Advertisment

AI Ramayana Trailer: ରଣବୀର କପୁରଙ୍କୁ ଲାଗିପାରେ ଝଟକା, ଏଆଇ ରାମାୟଣ ସିରିଜର ଟ୍ରେଲର ରିଲିଜ...ଦର୍ଶକଙ୍କୁ ପସନ୍ଦ ଆସୁଛି

ନିର୍ମାତାମାନେ ଏଆଇ ସାହାଯ୍ୟରେ ନିର୍ମିତ ଟ୍ରେଲରକୁ ମଧ୍ୟ ରିଲିଜ୍ କରିଛନ୍ତି। ଏହି ଟ୍ରେଲରରେ ରାମ, ସୀତା, ରାବଣ ଏବଂ ହନୁମାନ ସମେତ ଅନେକ ଚରିତ୍ରର ଝଲକ ଦେଖିବାକୁ ମିଳିଛି । ଟ୍ରେଲରର ଆରମ୍ଭରେ ସୀତା ହରଣର ଦୃଶ୍ୟ ଦେଖାଯାଇଛି ।

ai ramayana

ai ramayana

Advertisment

ରଣବୀର କପୁରଙ୍କ ରାମାୟଣର ପ୍ରଥମ ଲୁକ୍ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ କାଫି ଏକ୍ସାଇଟେଡ୍ ଅଛନ୍ତି । ସମସ୍ତେ ଫିଲ୍ମର ଟ୍ରେଲର ରିଲିଜ୍ ହେବାର ଅପେକ୍ଷା କରିଛନ୍ତି। ଏହି ସମୟରେ ଏକ ଏପରି ଟ୍ରେଲର ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Advertisment

ସୋସିଆଲ ମିଡିଆରେ ରାମାୟଣର ଟ୍ରେଲର ରିଲିଜ୍ ହୋଇଛି। କିନ୍ତୁ ଏଥିରେ ଏକ ଟ୍ୱିଷ୍ଟ ରହିଛି। ଏହା ରଣବୀର କପୁରଙ୍କ ରାମାୟଣ ନୁହେଁ, ବରଂ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ସାହାଯ୍ୟରେ ନିର୍ମିତ ରାମାୟଣ ସିରିଜ୍‌ର ଟ୍ରେଲର।

ଏବେ ରାମାୟଣ ଉପରେ ଏକ ଏଆଇ ସିରିଜ୍ ଆସୁଛି ଏବଂ ଏହାର ଟ୍ରେଲର ରିଲିଜ୍ ହୋଇସାରିଛି। ଏହାକୁ ଦେଖି ସମସ୍ତେ ଚକିତ ହୋଇଛନ୍ତି। ଏହି ଟ୍ରେଲର ବେଶ୍ ଭାଇରାଲ ହେଉଛି। ଏଆଇ ସିରିଜ୍‌ଟି ସିନେଫାଇ ଷ୍ଟୁଡିଓଜ୍‌ର ବ୍ୟାନର ତଳେ ନିର୍ମାଣ ହୋଇଛି।

Advertisment

ନିର୍ମାତାମାନେ ଏଆଇ ସାହାଯ୍ୟରେ ନିର୍ମିତ ଟ୍ରେଲରକୁ ମଧ୍ୟ ରିଲିଜ୍ କରିଛନ୍ତି। ଏହି ଟ୍ରେଲରରେ ରାମ, ସୀତା, ରାବଣ ଏବଂ ହନୁମାନ ସମେତ ଅନେକ ଚରିତ୍ରର ଝଲକ ଦେଖିବାକୁ ମିଳିଛି । ଟ୍ରେଲରର ଆରମ୍ଭରେ ସୀତା ହରଣର ଦୃଶ୍ୟ ଦେଖାଯାଇଛି, ଯାହା ଲକ୍ଷ୍ମଣଙ୍କ କଣ୍ଠରୁ ଆରମ୍ଭ ହୋଇଛି। ଏହି ଟ୍ରେଲର ବେଶ୍ ପ୍ରଭାବଶାଳୀ।

ଟ୍ରେଲରର ବିଶେଷତ୍ୱ ହେଉଛି ଯେ ଏଥିରେ କୌଣସି କଳାକାର କଥା ହେଉଥିବା ଦେଖାଯାଉନାହିଁ, କିନ୍ତୁ ଏହାର ସଂଳାପଗୁଡ଼ିକ ବେଶ୍ ଦମଦାର। ଟ୍ରେଲରର ଶେଷରେ ଭଗବାନ ରାମଙ୍କର ମଧ୍ୟ ଏକ ସଂଳାପ ରହିଛି, ଯାହା ଶୁଣି ଦର୍ଶକ ମାନେ ରୋମାଞ୍ଚିତ ହୋଇ ଉଠିଛନ୍ତି । ଏହି ସଂଳାପ ଏବଂ ଦମଦାର କଣ୍ଠକୁ ବେଶ୍ ପସନ୍ଦ କରାଯାଉଛି।

Advertisment

ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ ଏହି ସିରିଜ୍‌ର ପ୍ରଥମ ଏପିସୋଡ୍ ମଧ୍ୟ ରିଲିଜ୍ ହୋଇସାରିଛି।

ରାମାୟଣ ଏଆଇ ସିରିଜ ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ରାମାୟଣ ଫିଲ୍ମର ନିର୍ମାତାଙ୍କୁ ଝଟକା ଦେଇଛି। ଏହି ଫିଲ୍ମ ୪୦୦୦ କୋଟି ଟଙ୍କାର ବଜେଟ୍‌ରେ ନିର୍ମାଣ ହେଉଛି। ଫିଲ୍ମଟି ଦୁଇଟି ଭାଗରେ ରିଲିଜ୍ ହେବ। ନିର୍ମାତାମାନେ ଫିଲ୍ମ ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରି ପରିସ୍ଥିତିରେ ରାମାୟଣର ଏଆଇ ସିରିଜ୍ ଦେଖି ଲୋକଙ୍କର ରଣବୀର କପୁର ଅଭିନୀତ ରାମାୟଣ ଦେଖିବାକୁ ଉତ୍ସାହ କମିପାରେ।

ଅଧିକ ପଢନ୍ତୁ: ‘ଆଉ ଆଗ ଭଳି ଆକ୍ସନ ଦେଖାଇ ପାରୁନି, ବୟସର ପ୍ରଭାବ ପଡ଼ିଲାଣି’

Ranbir Kapoor Ramayan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ