Advertisment

ସମସ୍ତଙ୍କ ସାମ୍ନାରେ ଅମିତାଭଙ୍କୁ କିସ୍‌ କଲେ ବୋହୂ ଐଶ୍ୱର୍ଯ୍ୟା, ରାଗିଗଲେ ବିଗ୍‌ ବି... ଭିଡିଓ ଭାଇରାଲ୍‌

ପୁରୁଣା ସାକ୍ଷାତକାର ଓ ଭିଡିଓକୁ ନେଇ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ଐଶ୍ୱର୍ଯ୍ୟାଙ୍କ ଆଉ ଏକ ପୁରୁଣା ଭିଡିଓ ଭାଇରାଲ୍‌ ହେଉଛି।

ଅଦ୍ୟତନ ହୋଇଛି
Amitabh Bachchann Viral Video

Aishwarya Rai kissing Amitabh Bachchan in public video goes viral

Advertisment

ପୁରୁଣା ସାକ୍ଷାତକାର ଓ ଭିଡିଓକୁ ନେଇ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ପୂର୍ବେ ଐଶ୍ୱର୍ଯ୍ୟାଙ୍କ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ରାଗିକି ସ୍ୱାମୀ ଅଭିଷେକ ବଚ୍ଚନ ଓ ଭାଣିଜୀ ନାଭ୍ୟା ନାଭେଲି ନନ୍ଦଙ୍କ ଆଡ଼କୁ ଐଶ୍ୱର୍ଯ୍ୟା ଚାହୁଁଥିବା ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଥିଲା। ଏହା ଏକ ପୁରୁଣା ଭିଡିଓ ଥିଲା। ଏବେ ପୁଣି ଐଶ୍ୱର୍ଯ୍ୟାଙ୍କ ଆଉ ଏକ ପୁରୁଣା ଭିଡିଓ ଭାଇରାଲ୍‌ ହେଉଛି। 

Advertisment

ଭାଇରାଲ୍‌ ହେଉଥିବା ଏହି ପୁରୁଣା ଭିଡିଓରେ ଦେଖିବାକୁ ମିଳିଛି, ଏକ ଇଭେଣ୍ଟରେ ଐଶ୍ୱର୍ଯ୍ୟା, ଶ୍ୱଶୁର ଅମିତାଭ ଙ୍କୁ ଆଲିଙ୍ଗନ କରି କିସ୍‌ କରୁଛନ୍ତି ଓ କହୁଛନ୍ତି, ଆପଣ ବହୁତ ଭଲ। ହେଲେ ଏହି ସମୟରେ ଅମିତାଭ ଲାଜ କରିବା ସହ ଆରାଧ୍ୟାଙ୍କ ଭଳି ଆଚରଣ ନକରିବାକୁ ବୋହୂ ଐଶ୍ୱର୍ଯ୍ୟାଙ୍କୁ କହୁଥିବା ଭିଡିଓରେ ନଜର ଆସିଛି। ଭିଡିଓକୁ ନେଇ ୟୁଜର୍ସ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ଜଣେ ୟୁଜର କହିଛନ୍ତି, ‘ଐଶ୍ୱର୍ଯ୍ୟାଙ୍କ ଏଭଳି ଫେକ୍‌ ସ୍କାଇଲ୍‌ ଦେଖି ଘୃଣା ଲାଗୁଛି।’ ଆଉ ଜଣେ ୟୁଜର କହିଛନ୍ତି,‘ଐଶ୍ୱର୍ଯ୍ୟାଙ୍କ ଏଭଳି ବ୍ୟବହାର ପାଇଁ ବିଗ୍‌ ବି ରାଗି ଯାଇଥିଲେ ମଧ୍ୟ କ୍ୟାମେରା ସାମ୍ନାରେ କିଛି କହିପାରୁ ନାହାନ୍ତି।’

ଅଧିକ ପଢ଼ନ୍ତୁ: ଅମିତାଭଙ୍କ ସହ କାମ ନ କରିବାକୁ ଶ୍ରୀଦେବୀ ନେଇଥିଲେ ଶପଥ, ହେଲେ କାହିଁକି…

Advertisment

This is hard to watch no matter how many times you've seen it
by u/okay177 in BollyBlindsNGossip

ସୂଚନାଥାଉ କି, ବର୍ତ୍ତମାନ ଐଶ୍ୱର୍ଯ୍ୟା ନିଜର ଅଫକମିଂ ତାମିଲ ଫିଲ୍ମ ‘Ponniyin Selvan II’ର ରିଲିଜ୍‌ ନେଇ ବ୍ୟସ୍ତ ଅଛନ୍ତି। ମଣି ରତ୍‌ନମ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜୟମ ରବି, ବିକ୍ରମ କାର୍ତ୍ତି, ପ୍ରକାଶ ଝା’ଙ୍କ ସମେତ ଅନ୍ୟ ପ୍ରମୁଖ ଷ୍ଟାର ଅଭିନୟ କରିଛନ୍ତି। ଏପ୍ରିଲ ୨୮ରେ ଏହା ଥିଏଟରରେ ରିଲିଜ୍‌ ହେବ ।

Advertisment
Amitabh Bachchan Viral Video Aishwarya Rai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ