Advertisment

ନେତା ହେବାକୁ ମନ ବଳେଇଲେଣି ଅକ୍ଷୟ କୁମାର; ଏହି ପାର୍ଟିରୁ ଲଢିବେ !

ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା ବଢିବାରେ ଲାଗିଛି। ଏହାରି ଭିତରେ ସବୁଠାରୁ ଆକର୍ଷଣ ସାଜୁଛନ୍ତି ସେଲିବ୍ରେଟି। ବର୍ତ୍ତମାନ ସୁଦ୍ଧା ଅନେକ ବଲିଉଡ୍‌ ତାରକା ରାଜନୀତିରେ ସକ୍ରିୟ ଥିବାବେଳେ ଏବେ ଆଉଜଣେ ସୁପର୍‌ଷ୍ଟାର ଏହି ଧାରାରେ ପାଦ ଦେଇଥିବା ଶୁଣିବାକୁ ମିଳୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Akshay kumar may join bjp can elect lok sabha polls 2024

Akshay kumar may join bjp can elect lok sabha polls 2024

ଲୋକସଭା ନିର୍ବାଚନ ୨୦୨୪ ପାଇଁ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା ବଢିବାରେ ଲାଗିଛି। ୪୦୦ ଟାର୍ଗେଟ୍‌ରେ ହ୍ୟାଟ୍ରିକ୍ ମାରିବାକୁ ବିଜେପି ପୁଣି ଥରେ ପ୍ରସ୍ତୁତ ଅଛି। ଏଥି ସହିତ ବିରୋଧୀ ଦଳମାନେ କୌଣସି ପ୍ରକାରେ ବିଜେପିର ବିଜୟ ରଥକୁ ରୋକିବାକୁ ଚେଷ୍ଟା କରୁଛନ୍ତି। ଏହାରି ଭିତରେ ସବୁଠାରୁ ଆକର୍ଷଣ ସାଜୁଛନ୍ତି ସେଲିବ୍ରେଟି।

Advertisment

ବର୍ତ୍ତମାନ ସୁଦ୍ଧା ଅନେକ ବଲିଉଡ୍‌ ତାରକା ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି। ଏବେ ଆଉଜଣେ ସୁପର୍‌ଷ୍ଟାର ଏହି ଧାରାରେ ପାଦ ଦେଇଥିବା ଶୁଣିବାକୁ ମିଳୁଛି। ସେ ହେଲେ ବଲିଉଡ୍ ଖିଲାଡି ଅକ୍ଷୟ କୁମାର। ଶୁଣାଯାଉଛି ଯେ ଅକ୍ଷୟ କୁମାର ଅଭିନେତାରୁ ଏବେ ନେତା ହେବାକୁ ମନ ବଳେଇଛନ୍ତି। ସେ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢିପାରନ୍ତି।

ସୂଚନା ମୁତାବକ ମିଷ୍ଟର୍ ଖିଲାଡି କୁମାର ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି। ସେ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେବେ ଏବଂ ଦଳ ତାଙ୍କୁ ଦିଲ୍ଲୀର ଏକ ଆସନରୁ ନିର୍ଚାଚନୀ ମୈଦାନକୁ ଛାଡିପାରେ ବୋଲି କୁହାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ବଲିଉଡ୍ ସାବଧାନ! ଦୀର୍ଘ ୨୦ ବର୍ଷ ପରେ ଫେରୁଛନ୍ତି ସାଉଥ୍‌ର ମହାନାୟକ

ଖବର ଅନୁଯାୟୀ ଅକ୍ଷୟ କୁମାର ଦିଲ୍ଲୀର ଚାନ୍ଦିନୀ ଚୌକ୍ ଆସନରୁ ବିଜେପି ଟିକେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। କୁହାଯାଉଛି ଯେ କିଛି ଦଳର ନେତା ଅଭିନେତାଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି। ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ। ଅନ୍ୟପକ୍ଷରେ ଦେଶର ରାଜଧାନୀ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ଏକ ମେଣ୍ଟ ଗଠନ କରି ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଅକ୍ଷୟ କୁମାର ବିଜେପିରେ ଯୋଗଦେବା ନିଶ୍ଚିତ କାରଣ ତାଙ୍କର ବିଜେପି ସହିତ ଭଲ ସମ୍ପର୍କ ଅଛି। ସେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ସାକ୍ଷାତକାର ନେଇ ଚର୍ଚ୍ଚାରେ ରହିଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ଫିଲ୍ମ 'ବଡେ ମିଆଁ ଛୋରେ ମିଆଁ'ରେ ଦେଖିବାକୁ ମିଳିବ। ଏଥିରେ ଟାଇଗର ଶ୍ରଫ ମଧ୍ୟ ତାଙ୍କ ସହ ନଜର ଆସିବେ। ଏହି ଚଳଚ୍ଚିତ୍ର ଏପ୍ରିଲ ୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ପ୍ରକାଶଥାଉ ଯେ AAP ଦିଲ୍ଲୀର ୪ ଟି ଆସନରେ ନିର୍ବାଚନ ଲଢିବ ଏବଂ କଂଗ୍ରେସ ୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ୨୦୨୪ ଏବଂ ୨୦୧୯ ରେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଦୁଇଥର ଏହି ଆସନ ଜିତିଥିଲେ। ଏହି ଆସନକୁ ପୂର୍ବତନ କଂଗ୍ରେସ ନେତା ତଥା କେନ୍ଦ୍ର ମନ୍ତ୍ରୀ କପିଲ ସିବଲ ୨୦୦୪ ଏବଂ ୨୦୦୯ରେ ଜିତିଥିଲେ।

BJP Bollywood Akshay Kumar General Election 2024
Advertisment
Advertisment