Abhishek bachchan grand gesture for aishwarya rai amid divorce rumour
ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କମଧ୍ୟରେ ସବୁ ଠିକ୍ ଅଛି। ଗତ କିଛି ମାସ ହେବ ଉଭୟଙ୍କ ମଧ୍ୟରେ ଲଗାତାର ମତଭେଦର ଖବରକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ଏପରିକି କଳ୍ପନାଜଳ୍ପନା ଛାଡପତ୍ର ପର୍ଯ୍ୟନ୍ତ ଚାଲିଯାଇଛି। କିନ୍ତୁ ଦୁହେଁ ଏହି ଗୁଜବ ଉପରେ କେବେ ବି ମୁହଁ ଖୋଲି ନାହାନ୍ତି।
ଅବଶ୍ୟ, ଅମିତାଭ ବଚ୍ଚନ ବେଳେବେଳେ ତାଙ୍କ କ୍ରିପ୍ଟିକ୍ ପୋଷ୍ଟ ମାଧ୍ୟମରେ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ ଚିନ୍ତା ବଢାନ୍ତି ତ କେବେବେଳେ ପୁଣି ଈଶାରା ଦିଅନ୍ତି ତାଙ୍କ ପରିବାରରେ ସବୁ କିଛି ଠିକଠାକ୍ ଅଛି। କିନ୍ତୁ, ନିକଟରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କୁ ନେଇ ଆଲୋଚନା ହେଉଥିବା ମତଭେଦ ଖବରକୁ ସେତେବେଳେ ସମ୍ପୂର୍ଣ୍ଣ ଭାବେ ରୋକ୍ ଲଗେଇଛନ୍ତି, ଯେତେବେଳେ ଏହି ଦମ୍ପତି ମୁମ୍ବାଇରେ ନିଜ ଝିଅ ଆରାଧ୍ୟାର ସ୍କୁଲ କାର୍ଯ୍ୟାକ୍ରମରେ ଏକାଠି ନଜର ଆସିଛନ୍ତି।
ଅଧିକ ପଢ଼ନ୍ତୁ: ଏକାଠି ହେଲେ ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନ; ଶେଷ ହେଲା କି ଛାଡ଼ପତ୍ର ଗୁଜବ
ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ବଣ୍ଡିଂ:
ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ପ୍ରତି ଖୁବ୍ ଯତ୍ନବାନ ଅଛନ୍ତି। ତିନିଜଣ ଏକାଠି ସ୍କୁଲ୍ରେ ପ୍ରବେଶ କରୁଥିବା ଦେଖାଯାଉଛି। ଭାଇରାଲ୍ ଭିଡିଓରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ବଣ୍ଡିଂ ମଧ୍ୟ ବହୁତ ଭଲ ଦେଖାଯାଉଛି। ତେବେ ଦୀର୍ଘ ଦିନ ପରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି। ଦମ୍ପତିଙ୍କ ଏଭଳି ଦୃଶ୍ୟ ଦେଖି ପ୍ରଶଂସକଙ୍କ ହୃଦୟକୁ ବହୁତ ଆରାମ ମିଳିଛି।
ଛାଡପତ୍ର ଗୁଜବରେ ରୋକ୍:
ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏମିତି ଏକାଠି ଏଣ୍ଟ୍ରୀ ମାରି ଛାଡପତ୍ର ଗୁଜବର ନିଆଁରେ ପାଣି ଢାଳି ଘୃଣାକାରୀଙ୍କୁ ଚୁପ୍ କରି ଦେଇଛନ୍ତି। ଭାଇରାଲ୍ ହେଉଥିବା ଭିଡିଓରେ, ଏହା ସ୍ପଷ୍ଟ ଭାବରେ ଦେଖାଯାଏ ଯେ ଦୁହେଁ ଏକାଠି ବହୁତ ଖୁସି ଅଛନ୍ତି।
ଦୀର୍ଘ ଦିନ ପରେ ବଚ୍ଚନ ପରିବାର ଏକାଠି:
ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଅମିତାଭ ବଚ୍ଚନ କାର୍ରୁ ଓହ୍ଲାଇ ଭିତରକୁ ଯିବା ମାତ୍ରେ ସେଠାରେ ଥିବା ଏହି ତିନିଜଣ ଏକାଠି ହସୁଥିବା ନଜର ଆସନ୍ତି। ଐଶ୍ୱର୍ଯ୍ୟା ଶ୍ୱଶୁରଙ୍କ ହାତ ଧରି ଭିତରକୁ ନେଇଯାଆନ୍ତି। ତିନିଜଣ ଏକାଠି ହୋଇ ଆରାଧ୍ୟାଙ୍କ ମନୋବଳକୁ ବୃଦ୍ଧି କରିଛନ୍ତି।
ଅଧିକ ପଢ଼ନ୍ତୁ: ମହିଳାଙ୍କ ଅଧିକାର ପାଇଁ ସ୍ୱର ଉଠାଇଲେ ଐଶ୍ୱର୍ଯ୍ୟା ରାୟ; କହିଲେ 'ନିଜକୁ ଦୋଷ ଦିଅନି'
ଅଲଗା ଗଲେ, ଏକାଠି ଫେରିଲେ:
ଏହି କାର୍ଯ୍ୟକ୍ରମରେ ଐଶ୍ୱର୍ଯ୍ୟାଙ୍କୁ ଏକ କଳା ସୁଟ୍ରେ ଦେଖିବାକୁ ମିଳିଥିଲା। ସେ ସୁଟ୍ ସହିତ ଏକ ଫୁଲପକା ଡୁପାଟ୍ଟା ପକେଇଥିଲେ। ସେ ତାଙ୍କର ଲୁକ୍କୁ ଗାଢା ଲାଲ୍ ଲିପଷ୍ଟିକ୍ ସହିତ ସମାପ୍ତ କରିଥିଲେ। ଏହି ସମୟରେ ଅଭିଷେକ ବଚ୍ଚନଙ୍କୁ ବ୍ଲାକ୍ ହୁଡିରେ ଦେଖିବାକୁ ମିଳିଥିଲା। ସେହିପରି ଅମିତାଭ ବଚ୍ଚନ ଏକ ଧୂସର ରଙ୍ଗର ଜ୍ୟାକେଟ ପିନ୍ଧିଥିବାର ନଜର ଆସିଥିଲେ। ଯଦିଓ, ଐଶ୍ୱର୍ଯ୍ୟା ତାଙ୍କ କାର୍ରେ ଅଲଗା ଭାବେ ଆସିଥିଲେ, କିନ୍ତୁ ସମସ୍ତେ ଏକାଠି ଫେରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734687058.jpg)