• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ଖୁବଶୀଘ୍ର ମିଡିଆକୁ ସବୁ କହିବି ’ । ପୁଣି ଥରେ ଗଣମାଧ୍ୟମ ସାମ୍ନାକୁ ଆସି ଏଭଳି କହିଛନ୍ତି ବାବୁସାନ୍ । ପୋଲିସ ଯେତେବେଳେ ଡାକିବେ ସେ ଯିବେ । ପୋଲିସ ପଚରାଉଚରା ପରେ ହିଁ ଗଣମାଧ୍ୟମକୁ ସବୁ କହିବି ବୋଲି ବାବୁସାନ୍ କହିଛନ୍ତି । ଏବେ ସେ ପରିବାର ସହ ସେ ଶାନ୍ତିରେ ଅଛନ୍ତି । ତାଙ୍କ ପୁଅ ଖୁବ ଶୀଘ୍ର ତାଙ୍କ ପାଖକୁ ଆସିବ । ଏହାସହ ଫ୍ୟାନ୍ ଓ ସାମ୍ବାଦିକଙ୍କୁ ଘରକୁ ଫେରି ଯିବାକୁ ଅନୁରୋଧ କରିଛନ୍ତି ବାବୁସାନ୍ ।

ସେପଟେ ବାବୁସାନ ପାରିବାରିକ ବିବାଦରେ ଗୁରୁତ୍ୱପୂର୍ଣ୍ଣ ସୂଚନା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ଘଟଣାର ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ସେ ସୂଚନା ଦେଇଛନ୍ତି । ପତି-ପତ୍ନୀ ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଛି । ଘଟଣାକୁ ନେଇ ବାବୁସାନ ମଧ୍ୟ ଅନୁତାପ କରୁଥିବା ଧରଣୀଧର କହିଛନ୍ତି ।ବାବୁସାନ ଅନୁତାପ କରୁଛନ୍ତି, ଘଟଣାର ପୁନରାବୃତ୍ତି ହେବନି କହିଛନ୍ତି । ଏଭଳି ଆଉ ହେବନି ବୋଲି ପରିବାରକୁ ଆଶ୍ୱାସନା ଦେଇଛନ୍ତି । 

 

ଅନ୍ୟପଟେ ବାବୁସାନ, ପ୍ରକୃତି ମିଶ୍ର ଙ୍କୁ ନେଇ କିଛି ଦିନ ହେଲା ବିବାଦ ଲାଗି ରହିଛି । ଓଡିଆ ସିନେମା ଇଣ୍ଡଷ୍ଟ୍ରି ସାମ୍ପ୍ରତିକ ପରିସ୍ଥିତିରେ ସେଲିବ୍ରିଟିମାନଙ୍କ ବିଭିନ୍ନ ବିବାଦ କାରଣରୁ ନିନ୍ଦିତ ହୋଇଛନ୍ତି । ଏହାର ସିଧାସଳଖ ପ୍ରଭାବ ଓଲିଉଡ୍ ଓ ଦର୍ଶକଙ୍କ ଉପରେ ପଡିଛି । ଏଭଳିପରିସ୍ଥିତିରେ ଗୀତିକାର ବିଭୂତି ସ୍ୱାଇଁ ଏକ ଗୀତ ରେକର୍ଡିଂ କରି ଅଭିନେତା, ଅଭିନେତ୍ରୀ ଓ ଅନ୍ୟମାନଙ୍କୁ ସଚେତନ କରିବାକୁ ପ୍ରୟାସ କରିଛନ୍ତି । ଏହି ଗୀତ ମାଧ୍ୟମରେ ସିନେ ଇଣ୍ଡଷ୍ଟ୍ରିରେ ଘଟୁଥିବା ବାଦ ବିବାଦରେ ପୂର୍ଣ୍ଣଛେଦ ପକାଇବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଗୀତିକାର ।

 ସୂଚନାଯୋଗ୍ୟ ଭୁବନେଶ୍ୱରରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଟଣାଓଟରା କରିବାର ଭିଜୁଆଲ ଭାଇରାଲ ହେବା ପରେ ବାବୁସାନ ଚେନ୍ନାଇ ଯାଇଥିଲେ। ଏକ ଫିଲ୍ମର ପ୍ରମୋସନ ପାଇଁ ସେ ଚେନ୍ନାଇ ଯାଇଛନ୍ତି ବୋଲି କୁହାଯାଇଥିଲା ।  ଚେନ୍ନାଇରୁ ଫେରି ସିଧା ନିଜ ଘରକୁ ଯାଇଥିଲେ ବାବୁସାନ । ପରିବାର ପକ୍ଷରୁ କୁହାଯାଇଥିଲା ତାଙ୍କ ଦେହ ଟିକେ ଭଲ ନାହିଁ । ଭଲ ହେବା ପରେ ଗଣମାଧ୍ୟମ ସାମ୍ନାକୁ ଆସିବେ ।