Advertisment

ଟ୍ୱିଟର୍‌କୁ ଫେରିଲେ, ବଲିଉଡ୍ ଉପରେ ବର୍ଷିଲେ; କହିଲେ ବଲିଉଡ୍ ଖରାପ ଆଉ ନିର୍ବୋଧ

କଙ୍ଗନା ରାଣାୱତ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ଆକ୍ରମଣ କରିଛନ୍ତି। ତାଙ୍କ ଟ୍ୱିଟର୍‌ ଆକାଉଣ୍ଟ ରିଷ୍ଟୋର୍ ହେବା ପରେ ବଲିଉଡ୍‌କୁ ଆକ୍ରମଣ କରି ଏହାକୁ ଅତି ଖରାପ ବୋଲି କହିଛନ୍ତି। ଏହା କଳାର ମୂଲ୍ୟ ବୁଝିପାରୁ ନାହିଁ ବୋଲି ସେ କହିଛନ୍ତି।

ଅଦ୍ୟତନ ହୋଇଛି
After twitter account restored Kangana Ranaut lashes out at bollywood

After twitter account restored Kangana Ranaut lashes out at bollywood

Advertisment

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ଆକ୍ରମଣ କରିଛନ୍ତି। ତାଙ୍କ ଟ୍ୱିଟର୍‌ ଆକାଉଣ୍ଟ ରିଷ୍ଟୋର୍ ହେବା ପରେ ବଲିଉଡ୍‌କୁ ଆକ୍ରମଣ କରି ଏହାକୁ ଅତି ଖରାପ ବୋଲି କହିଛନ୍ତି। ଏହା କଳାର ମୂଲ୍ୟ ବୁଝିପାରୁ ନାହିଁ ବୋଲି ସେ କହିଛନ୍ତି।

Advertisment

ଦୁଇ ବର୍ଷ ପରେ ଟ୍ୱିଟର୍‌କୁ ଫେରିବା ପରେ କଙ୍ଗନା ବୁଧବାର ଦିନ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ ପୋଷ୍ଟ୍‌ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରି ଏତେ ଖରାପ ଆଉ ନିର୍ବୋଧ ହୋଇଯାଇଛି ଯେ ଯେତେବେଳେ ବି ଏହା କୌଣସି ପ୍ରୟାସ କିମ୍ବା କଳାର ସଫଳତା ଦେଖାଇବାକୁ ଚାହେଁ, ସେତେବେଳେ ଏହା ମୁହଁରେ ଟଙ୍କା ମାରେ, ଯେପରି କଳାର କୌଣସି ମୂଲ୍ୟ ନାହିଁ… ଏମିତି କରିବା ଦ୍ୱାରା ଏହାର ରସାତଳ ହେବାର ସ୍ତର ସାମ୍ନାକୁ ଆସୁଛି।”

Advertisment

ଏହା ପରେ କଙ୍ଗନା ରାଣାୱତ ପରବର୍ତ୍ତୀ ଟ୍ୱିଟ୍‌ରେ ଲେଖିଛନ୍ତି ଯେ “ପ୍ରାଚୀନ କାଳରେ କଳା ମନ୍ଦିରରେ ଆରମ୍ଭ ହୋଇଥିଲା ଏବଂ ପରେ ଧୀରେ ଧୀରେ ସାହିତ୍ୟ ଓ ଥିଏଟର ରାସ୍ତା ଦେଇ ପ୍ରେକ୍ଷାଳୟରେ ପହଞ୍ଚିଲା। ଏହା ନିଶ୍ଚିତ ଭାବରେ ଏକ ଶିଳ୍ପ, କିନ୍ତୁ ଏହାକୁ ଅନ୍ୟ କୋଟି କୋଟି ବ୍ୟବସାୟ ଭଳି ଆର୍ଥିକ ଫାଇଦା ପାଇଁ ତିଆରି କରାଯାଇ ନାହିଁ। ଏହି କାରଣରୁ କଳା ଓ କଳାକାରଙ୍କୁ ପୂଜା କରାଯାଏ, ଶିଳ୍ପପତି କିମ୍ବା କୋଟିପତିଙ୍କୁ ନୁହେଁ।”

Advertisment

ତୃତୀୟ ଟ୍ୱିଟ୍‌ରେ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ବର୍ଷି କଙ୍ଗନା ଲେଖିଛନ୍ତି, “ଯଦି ବି ସମଗ୍ର ଦେଶରେ ଅନେକ କଳାକାର କଳାର ପରିବେଶକୁ ପ୍ରଦୂଷିତ କରିବାରେ ଜଡିତ ଅଛନ୍ତି, ତଥାପି ସେମାନେ ତାହା ଲୁଚି ଛପି କରିବା ଉଚିତ୍, ଏମିତି ଖୋଲାଖୋଲି ନୁହେଁ।”

ଅଧିକ ପଢ଼ନ୍ତୁ: ରାଜନୀତିରେ ଏଣ୍ଟ୍ରି କରିବେ କଙ୍ଗନା ! ଏହି ରାଜ୍ୟରୁ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା...

ଏହା ବ୍ୟତୀତ ବୁଧବାର କଙ୍ଗନା ତାଙ୍କ ରାଜ୍ୟ ହିମାଚଳ ପ୍ରଦେଶକୁ ରାଜ୍ୟର ମାନ୍ୟତାର ସୁଖ ବାଣ୍ଟି ଏକ ଫଟୋ ପୋଷ୍ଟ୍‌ କରିଛନ୍ତି।

ପ୍ରକାଶଥାଉ ଯେ ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପରେ ଘଟିଥିବା ହିଂସା ସହ ଜଡିତ ବିବାଦୀୟ ବିଷୟବସ୍ତୁ ପୋଷ୍ଟ୍‌ କରିବା କାରଣରୁ ଟ୍ୱିଟର କଙ୍ଗନାଙ୍କ ଆକାଉଣ୍ଟକୁ ବ୍ୟାନ୍ କରିଥିଲା। କୁହାଯାଇଥିଲା ଯେ ତାଙ୍କ ଆକାଉଣ୍ଟ 'ଘୃଣ୍ୟ ଆଚରଣ ଏବଂ ଅପମାନଜନକ ବ୍ୟବହାର' ସହ ଜଡିତ ଟ୍ୱିଟର ନୀତିକୁ ଅନେକ ବାର ଉଲ୍ଲଂଘନ କରିଛି।”

ଏହା ବ୍ୟତୀତ, ୨୦୧୬ ମସିହାରେ ୩୫ ବର୍ଷିୟ କଙ୍ଗନା ରାଣାୱତଙ୍କ ବିବୃତ୍ତିରେ ବଲିଉଡ୍‌ ବି ବିଭକ୍ତ ହୋଇଯାଇଥିଲା, ଯେତେବେଳେ ସେ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କୁ 'ନେପୋଟିଜିମ୍‌ର ସୂତ୍ରଧର' ବୋଲି କହିଥିଲେ। କଙ୍ଗନା ଏହି ମନ୍ତବ୍ୟ କରଣ ଜୋହରଙ୍କ ଟିଭି ଚାଟ୍ ଶୋ 'କଫି ୱିଥ୍ କରଣ'ରେ କହିଥିଲେ। ସେବେଠାରୁ ସେ ଅନେକ ସମୟରେ ବଲିଉଡ୍‌ରେ ପ୍ରବେଶ କରୁଥିବା ଅନେକ ଫିଲ୍ମ ଷ୍ଟାରକିଡ୍‌ଙ୍କୁ ଟାର୍ଗେଟ୍‌ କରୁଛନ୍ତି ଏବଂ ପ୍ରାୟ ପ୍ରତ୍ୟେକ ସାକ୍ଷାତକାରରେ ସେମାନଙ୍କୁ ଗାଳିଗୁଲଜ କରୁଛନ୍ତି।

Kangana Ranaut Twitter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ