁଚା ମଧ୍ୟ ଅଭିନୟ କରିଛନ୍ତି।

Advertisment

ଏହି ଚଳଚ୍ଚିତ୍ରର ସୁଟିଂ ଅଯୋଧ୍ୟା ଏବଂ ରାମେଶ୍ୱରମ୍ ସମେତ ଅନ୍ୟାନ୍ୟ ସ୍ଥାନରେ କରାଯାଇଛି। ଏହାର ନିର୍ଦ୍ଦେଶନା ଅଭିଷେକ ଶର୍ମା ଦେଇଛନ୍ତି। ଚଳଚ୍ଚିତ୍ରଟି ଏହାର ନାମକୁ ନେଇ ବିବାଦରେ ଫଶିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଗୁଜବ ମଧ୍ୟ ସୃଷ୍ଟି ହେଉଛି।

ସୁବ୍ରମଣ୍ୟମ ସ୍ୱାମୀ ଏକ ଟ୍ୱିଟରେ ଲେଖିଛନ୍ତି, “ମୋର ଓକିଲ ସତ୍ୟ ସଭର୍‌ୱାଲ୍‌ ଏହି ମାମଲାର ଡ୍ରାଫ୍ଟ ଚୂଡାନ୍ତ କରିଛନ୍ତି। ମୁଁ ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ କର୍ମା ମିଡିଆ ବିରୋଧରେ ମାମଲା ଦାଖଲ କରିବି। ସେ ତାଙ୍କର ଆଗାମୀ ଫିଲ୍ମ 'ରାମ ସେତୁ'କୁ ଭୁଲ ଭାବେ ଲୋକଙ୍କ ସାମ୍ନାକୁ ଆଣୁଛନ୍ତି। ଅନ୍ୟ ଏକ ଟ୍ୱିଟରେ ସ୍ୱାମୀ ଅକ୍ଷୟଙ୍କ ନାଗରିକତ୍ୱ ଉପରେ ଆକ୍ରମଣ କରି ତାଙ୍କୁ ଗିରଫ କରିବା କଥା ମଧ୍ୟ ଉଠେଇଛନ୍ତି।

Advertisment

ସୁବ୍ରମଣ୍ୟମ ସ୍ୱାମୀ ଲେଖିଛନ୍ତି ଯେ “ଅଭିନେତା ଅକ୍ଷୟ କୁମାର ଯଦି ଜଣେ ବିଦେଶୀ ନାଗରିକ, ତେବେ ଆମେ ତାଙ୍କୁ ଗିରଫ କରି ପୋଷ୍ୟ ଦେଶ (ଭାରତ) ରୁ ବହିଷ୍କାର କରିବାକୁ କହିପାରିବା।” ଅନେକ ଥର ଅକ୍ଷୟଙ୍କ ନାଗରିକତ୍ୱକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି। କୁହାଯାଏ ଯେ ସେ ଜଣେ କାନାଡିୟ ନାଗରିକ। କିନ୍ତୁ ଅକ୍ଷୟ ଏହା ଉପରେ କୌଣସି ଅଫିସିଆଲ୍ ବିବୃତ୍ତି ଦେଇ ନାହାଁନ୍ତି।

‘ରାମ ସେତୁ’ରେ ଅକ୍ଷୟ କୁମାର, ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଏବଂ ନୁସରତ ଭରୁଚା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପୁରାଣ ନା ବାସ୍ତବତା ଜାଣିବା ପାଇଁ ‘ରାମ ସେତୁ’ ବ୍ରିଜ୍‌ର ପ୍ରକୃତିକୁ ଅନୁସନ୍ଧାନ ପାଇଁ କାର୍ଯ୍ୟ କରୁଥିବା ଏହା ଏକ ପ୍ରତ୍ନତତ୍ତ୍ୱ ଧର୍ମୀ ଚଳଚ୍ଚିତ୍ର। ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଚଳିତ ବର୍ଷ ଅକ୍ଟୋବର ୨୪ରେ ପ୍ରେକ୍ଷାଳୟକୁ ଆସିବ।

Bollywood Akshay Kumar Ram Setu
Advertisment
Advertisment