Advertisment

ଆରମ୍ଭ ହେଲା ଅକ୍ଷୟଙ୍କ ଦମଦାର ଫିଲ୍ମର ଆଗୁଆ ବୁକିଂ; କରିନିଅନ୍ତୁ ସିଟ୍ ରିଜର୍ଭ

ଖିଲାଡି କୁମାରଙ୍କ ‘ସରଫିରା’ ବଡ ପରଦାରେ ଆସୁଛି। ରିଲିଜ୍ ତାରିଖ ହେଉଛି ୧୨ ଜୁଲାଇ। ଏହି ଫିଲ୍ମର ଅଗ୍ରୀମ ବୁକିଂ ଆରମ୍ଭ ହୋଇଛି। ଅକ୍ଷୟ କୁମାରଙ୍କ ଫିଲ୍ମର ପ୍ରଥମ ଶୋ’ ଦେଖିବା ପାଇଁ ଆଗ୍ରହୀ ପ୍ରଶଂସକମାନେ ଏବେ ଠାରୁ ସେମାନଙ୍କ ସିଟ୍ ରିଜର୍ଭ କରିନେବାର ସମୟ ଆସିଛି।

author-image
Pramod Behera
ଅଦ୍ୟତନ ହୋଇଛି
Akshay kumar film sarfira advance booking now open

Akshay kumar film sarfira advance booking now open

ଅଭିନେତା ଅକ୍ଷୟ କୁମାର ପୁଣି ଥରେ ପ୍ରେକ୍ଷାଳୟକୁ ଆସୁଛନ୍ତି। ପୂର୍ବ ଶକ୍ତି ସହିତ ଖିଲାଡି କୁମାରଙ୍କ ‘ସରଫିରା’ ବଡ ପରଦାରେ ଆସୁଛି। ରିଲିଜ୍ ତାରିଖ ହେଉଛି ୧୨ ଜୁଲାଇ। ଚଳଚ୍ଚିତ୍ର ସହିତ ଜଡିତ ଶେଷ ଅପଡେଟ୍ ହେଉଛି ଏହି ଫିଲ୍ମର ଅଗ୍ରୀମ ବୁକିଂ ଆରମ୍ଭ ହୋଇଛି। ଅକ୍ଷୟ କୁମାରଙ୍କ ଫିଲ୍ମର ପ୍ରଥମ ଶୋ’ ଦେଖିବା ପାଇଁ ଆଗ୍ରହୀ ପ୍ରଶଂସକମାନେ ଏବେ ଠାରୁ ସେମାନଙ୍କ ସିଟ୍ ରିଜର୍ଭ କରିନେବାର ସମୟ ଆସିଛି।

Advertisment

ଅଧିକ ପଢ଼ନ୍ତୁ: ନିର୍ଦ୍ଦେଶକ କହିଲେ କେଉଁ ଦୁଇ ଫିଲ୍ମ ଦେଖି ପ୍ରସ୍ତୁତ କରିଛନ୍ତି ‘କଳ୍‌କୀ ୨୮୯୮ ଏଡି’

ଅକ୍ଷୟ କୁମାର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ଶେୟାର କରି ଏହାର ଆଡଭାନ୍ସ ବୁକିଂ ଆରମ୍ଭ ବିଷୟରେ ସୂଚନା ଦେଇଛନ୍ତି। ଏଥିରେ ସେ ଏକ ବାଇକ୍ ଚଲାଉଥିବାର ନଜର ଆସିଛନ୍ତି। ଏହା ସହିତ କ୍ୟାପସନ୍ ଦେଇଛନ୍ତି, 'ବର୍ତ୍ତମାନ ସମୟ ଆସିଛି, ବଡ଼ ପରଦାରେ ଏକ ପାଗଳ ସ୍ୱପ୍ନକୁ ଉଡ଼ାଣ କରିବାର ସମୟ ଆସିଛି! ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି!”

Advertisment

ଅକ୍ଷୟ କୁମାରଙ୍କ ଫିଲ୍ମ 'ସର୍‌ଫିରା' ହେଉଛି ତାମିଲ ଫିଲ୍ମ ‘ସୋରାରଈ ପୋଟରୁ’ର ରୂପାନ୍ତରଣ, ଯେଉଁଥିରେ ସୂର୍ଯ୍ୟା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଦର୍ଶକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରିଥିଲେ। 'ସର’ଫିରା'ର ଟ୍ରେଲର ଦେଖିବା ପରେ ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ରତି ଦର୍ଶକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳୁଛି। ଲୋକମାନେ ଫିଲ୍ମର ଗୀତଗୁଡ଼ିକୁ ମଧ୍ୟ ପସନ୍ଦ କରିଛନ୍ତି। ମଙ୍ଗଳବାର ରିଲିଜ’ ହୋଇଥିବା ଫିଲ୍ମର ଗୀତ 'ଦେ ତାଲି' ମଧ୍ୟ ଖୁବ ଚମତ୍କାର ହୋଇଛି।

ଅଧିକ ପଢ଼ନ୍ତୁ: ଏହି ବର୍ଷ ପ୍ରଥମ ୬ ମାସରେ ବକ୍ସ ଅଫିସ୍‌ରେ ହଇଚଇ କରିଥିବା ତେଲୁଗୁ ଫିଲ୍ମ

ତେବେ ବକ୍ସ ଅଫିସରେ 'ସରଫିରା' ପାଇଁ ରାସ୍ତା ସହଜ ନୁହେଁ। ଅକ୍ଷୟ କୁମାରଙ୍କ ଏହି ଫିଲ୍ମ କମଲ ହାସନଙ୍କ 'ଇଣ୍ଡିଆନ୍ ୨' ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ଏହା ବ୍ୟତୀତ ପ୍ରଭାସଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର 'କଳ୍‌କୀ ୨୮୯୮ଏଡି'ର ଜଲୱା ମଧ୍ୟ ଜାରି ରହିଛି। 'ସର୍‌ଫିରା' କୁ 'ଇଣ୍ଡିଆନ୍ ୨' ଏବଂ 'କଳ୍‌କୀ ୨୮୯୮ଏଡି' ମଧ୍ୟରେ ନିଜ ପାଇଁ ଏକ ସ୍ଥାନ ତିଆରି କରିବାକୁ ପଡିବ। ବକ୍ସ ଅଫିସ୍ ରୋଜଗାରର ଏହି ପରୀକ୍ଷଣକୁ ଖିଲାଡି କୁମାର କିପରି ସାମ୍ନା କରିବେ ତାହା ଦେଖିବା ନିଶ୍ଚିତ କୌତୁହଳପ୍ରଦ ହେବ।

ସୁଧାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅକ୍ଷୟ ରାଧିକା ମଦନଙ୍କ ସହ ଯୋଡି ହୋଇଛନ୍ତି। ସେମାନଙ୍କ ବ୍ୟତୀତ ଏଥିରେ ପରେଶ ରାୱଲ, ସୀମା ବିଶ୍ୱାସ, ସୌରଭ ଗୋୟଲ ଏବଂ ରାହୁଲ ବୋହରାଙ୍କ ଭଳି ତାରକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ତେବେ ଆଗୁଆ ବୁକିଂ ଆରମ୍ଭ ହେବା ଜାଣି ଲୋକେ ଖୁବ ଖୁସି ହୋଇଯାଇଛନ୍ତି ଏବଂ ଖିଲାଡି କୁମାରଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ଅଧିକ ପଢ଼ନ୍ତୁ: ଏହି ମେକ୍‌ଅପ୍ କଳାକାରଙ୍କ ଛୁଆଁରେ ବଦଳିଗଲେ ବିଗ୍ ବି; ଦେଖିଲେ ଆପଣଙ୍କ ଆଖି ଧୋକ୍କା ଖାଇଯିବ !

Bollywood Akshay Kumar
Advertisment
Advertisment