Advertisment

ନିକମ୍ମା କଲା ‘ବବିତା ଜୀ’ଙ୍କ ଦମଦାର ଡ୍ୟାନ୍ସ

ୱେବ୍ ସିରିଜ୍ ଆଶ୍ରମରେ ବବିତା ଜୀ ଭୂମିକାରେ ଦର୍ଶକଙ୍କ ମନ ମୋହୁଥିବା ତ୍ରିଧା ଏବେ ହେଉଛନ୍ତି ଭାଇରାଲ। ତାଙ୍କ ଡ୍ୟାନ୍ସ ସମସ୍ତଙ୍କୁ କାବୁ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Actress Tridha Choudhury dance on nikamma song

Actress Tridha Choudhury dance on nikamma song

ୱେବ୍ ସିରିଜ୍ ଆଶ୍ରମର ଅଭିନେତ୍ରୀ ତ୍ରିଧା ଚୌଧରୀ ଅଭିନୟ ବ୍ୟତୀତ ନିଜର ସୋସିଆଲ୍ ମିଡିଆ ପୋଷ୍ଟ୍‌କୁ ନେଇ ବେଶ ହେଡଲାଇନ୍‌ରେ ରହିଛନ୍ତି। ଏହି ୱେବ୍ ସିରିଜ୍‌ରେ ସେ ବାବା ନିରାଲାଙ୍କ ଅତି ନିକଟତମ ବବିତା ଜୀ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ କିଣିଛନ୍ତି। ତ୍ରିଧା ଚୌଧରୀଙ୍କ ସୋସିଆଲ ମିଡିଆ ପୋଷ୍ଟ୍‌ଗୁଡ଼ିକ ମଧ୍ୟ ଅନେକ ସମୟରେ ଭାଇରାଲ୍‌ ହୁଏ। ଏବେ ତାଙ୍କର ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହା ଦେଖି ତ୍ରିଧାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ଭିଡିଓରେ, ସେ ଜୋରଦାର ନାଚୁଥିବା ନଜର ଆସିଛନ୍ତି।

Advertisment

ସୋସିଆଲ୍ ମିଡିଆରେ ତ୍ରିଧା ଚୌଧରୀ ଖୁବ୍ ସକ୍ରିୟ ରହୁଥିବା ବେକେ ଏବେ ତାଙ୍କର ଏକ ନୂଆ ଭିଡିଓ ଶେତା କରିଛନ୍ତି, ଯେଉଁଥିରେ ସେ ଦମଦାର ନାଚୁଛନ୍ତି। ତ୍ରିଧା ତାଙ୍କ ପ୍ରଶଂସକଙ୍କ ସହ ଜଡିତ ରହିବା ପାଇଁ ପ୍ରାୟତଃ ସ୍ୱତନ୍ତ୍ର ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ବର୍ତ୍ତମାନ ତ୍ରିଧା ଚୌଧୁରୀ ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଡ୍ୟାନ୍ସ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ଅଭିନେତା ଅଭିମନ୍ୟୁ ଦାସାନୀଙ୍କ ଫିଲ୍ମ ନିକାମାର ଟାଇଟଲ୍ ଗୀତରେ ନାଚୁଥିବା ନଜର ଆସିଛନ୍ତି।

ଏହି ଡ୍ୟାନ୍ସ ଭିଡିଓରେ, ତ୍ରିଧାଙ୍କୁ ବ୍ଲୁ କ୍ରାପ୍ ସାର୍ଟ ଓ ଧଳା ଟ୍ରାଉଜରରେ ଦେଖିଯାଏ। ସେ 'ନିକମ୍ମା କିୟା' ଗୀତରେ ଜୋରଦାର ନାଚୁଥିବା ନଜର ଆସିଛନ୍ତି। ଏହି ଭିଡିଓ ଶେୟାର କରି ତ୍ରିଧା କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ 'ସବୁ ନିକମ୍ମାଙ୍କ ପାଇଁ।' ଅଭିନେତ୍ରୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ତ୍ରିଧା ଚୌଧରୀଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଓ ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି।

Advertisment

ଅନେକ ପ୍ରଶଂସକ ତ୍ରିଧାଙ୍କ ନୃତ୍ୟ କଳାକୁ ପ୍ରଶଂସା କରୁଥିବା ବେଳେ ଏହି ସମୟରେ, କେହି କେହି ତାଙ୍କ ୱେବ୍ ସିରିଜ୍ ‘ଆଶ୍ରମ’ର ଡାଏଲଗ୍ ‘ଜପ୍ ନାମ’ ଲେଖି ପ୍ରତିକ୍ରିୟା ଦେଉଛନ୍ତି। ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି, “ଫୁଲ୍ ନିକମ୍ମା ଭାଇବ୍ସ, କିଲର ମୁଭ୍ସ”।

Web Series Ashram 3
Advertisment
Advertisment