Advertisment

ପାନ ମସଲାର ବ୍ରାଣ୍ଡ୍ ଆମ୍ବାସଡର୍ ହେବାକୁ ସିଧା ମନା କରିଦେଲେ ଆର୍‌ ମାଧବନ୍; ପାଇଥାନ୍ତେ କୋଟି କୋଟି ଟଙ୍କା

ଏକ ବଡ ପାନ ମସଲା କମ୍ପାନୀର ବ୍ରାଣ୍ଡ୍‌ ଆମ୍ବାସାଡର ହେବାର ପ୍ରସ୍ତାବକୁ ଆର୍‌ ମାଧବନ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହି କମ୍ପାନୀ ତାଙ୍କୁ କେବଳ ଫଟୋ ପ୍ରିଣ୍ଟ୍ କରିବାକୁ ଅନୁମତି ଦେବା ନେଇ କୋଟି କୋଟି ଟଙ୍କା ଦେବାର ପ୍ରସ୍ତାବ ଦେଇଥିଲା।

ଅଦ୍ୟତନ ହୋଇଛି
Actor R madhavan rejects offer of millions to become pan masala brand ambassador

Actor R madhavan rejects offer of millions to become pan masala brand ambassador

Advertisment

ଚଳିର ବର୍ଷର ପ୍ରଥମ ହିଟ୍ ହରର୍ ଫିଲ୍ମ 'ଶୈତାନ'ରେ ଭିଲେନ୍ ଭୂମିକାରେ ନଜର ଆସିଥିବା ଅଭିନେତା ଆର୍‌ ମାଧବନ୍ ଆଜିକାଲି ଚ୍ୟାଲେଞ୍ଜିଂ ଚରିତ୍ର ଖୋଜୁଛନ୍ତି। ବର୍ତ୍ତମାନ ସେ ଲଣ୍ଡନରେ ତାଙ୍କର ପରବର୍ତ୍ତୀ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ଏକ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ହେବ।

Advertisment
Actor R madhavan ହରର୍ ଫିଲ୍ମ 'ଶୈତାନ'ରେ ଭିଲେନ୍ ଭୂମିକାରେ

ଏହା ବ୍ୟତୀତ ସେ ପ୍ରସିଦ୍ଧ ଇଞ୍ଜିନିୟର ଗୋପାଳସ୍ୱାମୀ ଦୁରାଇସ୍ୱାମୀଙ୍କ ବାୟୋପିକ୍‌ରେ ମଧ୍ୟ କାମ କରିବାକୁ ଯାଉଛନ୍ତି। ଏହି ସମୟରେ, ଏକ ବଡ ପାନ ମସଲା କମ୍ପାନୀର ବ୍ରାଣ୍ଡ୍‌ ଆମ୍ବାସାଡର ହେବାର ପ୍ରସ୍ତାବକୁ ଆର୍‌ ମାଧବନ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହି କମ୍ପାନୀ ତାଙ୍କୁ କେବଳ ଫଟୋ ପ୍ରିଣ୍ଟ୍ କରିବାକୁ ଅନୁମତି ଦେବା ନେଇ କୋଟି କୋଟି ଟଙ୍କା ଦେବାର ପ୍ରସ୍ତାବ ଦେଇଥିଲା।

ଅଧିକ ପଢନ୍ତୁ : 'ଏମର୍ଜେନ୍ସି' ରିଲିଜ ପରେ ଅଭିନୟ ଛାଡ଼ିବା ଚର୍ଚ୍ଚାକୁ ନେଇ ଏମିତି କହିଲେ କଙ୍ଗନା...

Advertisment

ଆଜିକାଲି ପାନ ମସଲା କମ୍ପାନୀଗୁଡିକ ଦେଶର ହିନ୍ଦୀ, ତାମିଲ, ତେଲୁଗୁ ଏବଂ ଏପରିକି ହଲିଉଡ୍‌ ତାରକାଙ୍କ ପାଇଁ ନିଜ ଟ୍ରେଜେରୀ ଖୋଲିଦେଇଛନ୍ତି। ଲୋକମାନଙ୍କର ହଲିଉଡ୍ ଅଭିନେତା ପିୟର୍ସ ବ୍ରାସନନ୍‌ଙ୍କ ବିଜ୍ଞାପନ କଥା ଏବେ ବି ମନେଥିବ। ଏହା ବ୍ୟତୀତ ଅମିତାଭ ବଚ୍ଚନ, ରଣଭୀର ସିଂହ, ଅଜୟ ଦେବଗନ, ଅକ୍ଷୟ କୁମାର, ଶାହରୁଖ ଖାନ ଏବଂ ମନୋଜ ବାଜପେୟୀ ସମସ୍ତେ ଏଭଳି ବିଜ୍ଞାପନ କରୁଥିବା ଦେଖିବାକୁ ମିଳେ।

Actor R madhavan ଫିଲ୍ମ ରକେକ୍ଟ୍ରୀରେ ବୈଜ୍ଞାନିକ ନମ୍ବି ନାରାୟନନ ଭୂମିକାରେ ମାଧବନ

ସେହିପରି ସାଉଥ୍‌ର ମହେଶ ବାବୁ ଏବଂ ଟାଇଗର ଶ୍ରଫଙ୍କ ପରି ଯୁବ ପିଢିର ତାରକାମାନେ ମଧ୍ୟ ପାନ ମସଲା ବିଜ୍ଞାପନରେ ନଜର ଆସିଛନ୍ତି। ସୂଚନାନୁସାରେ, ଆଜିକାଲି ଉତ୍ତରପ୍ରଦେଶର ଏକ ବଡ ପାନ ମସାଲା କମ୍ପାନୀ ଏକ ଘରୋଇ ଚେହେରା ଖୋଜୁଛି ଯାହା ଯୁବପିଢିଙ୍କ ମଧ୍ୟରେ ସେମାନଙ୍କ ପାନ ମସଲାର ପ୍ରସାରକୁ ଆହୁରି ବଢାଇପାରିବ।

Advertisment
Actor R madhavan ଯୁବପିଢିଙ୍କ ପାଖରେ ମାଧବନଙ୍କ ଏକ ଭଲ ପ୍ରତିଛବି

ସୂତ୍ରରୁ ପ୍ରକାଶ ଯେ ହିନ୍ଦୀ ସିନେମାର ଗୋଟିଏ କିମ୍ବା ଦୁଇଟି ବଡ ତାରକାଙ୍କ ନାଁକୁ ନେଇ ଆଲୋଚନା ପରେ ସମ୍ପୃକ୍ତ କମ୍ପାନୀ ଆର୍‌ ମାଧବନ୍‌ଙ୍କ ପ୍ରୋଫାଇଲ୍‌କୁ ପସନ୍ଦ କରିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ମଧ୍ୟ ଅନେକ ଗ୍ରାଉଣ୍ଡ୍‌ ରିସର୍ଚ୍ଚ କରିଛି ​​ଏବଂ ଜାଣିବାକୁ ପାଇଛି ଯେ ମାଧବନଙ୍କ ଉପରେ ଦର୍ଶକଙ୍କ ବିଶ୍ୱାସ ଏବଂ ତାଙ୍କ ଫିଲ୍ମ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିଛବିର ପ୍ରକୃତ ଜୀବନ ସହିତ ସିଧାସଳଖ ସମ୍ପର୍କ ରହିଛି।

Actor R madhavan ମାଧବନଙ୍କ ଉପରେ ଦର୍ଶକଙ୍କ ବିଶ୍ୱାସ

ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ବହୁତ ଆଶା କରି ପାନ ମସଲା ପାଇଁ ବିଜ୍ଞାପନ କରିବାକୁ ମାଧବନ୍‌ଙ୍କୁ ପ୍ରସ୍ତାବ ଦେଇଥିଲା। କମ୍ପାନୀ ଆଶା ମଧ୍ୟ କରିଥିଲା ​​ଯେ ସେ ଏହି ପ୍ରସ୍ତାବରେ ରାଜି ହୋଇଯିବେ।

କିନ୍ତୁ, ସୂତ୍ରରୁ ଜଣାପଡିଛି ଯେ ମାଧବନ୍ ପ୍ରଥମ ପ୍ରୟାସରେ କୋଟି କୋଟି ଟଙ୍କାର ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସେ ଆରମ୍ଭରୁ ନିଜକୁ ଏପରି ବିଜ୍ଞାପନରୁ ଦୂରେଇ ରଖିଛନ୍ତି ଯାହା ଯୁବକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

ଅଧିକ ପଢନ୍ତୁ : Trailer Release: ରିଲିଜ୍ ହେଲା ସଞ୍ଜୟ ଦତ୍ତଙ୍କ ‘ଡବଲ୍ ଆଇସ୍ମାର୍ଟ’ର ଟ୍ରେଲର୍; ଲୋକେ କହିଲେ ବ୍ଲକ୍‌ବଷ୍ଟର୍

Bollywood R. Madhavan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ