Advertisment

ମିସ୍‌ ୟୁନିଭର୍ସଙ୍କ ବିରୋଧରେ କେସ୍‌, ଅଭିନେତ୍ରୀ ଉପାସନା କହିଲେ ତାଙ୍କ ଯୋଗୁ ମୋ ପୁଅ...

କମେଡିଆନ୍‌ କପିଲ ଶର୍ମାଙ୍କ ଶୋ’ର ଅନ୍‌ସ୍କ୍ରିନ୍‌ ‘ବୁଆ’ ତଥା ଅଭିନେତ୍ରୀ ଉପାସନା ସିଂ ମିସ୍‌ ୟୁନିଭର୍ସ ହରାନାଜ୍‌ କୌର ସନ୍ଧୁଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।

author-image
Rajalaxmi Sahoo
Actor Upasana Singh files case against Miss Universe Harnaaz Kaur

Actor Upasana Singh files case against Miss Universe Harnaaz Kaur

କମେଡିଆନ୍‌ କପିଲ ଶର୍ମାଙ୍କ ଶୋ’ର ଅନ୍‌ସ୍କ୍ରିନ୍‌ ‘ବୁଆ’ ତଥା ଅଭିନେତ୍ରୀ ଉପାସନା ସିଂ ମିସ୍‌ ୟୁନିଭର୍ସ ହରାନାଜ୍‌ କୌର ସନ୍ଧୁଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। କଣ୍ଟ୍ରାକ୍ଟ ଉଲ୍ଲଂଘନ ଓ କ୍ଷତିପୂରଣ ଦାବିରେ ଚଣ୍ଡୀଗଡ଼ ଜିଲ୍ଲା ଅଦାଲତରେ ହରାନାଜ୍‌ଙ୍କ ବିରୋଧରେ ଉପାସନା ମାମଲା ଦାୟର କରିଛନ୍ତି। ଉପାସନା ପଞ୍ଜାବୀ ଫିଲ୍ମରେ କାମ କରୁଥିବା ବେଳେ ଫିଲ୍ମର ପ୍ରଡ୍ୟୁସ୍‌ ମଧ୍ୟ କରିଥାନ୍ତି।

Advertisment

ଫିଲ୍ମ ପ୍ରମୋଟ ପାଇଁ ଆସିନଥିଲେ ହରନାଜ୍‌...

ଉପାସନାଙ୍କ ଅଭିଯୋଗ, ସେ ଏକ ଫିଲ୍ମ ପ୍ରଡ୍ୟୁସ୍‌ କରିଥିଲେ ଓ ଏଥିରେ କାମ କରିବା ପାଇଁ ହରନାଜ୍‌ ତାଙ୍କୁ ହଁ କହିଥିଲେ। ହେଲେ ଫିଲ୍ମ ନିର୍ମାଣ ହେବା ପରେ ହରନାଜ୍ ଆଉ ଧରାଛୁଆଁ ଦେଇନଥିଲେ। ଏପରିକି ତାଙ୍କ ଫୋନ୍‌ ସ୍ୱିଚ୍‌ ଅଫ୍‌ ଆସୁଛି। ହରନାଜ୍‌ଙ୍କ ବିରୋଧରେ ତାଙ୍କ ପାଖରେ ପ୍ରମାଣ ମଧ୍ୟ ଅଛି। ଏବେ କୋର୍ଟରେ ଏହାକୁ ସେ ଦାଖଲ କରିବେ ବୋଲି ଉପାସନା କହିଛନ୍ତି।

ଏଗ୍ରିମେଣ୍ଟ୍‌ ଭାଙ୍ଗିଥିଲେ ହରନାଜ୍...

ଦାୟର ହୋଇଥିବା କେସ୍‌ ଅନୁସାରେ, ୨୦୨୦ ମସିହାରେ ହରନାଜ୍‌ ଫେମିନା ମିସ୍‌ ଇଣ୍ଡିଆ ପଞ୍ଜାବ ଟାଇଟଲ୍‌ ଜିତଥିଲେ। ସେହି ସମୟରେ ସେ ସନ୍ତୋଷ ଏଣ୍ଟରଟେନ୍‌ମେଣ୍ଟ୍‌ ଷ୍ଟୁଡିଓ LLP ସହ ଏକ ଆର୍ଟିଷ୍ଟ୍‌ ଏଗ୍ରିମେଣ୍ଟ୍‌ ସାଇନ୍‌ କରିଥିଲେ। ଏହି ଷ୍ଟୁଡିଓକୁ ଉପାସନା ଅପରେଟ୍‌ କରୁଛନ୍ତି। ଉପାସନାଙ୍କ କହିବା ଅନୁସାରେ, ସେ ଏକ ପଞ୍ଜାବୀ ଫିଲ୍ମ ନିର୍ମାଣ କରୁଥିଲେ ଓ ଏଥିରେ ହରନାଜ୍‌ଙ୍କୁ ଲିଡ୍‌ ରୋଲ୍‌ ମିଳିଥିଲା। ଏଗ୍ରିମେଣ୍ଟ୍‌ ଅନୁସାରେ, ଅଭିନେତ୍ରୀଙ୍କୁ ଫିଲ୍ମର ପ୍ରମୋସନ କାର୍ଯ୍ୟକ୍ରମ ବେଳେ ଉପସ୍ଥିତ ରହିବା କଥା। ହେଲେ ହରନାଜ୍‌ ଧରାଛୁଆଁ ଦେଇ ନଥିଲେ।

Advertisment

ଫୋନ୍‌ ଉଠାଉ ନାହାନ୍ତି ହରନାଜ୍‌ ସନ୍ଧୁ...

ମିସ୍‌ ୟୁନିଭର୍ସ ହେବାପରେ ହରନାଜ୍‌ ସନ୍ଧୁ ବ୍ୟବସାୟିକ ଓ କଣ୍ଟ୍ରାକ୍‌ଚ୍ୟୁଆଲ୍‌ ନିୟମ ଭାଙ୍ଗି ଥିଲେ। ସେ ନିଜେ ହିଁ ଫିଲ୍ମ କାଷ୍ଟ୍‌ ଓ କ୍ରୁ ଠୁ ନିଜକୁ ଅଲଗା କରି ରଖିଥିଲେ। ମିସ୍‌ ୟୁନିଭର୍ସ ହେବାପରେ ହରନାଜ୍‌ ନିଜକୁ ବଡ଼ ଷ୍ଟାର ଭାବୁଛନ୍ତି ବୋଲି ଉପାସନା ଅଭିଯୋଗ କରିଛନ୍ତି। ଏପରିକି ସେ ଫୋନ୍‌ ସ୍ୱିଚ୍‌ ଅଫ୍‌ ମଧ୍ୟ କରିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ପୁଅକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଉପାସନା ଆଣିବାରେ ଯୋଜନା କରିଥିଲେ।  ହେଲେ ହରନାଜ୍‌ ତାଙ୍କ ସହ କୌଣସି ଯୋଗାଯୋଗ ନକରିବାରୁ ତାଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି ବୋଲି ଉପାସନା ଅଭିଯୋଗ କରିଛନ୍ତି। ଏଥିପାଇଁ ହରନାଜ୍‌ଙ୍କ ବିରୋଧରେ ଉପାସନା ଚଣ୍ଡୀଗଡ଼ କୋର୍ଟରେ କେସ୍‌ ଦାୟର କରିଛନ୍ତି ବୋଲି କହିଛନ୍ତି।

ହରନାଜ୍‌ଙ୍କ ଯୋଗୁ ଉପାସନା ସହିଲେ ବଡ଼ କ୍ଷତି...

ଉପାସନା କହିଛନ୍ତି, ଫିଲ୍ମ ଡାଇରେକ୍ଟର ଓ ପ୍ରଡ୍ୟୁସର ମଧ୍ୟ ହରନାଜ୍‌ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ସବୁକିଛି ଫେଲ୍‌ ମାରିଥିଲା। ହରାନାଜ୍‌ କୌର ମିସ୍‌ ୟୁନିଭର୍ସ-୨୦୨୧ ଟାଇଟଲ୍‌ ଜିତିଥିଲେ। ଏହାପରେ ନା ସେ ଗୋଟିଏ ମେଲ୍‌ କି ମେସେଜ୍‌ର ରିପ୍ଲାଏ ଦେଇଛନ୍ତି। ଫଳରେ ଫିଲ୍ମ ଓ ଡିଷ୍ଟ୍ରିବ୍ୟୁଟର୍ସଙ୍କୁ ଏଥିପାଇଁ ବଡ଼ କ୍ଷତି ସହିବାକୁ ପଡ଼ିଲା। ଏପରିକି ଫିଲ୍ମ ରିଲିଜ୍‌ ତାରିଖ ମଧ୍ୟ ଘୁଞ୍ଚାଇବାକୁ ପଡ଼ିଥିଲା। ୨୦୨୨ ମସିହା ମେ’ ୨୭ ତାରିଖରେ ଫିଲ୍ମ ରିଲିଜ୍‌ ହେବାର ଥିଲା। ହେଲେ ଏହାକୁ ଅଗଷ୍ଟ ୧୯କୁ ଘୁଞ୍ଚାଇ ଦିଆଯାଇଛି।  

Miss Universe Harnaaz Kaur Case Against Miss Universe Case Against Harnaaz Kaur Actress Upasana Singh
Advertisment
Advertisment