/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641196040.jpg)
Actor Vicky Kaushal
ଇନ୍ଦୋର: ବଲିଉଡ୍ ଅଭିନେତା ଭିକି କୌଶଲଙ୍କ ନାଁରେ ପୋଲିସ୍ରେ ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଛନ୍ତି। ଭିକି ତାଙ୍କର ଆଗାମୀ ଫିଲ୍ମର ଶୁଟିଂ ସମୟରେ ବ୍ୟବହାର କରିଥିବା ଗାଡ଼ିର ନମ୍ବର ପ୍ଲେଟ୍ ତାଙ୍କର ବୋଲି ସମ୍ପୃକ୍ତ ବ୍ୟକ୍ତି ଅଭିଯୋଗ କରିଛନ୍ତି।
ହେଲେ ପୋଲିସ୍ ଦାବି କରିଛି ଯେ, ବୋଲ୍ଟ ଯୋଗୁ ଏଭଳି ଭୁଲ୍ ବୁଝାମଣା ହୋଇଛି। ଫିଲ୍ମର ଏକ ସିକ୍ୱେନ୍ସ ଶୁଟିଂ ବେଳେ ଭିକି ବ୍ୟବହାର କରିଥିବା ଗାଡ଼ିର ନମ୍ବର ପ୍ଲେଟ୍ ଅଭିଯୋଗକାରୀଙ୍କର ନୁହେଁ ବରଂ ଏହା ପ୍ରଡକ୍ସନ ହାଉସ୍ର ବୋଲି ପୋଲିସ୍ କହିଛି। ଭିକିଙ୍କ ଅଭିନୀତ ଆଗାମୀ ଫିଲ୍ମର ଏକ ସିକ୍ୱେନ୍ସ ଇନ୍ଦୋର ସହରର ଗଳିରେ ଶୁଟିଂ ହୋଇଥିଲା। ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ଙ୍କୁ ଭିକି ବାଇକ୍ ପଛରେ ବସାଇ ନେଉଥିବାର ଦୃଶ୍ୟର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏଥିରେ ଭିକି ବ୍ୟବହାର କରିଥିବା ଗାଡ଼ିର ନମ୍ବର ପ୍ଲେଟ୍କୁ ନେଇ ଅଡ଼ୁଆ ସୃଷ୍ଟି ହୋଇଥିଲା।
ଇନ୍ଦୋରର ଜୟ ସିଂ ଯାଦବ ନାମକ ଜଣେ ବ୍ୟକ୍ତି ଅଭିଯୋଗ ଆଣିଛନ୍ତି,‘ ଫିଲ୍ମ ଶୁଟିଂ ବେଳେ ବ୍ୟବହୃତ ହୋଇଥିବା ଗାଡ଼ି ନମ୍ବର ତାଙ୍କର। ତାଙ୍କ ଅଜାଣତରେ ଅଭିନେତା ଭିକି ଏହାକୁ ବ୍ୟବହାର କରିଛନ୍ତି। ପ୍ରଡକ୍ସନ ହାଉସ୍ ଏସମ୍ପର୍କରେ ଜାଣିଛନ୍ତି କି ନାହିଁ ତାହା ମୁଁ ଜାଣି ନାହିଁ। ଏହା ବେଆଇନ୍। ସେ(ଭିକି) ମୋ ବିନା ଅନୁମତିରେ ମୋ ନମ୍ବର ପ୍ଲେଟ୍ ବ୍ୟବହାର କରିପାରିବେନି। ତେଣୁ ଭିକିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜୟ ଦାବି କରିଥିଲେ।’
MP | We investigated the matter&found that the vehicle was not 4872 (as alleged by the complainant). The number was 1872 but due to a bolt, no 1 looked like number 4. They had permission for that number plate. We found no irregularities in it: Rajendra Soni, SHO, Banganga, Indore https://t.co/oJanl2wFhZpic.twitter.com/tGkvElwQSi
— ANI (@ANI) January 3, 2022
ଅଭିଯୋଗ ପରେ ତଦନ୍ତ ପାଇଁ ପୋଲିସ୍ ଫିଲ୍ମର ଶୁଟିଂ ସେଟ୍ରେ ପହଞ୍ଚିଥିଲା। ନମ୍ବର ପ୍ଲେଟ୍ରେ ଲାଗିଥିବା ବୋଲ୍ଟକୁ ନେଇ ଏଭଳି ଭୁଲ୍ ବୁଝାମଣା ହୋଇଥିବା ତଦନ୍ତ ପରେ ଜଣାପଡ଼ିଥିଲା। ବୋଲ୍ଟ ଯୋଗୁ ନମ୍ବର ‘1’, ‘4’ ଭଳି ଦିଶୁଥିଲା। ପ୍ରକୃତରେ ଗାଡ଼ିର ନମ୍ବର-4872(ଏହା ନିଜ ଗାଡ଼ିର ନମ୍ବର ପ୍ଲେଟ୍ ବୋଲି ଅଭିଯୋଗକାରୀ ଜଣକ ଅଭିଯୋଗ ଆଣିଥିଲେ) ନଥିଲା। ଗାଡ଼ି ନମ୍ବର-1872 ଥିଲା। ତେବେ ବୋଲ୍ଟ ଯୋଗୁ ନମ୍ବର ‘1’, ‘4’ ଭଳି ଦିଶୁଥିଲା। ଏହି ନମ୍ବର ପ୍ଲେଟ୍ ବ୍ୟବହାର ପାଇ ସେମାନଙ୍କୁ ଅନୁମତି ମିଳିଥିଲା ବୋଲି ଇନ୍ଦୋର ବାଣଗଙ୍ଗାର SHO ରାଜେନ୍ଦ୍ର ସୋନି କହିଛନ୍ତି। ଏଥିରେ କୌଣସି ଗଡ଼ବଡ଼ ହୋଇନଥିବା ସେ କହିଛନ୍ତି।
A post shared by Vicky Kaushal (@vickykaushal09)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)