• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଚରାଉଚରା ପରେ ଥାନାରୁ ବାହାରିଲେ ବାବୁସାନ୍ ମହାନ୍ତି । ଆଜି ତାଙ୍କର ଜନ୍ମଦିନ ଥିବାବେଳେ ନୋଟିସ୍‌ ଅନୁସାରେ ଖାରବେଳେ ନଗର ଥାନାକୁ ଯାଇଥିଲେ ଅଭିନେତା । ତେବେ ଥାନାରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟା ନ ଦେଇ ଫେରି ଯାଇଛନ୍ତି । ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ଓ ତାଙ୍କ ସହଯୋଗୀ ମଧ୍ୟ ଥାନାକୁ ଆସିଥିଲେ ।

ବାବୁସାନଙ୍କୁ ପଚରାଉଚରା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ନୋଟିସ୍ ମୁତାବକ ବାବୁସାନ ଥାନାକୁ ଆସିଥିଲେ ବୋଲି ସେ କହିଛନ୍ତି । ବାବୁସାନ ତଦନ୍ତରେ ପୂରା ସହଯୋଗ କରିଛନ୍ତି । ଷ୍ଟାର ଘର କଳି ପାଇଁ ଦୁଇଟି ମାମଲା ନେଇ ପଚରାଉଚରା କରାଯାଇଥିବା ସେ କହିଛନ୍ତି ।

ପତ୍ନୀ ତୃପ୍ତିଙ୍କ ଏତଲା ଆଧାରରେ ପୋଲିସ ବାବୁସାନଙ୍କ ବିରୋଧରେ ରୁଜୁ କରିଛି ୪୯୮ (କ)। ତେବେ ଚେନ୍ନାଇରୁ ବାବୁସାନ ଫେରିବାର ୨ଦିନ ବିତିଥିଲେ ବି ପୋଲିସ କିନ୍ତୁ ଏଯାଏଁ ଜେରାକରିନଥିଲା । ଆଜି ତାଙ୍କୁ ଜେରା କରାଯାଇଛି ।

ଆଜି ଜନ୍ମଦିନରେ ମା' ଅପରାଜିତାଙ୍କ ସହ ପ୍ରଥମେ ବାଲକୋନିକୁ ଆସିଥିଲେ ବାବୁସାନ । ଆଉ ତଳେ ଠିଆ ହୋଇ ପ୍ରଶଂସକ ବାବୁସାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ତଳକୁ ଆସି କେକ୍‌ ନକାଟିବାରୁ ପ୍ରଶଂସକ ନିରାଶ ହୋଇଛନ୍ତି ।

ଗତକାଲି ମଧ୍ୟ ବାବୁସାନଙ୍କ ଘରକୁ ଯାଇଥିଲେ ପ୍ରଯୋଜକ ସଞ୍ଜୟ ନାୟକ। ବାବୁସାନ ଓ ତାଙ୍କ ପରିବାରକୁ ଭେଟିବା ପରେ ଦୁଇ ଦିନ ପରେ ସବୁ ସମସ୍ୟାର ସମାଧାନ ସହ ଭଲ ଖବର ମିଳିବ ବୋଲି ସଞ୍ଜୟ ନାୟକ କହିଥିଲେ।