Advertisment

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟାଙ୍କ ଝିଅ

ବିଗ୍‌ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଛି। ଏକ ମିଥ୍ୟା ଖବର ଘଟଣାରେ ବଚ୍ଚନ ପରିବାର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି।

ଅଦ୍ୟତନ ହୋଇଛି
Aaradhya Bachchan Case

Aishwarya Rai's daughter Aaradhya Bachchan moves Delhi HC

Advertisment

ବିଗ୍‌ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନ(Aaradhya Bachchan)ଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟ(Delhi High Court)ରେ ଏକ ପିଟିସନ ଦାୟର ହୋଇଛି। ଅଭିଯୋଗ ଆଣି ୧୧ ବର୍ଷୀୟା ଆରାଧ୍ୟା କୋର୍ଟଙ୍କ ଦ୍ୱାରସ୍ଥ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ମିଥ୍ୟା ଖବର ଘଟଣାରେ ବଚ୍ଚନ ପରିବାର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି। ଏହି ଖବରରେ ଆରାଧ୍ୟାଙ୍କ ଲାଇଫ୍‌ ଷ୍ଟାଇଲ୍‌ ଓ ସ୍ୱାସ୍ଥ୍ୟକୁ ନେଇ ଭୁଲ୍‌ ତଥ୍ୟ ଦିଆଯାଇଥିଲା। ଯାହାକୁ ନେଇ ବଚ୍ଚନ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

Advertisment

ବଚ୍ଚନ ପରିବାର ପକ୍ଷରୁ ଦାୟର ହୋଇଥିବା ପିଟିସନରେ କୁହାଯାଇଛି ଯେ, ଆରାଧ୍ୟା ଏବେ ବହୁତ ଛୋଟ ଓ ତାଙ୍କ ପାଇଁ ଏଭଳି ଫେକ୍‌ ନ୍ୟୁଜ୍‌ ଚିନ୍ତାର କାରଣ। ମିଳିଥିବା ସୂଚନା ଅନୁସାରେ, ଆଜି କୋର୍ଟରେ ଏହାର ଶୁଣାଣି ହେବ। ଖବର ଲେଖାଯିବା ସୁଦ୍ଧା ଏନେଇ ବଚ୍ଚନ ପରିବାର ପକ୍ଷରୁ କୌଣସି ବୟାନ ଜାରି କରାଯାଇନାହିଁ।

ଅଧିକ ପଢ଼ନ୍ତୁ: ନାତୁଣୀର ରାଗ ଥଣ୍ତା କରିବାକୁ କ’ଣ କରନ୍ତି ବିଗ୍‌ ବି ଅମିତାଭ୍‌ ?

Advertisment

ରାଗିଗଲେ ଅଭିଷେକ ବଚ୍ଚନ...

ସୂଚନା ଅନୁସାରେ, ଏକ ୟୁଟ୍ୟୁବ୍‌ ଚ୍ୟାନେଲ ପକ୍ଷରୁ ଆରାଧ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମିଥ୍ୟା ଖବର ପ୍ରସାରିତ କରାଯାଇଥିଲା। ଏହାଦେଖି ଅଭିଷେକ ବଚ୍ଚନ ବହୁତ ରାଗି ଯାଇଥିଲେ। ଏନେଇ ଆରାଧ୍ୟାଙ୍କ ପକ୍ଷରୁ ଏକ ପିଟିସନ ଦାୟର ହୋଇଛି। ଏଥିରେ ୨ଟି ୟୁଟ୍ୟୁବ୍‌ ଚ୍ୟାନେଲ ଓ ଏକ ୱେବ୍‌ସାଇଟ୍‌ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି।

Advertisment

ସୂଚନାଥାଉ କି, ଏହାପୂର୍ବରୁ ମଧ୍ୟ ଅନେକ ଥର ଆରାଧ୍ୟାଙ୍କୁ ସୋସିଆଲ୍‌ ମିଡିଆ ରେ ଟ୍ରୋଲ୍‌ କରାଯାଇଛି। ଯାହାକୁ ନେଇ ବଚ୍ଚନ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୦୭ ମସିହାରେ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ହୋଇଥିଲା। ୨୦୧୧ ମସିହାରେ ଜନ୍ମିତ ଆରାଧ୍ୟା ଧୀରୁ ଭାଇ ଅମ୍ବାନୀ ସ୍କୁଲ୍‌ରେ ପଢ଼ୁଛନ୍ତି। ଅନେକ ଥର ଫିଲ୍ମ ଇଭେଣ୍ଟ ହେଉ କି ଅନ୍ୟ ଇଭେଣ୍ଟରେ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ସହ ଆରାଧ୍ୟା ନଜର ଆସିଛନ୍ତି।

Aishwarya Rai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ