Advertisment

Deanne Panday: ୫୦ ବର୍ଷ ବୟସରେ ମଧ୍ୟ ଫିଟ୍ , ଅନେକ ସେଲିବ୍ରିଟିଙ୍କୁ ଦେଇଛନ୍ତି ଟ୍ରେନିଂ

ଦିଅନ ପାଣ୍ଡେ ୫୦ ବର୍ଷ ବୟସ ଅତିକ୍ରମ କରିଛନ୍ତି, କିନ୍ତୁ ତାଙ୍କର ସୌନ୍ଦର୍ଯ୍ୟ ଓ ଫିଟନେସ ଏବେ ମଧ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏହାର ରହସ୍ୟ ସେ ନିଜେ କହନ୍ତି, ମୁଁ ବହୁତ କମ୍ ବୟସରୁ ହେଲଦି ଲାଇଫ ଷ୍ଟାଇଲ ବଞ୍ଚିବା ଆରମ୍ଭ କରିଥିଲି ।

ଅଦ୍ୟତନ ହୋଇଛି
ahaan pandey

ahaan pandey

Advertisment

ଫିଲ୍ମ ସୈୟାରାର ସଫଳତା ପରେ ଏବେ ଲାଇମ ଲାଇଟରେ ଅହାନ ପାଣ୍ଡେ । ଅନନ୍ୟା ପାଣ୍ଡେଙ୍କ ପରେ ଚଙ୍କି ପାଣ୍ଡେଙ୍କ ପରିବାରର ଆଉ ଜଣେ ସଦସ୍ୟ ଏବେ ବଡ଼ ପରଦାରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଅହାନ ପାଣ୍ଡେ, ଯିଏ ଚଙ୍କି ପାଣ୍ଡେଙ୍କ ଭାଇଙ୍କ ପୁଅ । କେବଳ ଦର୍ଶକ ନୁହଁନ୍ତି, ଫିଲ୍ମ ସୈୟାରାକୁ ସିନେ ସମୀକ୍ଷକଙ୍କ ଠାରୁ ବି ପ୍ରଶଂସା ମିଳୁଛି। ଅହାନଙ୍କ ସହ ତାଙ୍କ ମାଆ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଅହାନ ପାଣ୍ଡେଙ୍କ ମା’ଙ୍କ ନାମ ହେଉଛି ଦିଅନ ପାଣ୍ଡେ। ଦିଅନ ପାଣ୍ଡେ ନିଜର ସ୍ୱାସ୍ଥ୍ୟ ଓ ଫିଟନେସ କାରଣରୁ ଲାଇମ ଲାଇଟରେ ଅଛନ୍ତି।

Advertisment

ମଡେଲରୁ ଫିଟନେସ ବିଶେଷଜ୍ଞ

ଦିଅନ ପାଣ୍ଡେଙ୍କ କ୍ୟାରିୟର ଜଣେ ମଡେଲ ଭାବେ ଆରମ୍ଭ ହୋଇଥିଲା। କିନ୍ତୁ ସେ ଧୀରେ ଧୀରେ ନିଜକୁ ଫିଟନେସ ଓ ୱେଲନେସ ଦୁନିଆରେ ପ୍ରତିଷ୍ଠିତ କରିଛନ୍ତି। ଆଜି ସେ ଜଣେ ପ୍ରସିଦ୍ଧ ଫିଟନେସ ବିଶେଷଜ୍ଞ ତଥା ଲେଖିକା। ସେ ବଲିଉଡର ଅନେକ ସେଲିବ୍ରିଟିଙ୍କୁ ଟ୍ରେନିଂ ଦେଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ବିପାଶା ବସୁ, ଜନ୍ ଆବ୍ରାହମ, ଡିନୋ ମୋରିଆ, ଜ୍ୟାକଲିନ ଓ ପ୍ରୀତି ଜିଣ୍ଟା ସାମିଲ ଅଛନ୍ତି ।

Advertisment


୧୧ ବର୍ଷ ବୟସରୁ ଫିଟନେସ ପ୍ରତି ଧ୍ୟାନ

ଏକ ସାକ୍ଷାତକାରରେ ଦିଅନ ପାଣ୍ଡେ କହିଥିଲେ ଯେ ସେ ମାତ୍ର ୧୧ ବର୍ଷ ବୟସରେ ଫିଟନେସ ପ୍ରତି ସଚେତନ ହୋଇଥିଲେ। ତାଙ୍କର ବଡ଼ ଭଉଣୀ ମଡେଲ ଜେନ ଫଣ୍ଡାଙ୍କ ଫିଟନେସ ଭିଡିଓ ଦେଖି ବ୍ୟାୟାମ କରୁଥିଲେ। ବଡ଼ ଭଉଣୀ କାମକୁ ଯିବା ପରେ ଦିଅନ ଓ ତାଙ୍କର ସାନ ଭଉଣୀ ସେହି କ୍ୟାସେଟ ଲଗାଇ ୯୦ ମିନିଟର ବ୍ୟାୟାମ କରୁଥିଲେ। ସେହି ସମୟରୁ ତାଙ୍କର ଫିଟନେସ ପ୍ରତି ଆଗ୍ରହ ବ‍ଢ଼ିଥିଲା ।

ପଢ଼ା ଓ ଫିଟନେସ ଏକାସାଙ୍ଗରେ

ଯଦିଓ ତାଙ୍କ ମାତାପିତା ତାଙ୍କୁ କମର୍ସିଆଲ ଆର୍ଟସ୍ କଲେଜରେ ନାମ ଲେଖାଇଥିଲେ, କିନ୍ତୁ ଦିଅନ ବ୍ୟାୟାମ ଛାଡ଼ି ନଥିଲେ। କଲେଜ ସମୟରେ ସେ ପାର୍ଟ ଟାଇମ ଜବ୍ କରି ନିଜର ପକେଟ ମନିରୁ ୫-ଷ୍ଟାର ହୋଟେଲର ଜିମ୍ ମେମ୍ବରସିପ ନେଇଥିଲେ। ସେ କହନ୍ତି ଯେତେବେଳେ ମୋ ବୟସର ଲୋକମାନେ ସିନେମା ଦେଖିବାକୁ ଯାଉଥିଲେ, ମୁଁ ଜିମରେ ଝାଳ ବୁହାଉଥିଲି ।

Advertisment

୫୦ ବର୍ଷ ବୟସରେ ମଧ୍ୟ ଫିଟ ଦିଅନ

ଦିଅନ ପାଣ୍ଡେ ୫୦ ବର୍ଷ ବୟସ ଅତିକ୍ରମ କରିଛନ୍ତି, କିନ୍ତୁ ତାଙ୍କର ସୌନ୍ଦର୍ଯ୍ୟ ଓ ଫିଟନେସ ଏବେ ମଧ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏହାର ରହସ୍ୟ ସେ ନିଜେ କହନ୍ତି, ମୁଁ ବହୁତ କମ୍ ବୟସରୁ ହେଲଦି ଲାଇଫଷ୍ଟାଇଲ ବଞ୍ଚିବା ଆରମ୍ଭ କରିଥିଲି । ଯୋଗ କରିବା, ଅର୍ଗାନିକ ଖାଦ୍ୟ ଖାଇବା ଆରମ୍ଭ କରିଥିଲି ଯେତେବେଳେ ଏହା ଟ୍ରେଣ୍ଡ ମଧ୍ୟ ନଥିଲା।

ପରିବାରରେ ପ୍ରତିଭାର ଅଭାବ ନାହିଁ

ଯେଉଁଠି ଦିଅନ ପାଣ୍ଡେ ଫିଟନେସ ଦୁନିଆରେ ଏକ ବଡ଼ ନାମ, ପୁଅ ଅହାନ ପାଣ୍ଡେ ମଧ୍ୟ ଏବେ ବଲିଉଡରେ ଚର୍ଚ୍ଚିତ ଚେହେରା । ଅନନ୍ୟା ପାଣ୍ଡେ ବି ବଲିଉଡରେ ଜଣେ ଲୋକପ୍ରିୟ ଅଭିନେତ୍ରୀ 

ଅଧିକ ପଢନ୍ତୁ: ‘ଆଉ ଆଗ ଭଳି ଆକ୍ସନ ଦେଖାଇ ପାରୁନି, ବୟସର ପ୍ରଭାବ ପଡ଼ିଲାଣି’

Fitness Healthy Diet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ