Advertisment

୫୧ ବର୍ଷରେ ମା’ ହେଲେ ଏହି ଅଭିନେତ୍ରୀ, ଖୁସି କହିଲେ ନ ସରେ

ଅଭିନେତ୍ରୀ କ୍ୟାମେରୁନ୍ ଡିୟାଜ୍ ଏବଂ ତାଙ୍କ ସଙ୍ଗୀତକାର ସ୍ୱାମୀ ବେନ୍‌ଜୀ ମ୍ୟାଡେନ୍ କହିଛନ୍ତି ଯେ ପୁଅ କାର୍ଡିନାଲ୍ ମ୍ୟାଡେନ୍‌ଙ୍କୁ ପରିବାରରେ ସ୍ୱାଗତ କରିଥିବାରୁ ପାଇଁ ସେମାନେ ଧନ୍ୟ ଏବଂ କୃତଜ୍ଞ। ତାଙ୍କର ଏହି ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ପ୍ରତିକ୍ରିୟାଶୀଳ ହୋଇ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

author-image
Pramod Behera
actress Cameron diaz welcomes baby boy at the age of 51

actress Cameron diaz welcomes baby boy at the age of 51

୧୯୯୪ରେ ଆସିଥିବା ଫିଲ୍ମ ‘ଦି ମାସ୍କ’ର ଅଭିନେତ୍ରୀ କ୍ୟାମେରୁନ୍ ଡିୟାଜ୍ ୫୧ ବର୍ଷ ବୟସରେ ମା’ ହୋଇଛନ୍ତି। ଅଭିନେତ୍ରୀ ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହାକୁ ଶେୟାର କରିଛନ୍ତି। ଅଭିନେତ୍ରୀ କ୍ୟାମେରୁନ୍ ଡିୟାଜ୍ ଏବଂ ତାଙ୍କ ସଙ୍ଗୀତକାର ସ୍ୱାମୀ ବେନ୍‌ଜୀ ମ୍ୟାଡେନ୍ କହିଛନ୍ତି ଯେ ପୁଅ କାର୍ଡିନାଲ୍ ମ୍ୟାଡେନ୍‌ଙ୍କୁ ପରିବାରରେ ସ୍ୱାଗତ କରିଥିବାରୁ ପାଇଁ ସେମାନେ ଧନ୍ୟ ଏବଂ କୃତଜ୍ଞ। ତାଙ୍କର ଏହି ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ପ୍ରତିକ୍ରିୟାଶୀଳ ହୋଇ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Advertisment

"ଏକ ଛୋଟ ପକ୍ଷୀଟିଏ ମୋତେ ଫୁସ୍‌ଫୁସ୍ ହୋଇ କହିଲା।"ର ଏକ ଫଟୋ ସହିତ ଅଭିନେତ୍ରୀ କ୍ୟାମେରୁନ୍ ଡିୟାଜ୍ ଏବଂ ତାଙ୍କ ସ୍ୱାମୀ ବେନ୍‌ଜୀ ମ୍ୟାଡେନ୍ ଏହି ପୋଷ୍ଟର କ୍ୟାପ୍‌ସନ୍‌ରେ କହିଛନ୍ତି ଯେ, ଆମ ପୁଅ କାର୍ଡିନାଲ୍ ମ୍ୟାଡେନଙ୍କ ଜନ୍ମର ଘୋଷଣା କରି ଆମେ ଧନ୍ୟ ଏବଂ ଉତ୍ସାହିତ। ଏହା ବାସ୍ତବରେ ଆଶ୍ଚର୍ଯ୍ୟଜନକ ଏବଂ ଆମେ ସମସ୍ତେ ବହୁତ ଖୁସି ଯେ ସେ ଆସିଛି! ପିଲାର ସୁରକ୍ଷା ଏବଂ ଗୋପନୀୟତା ପାଇଁ ଆମେ କୌଣସି ଫଟୋ ପୋଷ୍ଟ୍‌ କରିବୁ ନାହିଁ – ସେ କିନ୍ତୁ ପ୍ରକୃତରେ ବହୁତ ସୁନ୍ଦର। ଆମେ ନିଜକୁ ବହୁତ ଧନ୍ୟ ଏବଂ କୃତଜ୍ଞ ଅନୁଭବ କରୁଛୁ। ଆମ ପରିବାର ତରଫରୁ ଆପଣମାନଙ୍କୁ ବହୁତ ଭଲପାଇବା।”

Advertisment

ଏହାପୂର୍ବରୁ କ୍ୟାମେରନ୍ ଏବଂ ବେନ୍‌ଜୀ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ ମାଧ୍ୟମରେ ୨୦୨୦ରେ ଝିଅ ରେଡିକ୍ସଙ୍କ ଜନ୍ମ ଘୋଷଣା କରିଥିଲେ। ଗୋପନୀୟତା ହେତୁ ସେ ଫଟୋ ଶେୟାର କରି ନ ଥିଲେ। ସୂଚନାଯୋଗ୍ୟ ଯେ ‘ମାସ୍କ’, ‘ଦେୟର୍ସ ସମ୍‌ଥିଙ୍ଗ୍ ଅବାଉଟ୍ ମେରୀ ଔର୍ ଚାର୍ଲିଜ୍ ଏଞ୍ଜଲ୍ସ’ରେ ଅଭିନୟ କରିଥିବା କ୍ୟାମେରନ୍ ୨୦୧୫ର ଆରମ୍ଭରେ ବ୍ୟାଣ୍ଡ୍‌ ଗୁଡ୍ ଚାର୍ଲୋଟ୍‌ର ସଦସ୍ୟ ବେନ୍‌ଜୀଙ୍କୁ ବିବାହ କରିଥିଲେ।

Hollywood
Advertisment
Advertisment