Advertisment

ଅମିତାଭଙ୍କ ୫୦ତମ ବିବାହ ବାର୍ଷିକୀରେ ଅଭିଷେକ ବଚ୍ଚନ ଶେୟାର କଲେ ଏମିତି ଫଟୋ

ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ବିବାହର ୫୦ ବର୍ଷ ପୂରଣ କରିଥିବାରୁ ସାରା ବିଶ୍ୱରୁ ପ୍ରଶଂସକମାନେ ଅଭିନନ୍ଦନ ଜଣାଉଛନ୍ତି। ଏହି ଅବସରରେ ଦମ୍ପତିଙ୍କର ଉଭୟ ସନ୍ତାନ ଶ୍ୱେତା ବଚ୍ଚନ ଏବଂ ଅଭିଷେକ ବଚ୍ଚନ ମଧ୍ୟ ସେମାନଙ୍କ କିଛି ବିରଳ ଫଟୋ ସହିତ ସ୍ୱତନ୍ତ୍ର ବାର୍ତ୍ତା ଶେୟାର କରିଛନ୍ତି। ଏଥିରେ ପ୍ରଶଂସକମାନେ ସେମାନଙ୍କ ଭଲ ପାଇବା ଢାଳିଦେଉଥିବା ଦେଖାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
Abhishek Bachchan shares favorite pics on Amitabh-Jaya bachchan 50th wedding anniversary

Abhishek Bachchan shares favorite pics on Amitabh-Jaya bachchan 50th wedding anniversary

ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ବିବାହର ୫୦ ବର୍ଷ ପୂରଣ କରିଥିବାରୁ ସାରା ବିଶ୍ୱରୁ ପ୍ରଶଂସକମାନେ ଅଭିନନ୍ଦନ ଜଣାଉଛନ୍ତି। ଏହି ଅବସରରେ ଦମ୍ପତିଙ୍କର ଉଭୟ ସନ୍ତାନ ଶ୍ୱେତା ବଚ୍ଚନ ଏବଂ ଅଭିଷେକ ବଚ୍ଚନ ମଧ୍ୟ ସେମାନଙ୍କ କିଛି ବିରଳ ଫଟୋ ସହିତ ସ୍ୱତନ୍ତ୍ର ବାର୍ତ୍ତା ଶେୟାର କରିଛନ୍ତି। ଏଥିରେ ପ୍ରଶଂସକମାନେ ସେମାନଙ୍କ ଭଲ ପାଇବା ଢାଳିଦେଉଥିବା ଦେଖାଯାଏ।

Advertisment

ଅଭିଷେକ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ବିଶେଷ ନୋଟ୍ ସହିତ କିଛି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଏବେକାର ଫଟୋ ଥିବାବେଳେ ଦ୍ୱିତୀୟ ଫଟୋଟି ପୁରୁଣା ଦିନର, ଯେଉଁଥିରେ ବିଗ୍ ବି ହସୁଛନ୍ତି ଆଉ ଜୟା ବଚ୍ଚନଙ୍କ କାନ୍ଧରେ ଆରାମରେ ମୁଣ୍ଡ ରଖିଥିବାର ଦେଖାଯାଏ। ସେହିପରି ତୃତୀୟ ଫଟୋରେ ସେମାନେ ପରସ୍ପରଙ୍କ ଆଡକୁ ଚାହିଁଛନ୍ତି। ଚତୁର୍ଥ ଫଟୋଟି ହେଉଛି ସେମାନଙ୍କ ବିବାହ ସମୟର।

ଅଭିଷେକ ବଚ୍ଚନଙ୍କ ପୂର୍ବରୁ ତାଙ୍କ ବଡ଼ ଭଉଣୀ ଶ୍ୱେତା ବଚ୍ଚନ ନନ୍ଦା ମଧ୍ୟ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କୁ ଶୁଭେଚ୍ଛା ଜଣାଇଥିଲେ, ଯେଉଁଥିପାଇଁ ସେ ଏକ ଥ୍ରୋବ୍ୟାକ୍ ଫଟୋ ବ୍ୟବହାର କରିଥିଲେ। ଫଟୋରେ ଉଭୟ ଖୁବ ଯୁବକ ଲାଗୁଛନ୍ତି ଆଉ ଫରସ୍ପରଙ୍କୁ ଖୁବ ପ୍ରେମର ସହ ଚାହିଁଥିବା ନଜର ଆସିଛନ୍ତି।

Advertisment

ଏହି କଳା-ଧଳା ଫଟୋଟି ସେମାନଙ୍କର ଏକ ଫିଲ୍ମର ସେଟ୍‌ରେ କ୍ଲିକ୍ କରାଯାଇଥିଲା, ଯେଉଁଥିରେ ଜୟା ଏକ ଶାଢୀ ପିନ୍ଧିଥିବା ବେଳେ ଅମିତାଭଙ୍କୁ ଚାହିଁ ହସୁଥିବାର ନଜର ଆସିଛନ୍ତି। ସେହିପରି ଅମିତାଭ ବଚ୍ଚନ ଏକ ପ୍ରିଣ୍ଟେଡ୍ ସାର୍ଟ ଏବଂ ପ୍ୟାଣଡ଼୍ରେ ନଜର ଆସିଛନ୍ତି। ଫଟୋ ଶେୟାର କରି ଶ୍ୱେତା ବଚ୍ଚନ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, "ହାପି ୫୦ ତମ ପ୍ୟାରେଣ୍ଟସ - ଆପଣ ବର୍ତ୍ତମାନ 'ଗୋଲ୍‌ଡେନ୍'।”

ଶ୍ୱେତାଙ୍କ ଝିଅ ନବ୍ୟା ନନ୍ଦା ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅମିତାଭ ଏବଂ ଜୟାଙ୍କ ୨୦୦୧ ଚଳଚ୍ଚିତ୍ର ‘କଭି ଖୁସି କଭି ଗମ୍‌’ର ସେଟ୍‌ରୁ ଏକ ଫଟୋ ପୋଷ୍ଟ୍‌ କରି କାନ୍ଦୁଥିବା ଚେହେରା ଏବଂ ରେଡ୍ ହାର୍ଟ ଇମୋଜି ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି, "୫୦ ବର୍ଷ"। ଏହି ପୋଷ୍ଟରେ ନବ୍ୟା ‘ତେରି ବିନ୍ଦିୟା ରେ’ କୁ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ଭାବେ ପକେଇଛନ୍ତି।

Amitabh Bachchan Bollywood Jaya Bachchan Abhisek Bachchan
Advertisment
Advertisment