Advertisment

ପ୍ୟାରିସ୍‌ ଫ୍ୟାସନ୍‌ ୱିକ୍‌ରେ ଐଶ୍ୱର୍ଯ୍ୟା : ସବୁ ସୁନ୍ଦରୀଙ୍କ ଠାରୁ ଭାରି ପଡିଲେ ଭାରତୀୟ ନାରୀ

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବର୍ତ୍ତମାନ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ବଚ୍ଚନଙ୍କ ସହିତ ପ୍ୟାରିସ୍ ଭ୍ରମଣରେ ଯାଇଛନ୍ତି। ଏହି ଅବସରରେ ଏୟାରପୋର୍ଟରୁ ତାଙ୍କର ଅନେକ ଫଟୋ ସାମ୍ନାକୁ ଆସିଛି। ପ୍ୟାରିସ୍‌ରେ ଆୟୋଜିତ ଫେସନ ୱିକ୍‌ରେ ଯୋଗଦେବା ନେଇ ଐଶ୍ୱର୍ଯ୍ୟା ପ୍ୟାରିସ୍ ଯାଇଛନ୍ତି। ବର୍ତ୍ତମାନ ଫ୍ୟାସନ ୱିକ୍‌ରୁ ତାଙ୍କର କିଛି ସୁନ୍ଦର ଫଟୋ ସାମ୍ନାକୁ ଆସିଛି। ତାଙ୍କର ଏହି ସୁନ୍ଦର ଫଟୋରୁ ଲାଗୁଛି ଯେ ବୋଧ ହୁଏ ଐଶ୍ୱର୍ଯ୍ୟା ଏହି କାର୍ଯ୍ୟକ୍ରମରେ ସଫଳତା ପାଇଛନ୍ତି।

author-image
Pramod Behera
Aishwarya Rai Bachchan stuns at Paris Fashion Week

Aishwarya Rai Bachchan stuns at Paris Fashion Week

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବର୍ତ୍ତମାନ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ବଚ୍ଚନଙ୍କ ସହିତ ପ୍ୟାରିସ୍ ଭ୍ରମଣରେ ଯାଇଛନ୍ତି। ଏହି ଅବସରରେ ଏୟାରପୋର୍ଟରୁ ତାଙ୍କର ଅନେକ ଫଟୋ ସାମ୍ନାକୁ ଆସିଛି। ପ୍ୟାରିସ୍‌ରେ ଆୟୋଜିତ ଫେସନ ୱିକ୍‌ରେ ଯୋଗଦେବା ନେଇ ଐଶ୍ୱର୍ଯ୍ୟା ପ୍ୟାରିସ୍ ଯାଇଛନ୍ତି। ବର୍ତ୍ତମାନ ଫ୍ୟାସନ ୱିକ୍‌ରୁ ତାଙ୍କର କିଛି ସୁନ୍ଦର ଫଟୋ ସାମ୍ନାକୁ ଆସିଛି। ତାଙ୍କର ଏହି ସୁନ୍ଦର ଫଟୋରୁ ଲାଗୁଛି ଯେ ବୋଧ ହୁଏ ଐଶ୍ୱର୍ଯ୍ୟା ଏହି କାର୍ଯ୍ୟକ୍ରମରେ ସଫଳତା ପାଇଛନ୍ତି।

Advertisment

Aishwarya Rai Bachchan stuns at Paris Fashion Weekପ୍ୟାରିସ୍‌ ଫ୍ୟାସନ୍‌ ୱିକ୍‌ରେ ଐଶ୍ୱର୍ଯ୍ୟା

ଏହି ଶୋ’ ପାଇଁ ଐଶ୍ୱର୍ଯ୍ୟା ଧଳା ପୋଷାକ ପିନ୍ଧିଥିବା ବେଳେ ଓଠରେ ଗୋଲାପି ରଙ୍ଗର ଲିପ୍‌ଷ୍ଟିକ୍ ବ୍ୟବହାର କରିଥିଲେ। ଏଥିରେ ସେ ଖୁବ୍ ଆକର୍ଷଣୀୟ ଲାଗୁଥିଲେ। ରନ୍‌ୱେରେ ସେ ପୂରା ଆତ୍ମବିଶ୍ୱାସର ସହ ଚାଲୁଥିବା ନଜର ଆସନ୍ତି। ଐଶ୍ୱର୍ଯ୍ୟା ମହିଳା ହସ୍ତୀମାନଙ୍କ ସହ ପ୍ରତିଯୋଗିତା କରିଥିଲେ। ଏଥିରେ ହେଲେନ୍ ମିରେନ୍ ଓ ଏମ୍ବର ହର୍ଡ ମଧ୍ୟ ଯୋଗ ଦେଇଥିଲେ। ଏମାନେ ଲୋରିୟଲ୍ ପ୍ୟାରିସର ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିଲେ।

Advertisment

Aishwarya Rai Bachchan stuns at Paris Fashion Weekପ୍ୟାରିସ୍‌ ଫ୍ୟାସନ୍‌ ୱିକ୍‌ରେ ଐଶ୍ୱର୍ଯ୍ୟା

ରବିବାର ଅନୁଷ୍ଠିତ ହୋଇଥିବା ପ୍ୟାରିସ ଫ୍ୟାସନ ୱିକରେ ଐଶ୍ୱର୍ଯ୍ୟା ସମସ୍ତଙ୍କ ନଜର ଚୋରେଇ ନେଇଥିଲେ। ଧଳା ପୋଷାକକୁ ଗୋଲାପି ଲିପ୍‌ଷ୍ଟିକ୍‌ରେ ଐଶ୍ୱର୍ଯ୍ୟା ଯେତେବେଳେ ରାପ୍‌ କରୁଥିଲେ ଏମିତି କୌଣସି ବ୍ୟକ୍ତି ନ ଥିଲେ ଯାହାର ନଜର ତାଙ୍କ ଉପରୁ ହଟୁଥିଲା। ପ୍ୟାରିସର ଏକିଲ୍ ଟାୱାର ପାଖରେ ଏହା ଆୟୋଜିତ ହୋଇଥିଲା।

Aishwarya Rai Bachchan stuns at Paris Fashion Weekପ୍ୟାରିସ୍‌ ଫ୍ୟାସନ୍‌ ୱିକ୍‌ରେ ଐଶ୍ୱର୍ଯ୍ୟା

ଐଶ୍ୱର୍ଯ୍ୟା ଲି ଡେଫିଲ୍ ଲୋରିୟଲ୍ ପ୍ୟାରିସ୍ ୨୦୨୧ ଓମେନସ୍ୱିଅର୍ ସ୍ପ୍ରିଙ୍ଗ/ସମର ୨୦୨୧ ପାଇଁ ରାପରେ ଚାଲିଥିବା ଐଶ୍ୱର୍ଯ୍ୟା ଅନେକ ବର୍ଷ ଧରି ଲୋରିୟଲ୍‌ର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି। ତେବେ ଇଣ୍ଟରନେସନାଲ ସେଲିବ୍ରିଟିରେ ଭରପୂର ଏହି ଫ୍ୟାସନ ୱିକ୍‌ରେ ଐଶ୍ୱର୍ଯ୍ୟା ନିଜର ଚାର୍ମ ପୁରୁଣା ଦିନ ଭଳି ଦେଖେଇଥିଲେ। ସେ ବ୍ରିଟିଶ୍ ଷ୍ଟାର୍ ହେଲେନ୍‌ ସହ ହାତ ମିଶେଇ ଚାଲିଥିଲେ।

ରାପ୍ ୱାକ୍‌ରେ ଆମେରିକୀୟ ସିଙ୍ଗର-ଅଭିନେତ୍ରୀ କାମିଲା କାବେଲୋ, କ୍ୟାଥରୀନ୍ ଲାଙ୍ଗଫୋର୍ଡ, ନାଓମୀ କିଙ୍ଗ୍, ଅମ୍ବର ହର୍ଡ, ନିକୋଲାଜ୍ କୋଷ୍ଟର ୱାଲଦାଉ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ତେବେ ପ୍ରଶସଂକମାନେ ଏହାକୁ ଦେଖି କହିଛନ୍ତି ଯେ, ସବୁ ସୁନ୍ଦରୀଙ୍କ ଠାରୁ ଭାରି ପଡିଲେ ଭାରତୀୟ୍ ନାରୀ।

Aishwarya Rai Bachchan stuns at Paris Fashion Weekପ୍ୟାରିସ୍‌ ଫ୍ୟାସନ୍‌ ୱିକ୍‌ରେ ଐଶ୍ୱର୍ଯ୍ୟା

ଲୋରେୟଲ ପ୍ୟାରିସ୍ ଇନ୍‌ଷ୍ଟାଗ୍ରାମରେ ଏହି ସଫଳ ଶୋ’ର ଭିଡିଓ ଶେୟାର କରିଛି। ଏହାକୁ ସମସ୍ତେ ପସନ୍ଦ କରୁଛନ୍ତି। ତେବେ ଏହି ରାପ ବେଳେ ଜଣେ ମଡେଲ୍ ତାଙ୍କ ହୀଲ୍ ସଜାଡୁ ଥିବା ଦେଖାଯାଏ। କିନ୍ତୁ ପରେ ସେ ଏହାକୁ ଖୋଲି କାହାକୁ ଦେଇଦିଅନ୍ତି ଓ ଖାଲି ପାଦରେ ଚାଲନ୍ତି। ଏହି ଶୋ’ ଶେଷରେ ସବୁ ଷ୍ଟାରମାନେ ଏକାଠି ହୋଇ ସମସ୍ତଙ୍କୁ ଧନ୍ୟବାଦ ଦେବା ନଜର ଆସିଛି।

Aishwarya Rai Bachchan stuns at Paris Fashion Weekପ୍ୟାରିସ୍‌ ଫ୍ୟାସନ୍‌ ୱିକ୍‌ରେ ଐଶ୍ୱର୍ଯ୍ୟା

ତେବେ ଐଶ୍ୱର୍ଯ୍ୟା ପରିବାର ସହିତ ପ୍ୟାରିସ୍ ଯାଇଥିବା ବେଳେ ଅଭିଷେକ ପୂରା କଳା ରଙ୍ଗର ଆଉଟ୍‌ଫିଟ୍ ସହିତ କଳା ଜ୍ୟାକେଟ୍ ପିନ୍ଧିଥିବା ବେଳେ ଆରାଧ୍ୟା ଫୁଲପକା ଫ୍ରକ ଓ ନାଲି ରଙ୍ଗର କୋର୍ଟ ପିନ୍ଧିଥିବା ନଜର ଆସନ୍ତି। ଅଭିଷେକ ମଧ୍ୟ ପ୍ୟାରିସର ରଙ୍ଗୀନ୍ ସନ୍ଧ୍ୟାକୁ ନିଜ କ୍ୟାମେରାରେ କବ୍ଜା କରିଥିଲେ। ସେ ରାତିର ଅନ୍ଧାରରେ ଚମକୁଥିବା ଏଫିର ଟାୱାରର ଭିଡିଓ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

Bollywood Aishwarya Rai Bachchan
Advertisment
Advertisment