Advertisment

ସବୁ କ୍ଷେତ୍ରରେ ବିଫଳ ହେବା ପରେ ବି ଏହି ତାଲିକାର ଶୀର୍ଷରେ 'ଆଦିପୁରୁଷ'

ଫିଲ୍ମ 'ଆଦିପୁରୁଷ' ଧାର୍ମିକ ସମ୍ବନ୍ଧୀୟ ହୋଇଥିଲେ ମଧ୍ୟ ଦର୍ଶକ ଏହାକୁ ପ୍ରତ୍ୟାଖ୍ୟାନ କଲେ। ଯଦିଓ ବକ୍ସ ଅଫିସ୍‌ରେ ଫିଲ୍ମ ଚମତ୍କାର କରିପାରି ନାହିଁ, ତେବେ ପ୍ରଭାସ ଆଉ ଏକ ତାଲିକାରେ ଶୀର୍ଷରେ ଅଛନ୍ତି। ସେ ଶାହାରୁଖ ଖାନଙ୍କୁ ମଧ୍ୟ ପଛରେ ପକେଇ ଦେଇଛନ୍ତି। ଆସନ୍ତୁ ଜାଣିବା ଏହି କ୍ଷେତ୍ରଟି କ’ଣ?

author-image
Pramod Behera
ଅଦ୍ୟତନ ହୋଇଛି
adipurush song ram siya got first position in top song list

adipurush song ram siya got first position in top song list

ଭାରତୀୟ ଫିଲ୍ମ ଦୁନିଆର ସବୁଠାରୁ ଦାମୀ ଅଭିନେତା ପ୍ରଭାସଙ୍କର ବହୁତ ଆଶା ଥିଲା ଯେ ତାଙ୍କ ଫିଲ୍ମ 'ଆଦିପୁରୁଷ' ଲୋକମାନଙ୍କଠାରୁ ବହୁତ ଭଲ ପାଇବା ପାଇବ ଏବଂ ତାଙ୍କ କ୍ୟାରିୟରରେ ଏକ ନୂଆ ମୋଡ଼ ଆଣିବ। କିନ୍ତୁ କଥା ଓଲଟା ହେଲା, ଓମ୍ ରାଓତଙ୍କ ଏହି ଫିଲ୍ମ ବିବାଦରେ ଛନ୍ଦି ହୋଇପଡିଲା।

Advertisment

ଫିଲ୍ମ ଧାର୍ମିକ ସମ୍ବନ୍ଧୀୟ ହୋଇଥିଲେ ମଧ୍ୟ ଦର୍ଶକ ଏହାକୁ ପ୍ରତ୍ୟାଖ୍ୟାନ କଲେ। ଯଦିଓ ବକ୍ସ ଅଫିସ୍‌ରେ ଫିଲ୍ମ ଚମତ୍କାର କରିପାରି ନାହିଁ, ତେବେ ପ୍ରଭାସ ଆଉ ଏକ ତାଲିକାର ଶୀର୍ଷରେ ଅଛନ୍ତି ଏବଂ ଏଥିରେ ସେ ଶାହାରୁଖ ଖାନଙ୍କୁ ମଧ୍ୟ ପଛରେ ପକେଇ ଦେଇଛନ୍ତି। ଆସନ୍ତୁ ଜାଣିବା ଏହି କ୍ଷେତ୍ରଟି କ’ଣ?

ଜୁନ୍ ୧୬ରେ 'ଆଦିପୁରଷ' ରିଲିଜ୍ ହୋଇଥିଲା। ଓମ୍ ରାଓତଙ୍କ ଏହି ଫିଲ୍ମକୁ ବହୁତ ଗୁରୁତ୍ୱ ମଧ୍ୟ ଦିଆଯାଇଥିଲା କିନ୍ତୁ ୧୫ ଦିନ ମଧ୍ୟରେ ସବୁକିଛି ଫସର ଫାଟିଗଲା। ଦର୍ଶକଙ୍କୁ ବାନ୍ଧି ରଖିବାରେ ଫିଲ୍ମ ବିଫଳ ହେଲା। ଏହାରି ଭିତରେ କିନ୍ତୁ ନିର୍ମାତା ଏବଂ ପ୍ରଭାସଙ୍କ ପାଇଁ ଏକ ଖୁସି ଖବର ଆସିଛି, ଯେଉଁ କାରଣରୁ ସେମାନେ ଶୀର୍ଷରେ ଅଛନ୍ତି।

Advertisment

'ଆଦିପୁରୁଷ' ଫିଲ୍ମର ଗୀତ ଏହାର ମାନ ରକ୍ଷା କରିଛି। ଏହି ଫିଲ୍ମର ସଂଗୀତ ଅଜୟ-ଅତୁଲ ଏବଂ ସଚେତ-ପରମ୍ପରା ଦେଇଛନ୍ତି। ଫିଲ୍ମର ପ୍ରଥମ ଗୀତ 'ରାମ ସିୟା ରାମ' ଲୋକଙ୍କ ମନରେ ପ୍ରଭାବ ପକେଇଛି। ଏକ ରିପୋର୍ଟ ଅନୁଯାୟୀ, ଏହି ଗୀତ ଜୁନ୍ ମାସର ଶ୍ରେଷ୍ଠ ୫ ଗୀତ ତାଲିକାର ଶୀର୍ଷରେ ଅଛି। ଏହାକୁ ଏପର୍ଯ୍ୟନ୍ତ ୮୫ ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଛି।

ସେହିପରି ଟପ୍ ୫ ତାଲିକାରେ ବିକି କୌଶଲ ଓ ସାରା ଅଲୀ ଖାନ୍‌ଙ୍କ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ ର ଗୀତ 'ତେରେ ବାସ୍ତେ ଫଲକ୍‌ ସେ ମେଁ ଚାନ୍ଦ ...' ଦ୍ୱିତୀୟ ସ୍ଥାନରେ ରହିଛି। ଏହି ପ୍ରିୟ ଗୀତକୁ ଏପର୍ଯ୍ୟନ୍ତ୧୨୪ ମିଲିୟନରୁ ଅଧିକ ଭ୍ୟୁ ମିଳିଛି।

ଏହି ତାଲିକାର ତୃତୀୟ ସ୍ଥାନରେ ମଧ୍ୟ ସାରା ଏବଂ ବିକିଙ୍କ ଗୀତ ରହିଛି। ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ ର ‘ତୁ ହେ ଜୋ ମୁଝେ ଫିର୍‌ ଔର୍‌ କ୍ୟା ଚାହିୟେ 'ଗୀତକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ଏହି ଗୀତଟି ବର୍ତ୍ତମାନ ପର୍ଯ୍ୟନ୍ତ ୧୨୦ ମିଲିୟନରୁ ଅଧିକ ଭ୍ୟୁ ପାଇଛି।

ଗୀତ ଦୃଷ୍ଟିରୁ 'ଆଦିପୁରୁଷ'ର ପ୍ରଥମ ରିଲିଜ୍ ଗୀତ 'ଜୟ ଶ୍ରୀ ରାମ' ମଧ୍ୟ ଏକ ବଡ଼ ହିଟ୍ ହୋଇଛି। ଗୀତଟି ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛି। ଅଜୟ-ଅତୁଲଙ୍କ ଦ୍ୱାରା ରଚିତ ଏହି ଗୀତଟି ୧୧୫ ମିଲିୟନରୁ ଅଧିକ ଭ୍ୟୁ ପାଇଛି।

ଫିଲ୍ମ 'ପଠାନ୍' ଚଳିତ ବର୍ଷର ସଫଳ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଫିଲ୍ମର ପ୍ରଥମ ଗୀତ 'ବେଶରାମ ରଙ୍ଗ'କୁ ଖୁବ ପସନ୍ଦ କରାଯାଇଥିଲା। ଏଥି ସହିତ ଫିଲ୍ମର ଦ୍ୱିତୀୟ ଗୀତ 'ଝୁମେ ଜୋ ପଠାନ୍'କୁ ମଧ୍ୟ ଖୁବ ଭଲ ପାଇବା ମିଳିଥିଲା। ଏହି ଗୀତ ତାଲିକାର ପାଞ୍ଚ ନମ୍ବରରେ ଅଛି ଏବଂ ଏପର୍ଯ୍ୟନ୍ତ ଏହାକୁ ୫୯୧ ମିଲିୟନ ଭ୍ୟୁ ମିଳିଛି। ।

Prabhas Bollywood Adipurush
Advertisment
Advertisment