Advertisment

ବଲିଉଡ୍‌ ଫିଲ୍ମ ମଧ୍ୟ କାହାଠାରୁ କମ୍ ନୁହେଁ: ଅଭିଷେକ ବଚ୍ଚନ

ଗୋଟିଏ ପରେ ଗୋଟିଏ ସାଉଥ ଫିଲ୍ମ ରିଲିଜ୍ ହେଉଥିବା ବେଳେ ରୋଜଗାରର ରେକର୍ଡ ମଧ୍ୟ ଭାଙ୍ଗୁଛି। ଏହି କାରଣରୁ ସାଉଥ୍‌ ଇଣ୍ଡଷ୍ଟ୍ରିକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି। ଅଭିଷେକ ବଚ୍ଚନ ଏହାକୁ ନେଇ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତୀୟ ସିନେମା ବର୍ତ୍ତମାନ ଏକ ଭଲ ସମୟ ଦେଇ ଗତି କରୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Abhishek Bachchan does not believe in term of pan India film

Abhishek Bachchan does not believe in term of pan India film

ଆଜିକାଲି ଭାରତୀୟ ସିନେମାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପୂର୍ବରୁ ଯେତେବେଳେ ପ୍ରେକ୍ଷାଳୟଗୁଡିକରେ ବଲିଉଡ୍‌ ଫିଲ୍ମ ହ‍ଇଚଇ ଖେଳଉଥିଲା, କିନ୍ତୁ ବର୍ତ୍ତମାନ ସାଉଥ ଫିଲ୍ମ ସେହି ସ୍ଥାନ ନେଇଗଲାଣି। ଗୋଟିଏ ପରେ ଗୋଟିଏ ସାଉଥ ଫିଲ୍ମ ରିଲିଜ୍ ହେଉଥିବା ବେଳେ ରୋଜଗାରର ରେକର୍ଡ ମଧ୍ୟ ଭାଙ୍ଗୁଛି।

Advertisment

ଏହି କାରଣରୁ ସାଉଥ୍‌ ଇଣ୍ଡଷ୍ଟ୍ରିକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଅଭିଷେକ ବଚ୍ଚନ ଏହାକୁ ନେଇ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତୀୟ ସିନେମା ବର୍ତ୍ତମାନ ଏକ ଭଲ ସମୟ ଦେଇ ଗତି କରୁଛି।

ଅଭିଷେକ ବଚ୍ଚନ କହିଛନ୍ତି ଯେ “ମୁଁ କେବେ ବି ଫିଲ୍ମକୁ ଏହିପରି ଭାବେ ବିଭାଜନ କରି ନାହିଁ। ଏହା ମୋ ପାଇଁ ବହୁତ ସରଳ ଯେ ଯେଉଁ ଫିଲ୍ମର ବିଷୟବସ୍ତୁ ଭଲ ହେବ ତାହା ଭଲ ପ୍ରଦର୍ଶନ କରିବ ଏବଂ ଯାହାର ବିଷୟବସ୍ତୁ ଖରାପ ହେବ ସେ ଫିଲ୍ମ ଚାଲିବ ନାହିଁ।

Advertisment

ଖରାପ ଫିଲ୍ମ ଏହାର ବିଷୟବସ୍ତୁକୁ ନେଇ ସମାଲୋଚିତ ହୁଏ। ତେବେ ଅଭିଷେକ ବଚ୍ଚନ ବଲିଉଡ୍‌ ଫିଲ୍ମ ‘ଗଙ୍ଗୁବାଇ କାଥିଆୱାଡି’ ଏବଂ ‘ସୂର୍ଯ୍ୟବଂଶୀ’ର ଉଦାହରଣ ଦେଇ କହିଛନ୍ତି ଯେ ଏହି ଫିଲ୍ମଗୁଡ଼ିକ ଭଲ ଚାଲିଛି। ଯଦି ଫିଲ୍ମଟି ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୁଏ ତାହା ଏକ ଭଲ ଫିଲ୍ମ।

ଅଭିଷେକ ଆହୁରି କହିଛନ୍ତି ଯେ 'ମୁଁ ପ୍ୟାନ୍‌ ଇଣ୍ଡିଆ ସ୍ତର କ’ଣ କିଛି ବୁଝେ ନାଇଁ। ମୁଁ ଏହାକୁ ବିଶ୍ୱାସ କରେ ନାହିଁ। ଆମେ ଏକ ବଡ଼ ସିନେମାର ଅଂଶ। ମୁଁ ଆମର ସିନେମାକୁ ଭଲ ପାଏ ଏବଂ ଫିଲ୍ମଟି କେଉଁ ଭାଷାରେ ହୋଇଛି ସେଥିପ୍ରତି ମୋର ଧ୍ୟାନ ନଥାଏ। ଅଭିଷେକ ମଧ୍ୟ ସ୍ୱୀକାର କରିଛନ୍ତି ଯେ ବଲିଉଡ୍‌ ଫିଲ୍ମ ମଧ୍ୟ କାହାଠାରୁ କମ୍ ନୁହେଁ। ଅଭିଷେକ କହିଛନ୍ତି ଯେ “ଯଦି ଆପଣ ମୋତେ ଏହା କହିବାକୁ ଚାହାଁନ୍ତି ଯେ ହିନ୍ଦୀ ଫିଲ୍ମର ରିମେକ୍ ଦକ୍ଷିଣରେ ହେଉ ନାହିଁ? ହେଇ ପାରିବ। କିନ୍ତୁ ଏହା ମଧ୍ୟ ସତ ଯେ ଆମେ ବିଭିନ୍ନ ଭାଷାରେ କାମ କରୁଥିଲେ ବି ଗୋଟିଏ ହିଁ ଫିଲ୍ମ ଇଣ୍ଡଷ୍ଟ୍ରିର ଅଂଶ।”

ଅଭିଷେକ ବଚ୍ଚନଙ୍କୁ ଶେଷ ଥର ପାଇଁ 'ଦସୱୀ'ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଅଭିନେତାଙ୍କ ସହ ନିମରତ କୌର ଏବଂ ୟାମି ଗୌତ୍ତତମଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଅଭିଷେକଙ୍କ ହରିୟାଣୀ ଷ୍ଟାଇଲକୁ ପ୍ରଶଂସକମାନେ ଭଲ ପାଉଥିଲେ। ଏହି ଫିଲ୍ମରେ ଅଭିଶେଷ ଜଣେ ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର ଆସିଥିଲେ, ଯେଉଁଥିରେ ସେ ଦୁର୍ନୀତି ଅଭିଯୋଗରେ ଜେଲ୍‌ରେ ଥିଲେ। ଏହି ଫିଲ୍ମରେ ନିମରତ କୌର ଅଭିଷେକ ବଚ୍ଚନଙ୍କ ପତ୍ନୀ ଭୂମିକାରେ ଏବଂ ୟାମି ଗୌତମ ପୋଲିସ ଭୂମିକାରେ ଅଭିନୟ କରିଥିଲେ।

Bollywood Abhishek Bachchan
Advertisment
Advertisment