Advertisment

ଭଉଣୀଙ୍କ କଥା ଶୁଣି କାନ୍ଦି ପକେଇଲେ ଅକ୍ଷୟ; ଭାଇରାଲ୍ ହେଲା ଭିଡିଓ

ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏମିତି ଏକ ଭିଡିଓ, ଯେଉଁଥିରେ ଲୁହ ଗଡେଇ କାନ୍ଦୁଛନ୍ତି ଅକ୍ଷୟ କୁମାର। ତାଙ୍କ ସହ ଏମିତି କ’ଣ ହେଲା ଯେ ସେ ନିଜ ଲୁହକୁ ପାରିଲେନି ରୋକି। ଆସନ୍ତୁ ଜାଣିବା…

author-image
Pramod Behera
Akshay Kumar gets emotional after watching his sister Alka Bhatia heartfelt video

Akshay Kumar gets emotional after watching his sister Alka Bhatia heartfelt video

ସୋନି ଟିଭିର ଲୋକପ୍ରିୟ ସିଙ୍ଗିଙ୍ଗ୍ ରିଆଲିଟି ଶୋ’ 'ସୁପର୍‌ଷ୍ଟାର୍ ସିଙ୍ଗର ୨'ର ଆଗାମୀ ଏପିସୋଡ୍ ବହୁତ ନିଆରା ହେବାକୁ ଯାଉଛି। ଆଗାମୀ ଶୋ’ରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ତାଙ୍କ ନୂଆ ଫିଲ୍ମ ‘ରକ୍ଷା ବନ୍ଧନ’ର ପ୍ରମୋଶନ ପାଇଁ ଏହି ଶୋ’ରେ ଯୋଗଦେବେ। ବିଶେଷ କଥା ହେଉଛି ସେ ଶୋ’ର ‘ରକ୍ଷା ବନ୍ଧନ ସ୍ପେଶାଲ୍' ଏପିସୋଡ୍‌ରେ ଅତିଥି ହେବେ। ଆଗାମୀ ଏପିସୋଡ୍‌ର ଏକ ପ୍ରୋମୋ ଚ୍ୟାନେଲ୍‌ର ଅଫିସିଆଲ୍ ସୋସିଆଲ୍ ଆକାଉଣ୍ଟ୍‌ରେ ଶେୟାର କରାଯାଇଛି, ଯେଉଁଥିରେ ଅକ୍ଷୟ କୁମାର କାନ୍ଦୁଥିବା ଦେଖିବାକୁ ମିଳିଛି।

Advertisment

ଶୋ’ର ପ୍ରୋମୋ ଦେଖିବା ପରେ ଅକ୍ଷୟଙ୍କ ପ୍ରଶଂସକମାନେ ଉତ୍ସାହ ବଢିଯାଇଛି। ଏଥି ସହିତ, ଶୋ’ରେ ତାଙ୍କୁ ଏପରି କାନ୍ଦୁଥିବା ଦେଖି ପ୍ରଶଂସକମାନେ ମଧ୍ୟ ବହୁତ ଭାବପ୍ରବଣ ହୋଇଯାଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରୋମୋ ଶେୟାର କରି ଶୋ’ର ନିର୍ମାତା ଲେଖିଛନ୍ତି- “ରକ୍ଷା ବନ୍ଧନର ଏହି ସୁନ୍ଦର ଉତ୍ସବରେ ସ୍ୱରର ଏମିତି ବର୍ଷା ହେବ ଯେ ସମସ୍ତଙ୍କ ଆଖି ଭରିଯିବ! ଦେଖନ୍ତୁ # ରକ୍ଷାବନ୍ଧନ ସ୍ପେଶାଲ୍।

କାହିଁକି ହେଲେ ଭାବପ୍ରବଣ:

ରିଲିଜ୍ ହୋଇଥିବା ପ୍ରୋମୋ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଅକ୍ଷୟ କୁମାରଙ୍କ ସାମ୍ନାରେ ସ୍କ୍ରିନ୍‌ରେ ଏକ ଭିଡିଓ ଚଲାଯାଉଛି। ଏଥିରେ ରହିଛି ତାଙ୍କ ସହ ତାଙ୍କ ଭଉଣୀ ଅଲ୍କା ଭାଟିୟାଙ୍କ କିଛି ନିଆରା ଫଟୋ ଏବଂ ଭିଡିଓ ଯାହାକୁ ମିଶେଇ ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଛି।

Advertisment

ଭିଡିଓର ପୃଷ୍ଠଭୂମିରେ ତାଙ୍କ ଭଉଣୀର ସ୍ୱର ଆସୁଛି ଏବଂ ସେ ତାଙ୍କ ଭାଇ ପାଇଁ କିଛି କହୁଥିବା ଦେଖାଯାଉଛି। ଭିଡିଓରେ, ଅଲକା ପଞ୍ଜାବୀରେ କହୁଥିବାର ଶୁଣିବାକୁ ମିଳୁଛି। ସେ କହୁଛନ୍ତି ସ୍ନେହର ରାଜୁ କଥାବାର୍ତ୍ତା କରିବାବେଳେ ମନେ ପଡିଗଲା ଅଗଷ୍ଟ ୧୧ ର ରାଖୀ। ମୋର ପ୍ରତ୍ୟେକ ଦୁଃଖ-ସୁଖରେ, ମୋର ପାଖରେ ଠିଆ ହେଇଛ। ବନ୍ଧୁ, ଭାଇ, ବାପା ସବୁ ଭୂମିକାରେ ଅଭିନୟ କରିଛ। ଏ ସବୁ ପାଇଁ ଧନ୍ୟବାଦ।"

ଭିଡିଓରେ ଅଲ୍କାଙ୍କ କଥା ଶୁଣି ଅକ୍ଷୟଙ୍କ ଆଖି ଛଳ ଛଳ ହୋଇଯାଇଥିଲା, ଲୁହ ବୋଲ ମାନି ନଥିଲା। ସେ ନିଜ ଲୁହକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ବି ପାରି ନଥିଲେ। ତାଙ୍କ ଭଉଣୀଙ୍କ କଥା ସରିବା ପରେ ଅକ୍ଷୟ ମଧ୍ୟ ତାଙ୍କ ଭଉଣୀଙ୍କୁ ନେଇ ଏକ ଭାବପ୍ରବଣ କଥା କହିଥିଲେ। ସେ କହିଥିଲେ ଯେ ଦିନେ ସେମାନେ ଏକ ଛୋଟ ଘରେ ରହୁଥିଲେ। ସେତେବେଳେ ସେହି ଦେବୀ (ଭଉଣୀ ଅଲ୍କା)ଙ୍କ ଆଗମନ ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭଉଣୀର ସମ୍ପର୍କଠାରୁ ଅଧିକ ବଡ଼ ସମ୍ପର୍କ ନାହିଁ।

Bollywood Akshay Kumar
Advertisment
Advertisment