Advertisment

Aashram: ଘୋଷଣା ହେଲା ‘ଆଶ୍ରମ’ର ସିଜନ୍ ୩ର ପାର୍ଟ ୨; ପୁଣି ଥରେ ବବିଙ୍କ ନିରାଲା ବାଲା ଷ୍ଟାଇଲ୍

‘ଆଶ୍ରମ ୩’ ର ପାର୍ଟ ୨ର ଟିଜରରେ ବବି ଦେଓଲଙ୍କ ବାବା ନିରାଲା ବାଲା ଷ୍ଟାଇଲ୍ ପୁଣି ଥରେ ଦେଖିବାକୁ ମିଳିବ, ଯାହା ଅତ୍ୟନ୍ତ ଭୟଙ୍କର ହେବ। ତେବେ ଟିଜରକୁ ଦେଖିଲେ ଏହା କୁହାଯାଇପାରେ ଯେ ‘ଆଶ୍ରମ ୩’ ର ପାର୍ଟ ୨ ରେ ପମୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଅଦ୍ୟତନ ହୋଇଛି
Aashram season 3 part 2 release timeline set for februrary

Aashram season 3 part 2 release timeline set for februrary

Advertisment

ବବି ଦେଓଲଙ୍କ ବହୁଚର୍ଚ୍ଚିତ ୱେବ୍ ସିରିଜ୍ ସିଜନ୍ ‘ଆଶ୍ରମ’ର ସିଜନ୍ ୩ର ପାର୍ଟ ୨ ଘୋଷଣା କରାଯାଇଛି। ତାଙ୍କର ଏହି ସିରିଜ୍ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି ଏବଂ ପ୍ରଶଂସକମାନେ ‘ଆଶ୍ରମ ୩’ ର ପାର୍ଟ ୨ କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏକ ଦମଦାର ଟିଜର ସହିତ ଏହି ସିରିଜ୍ ଘୋଷଣା କରାଯାଇଛି।

Advertisment

‘ଆଶ୍ରମ ୩’ ର ପାର୍ଟ ୨ର ଟିଜରରେ ବବି ଦେଓଲଙ୍କ ବାବା ନିରାଲା ବାଲା ଷ୍ଟାଇଲ୍ ପୁଣି ଥରେ ଦେଖିବାକୁ ମିଳିବ, ଯାହା ଅତ୍ୟନ୍ତ ଭୟଙ୍କର ହେବ। ତେବେ ଟିଜରକୁ ଦେଖିଲେ ଏହା କୁହାଯାଇପାରେ ଯେ ‘ଆଶ୍ରମ ୩’ ର ପାର୍ଟ ୨ ରେ ପମୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ତେବେ ‘ଆଶ୍ରମ ୩’ ର ପାର୍ଟ ୨ର ଟିଜର ବାବା ନିରାଲାଙ୍କ ଠାରୁ ଆରମ୍ଭ ହୋଇଛି। ଏଥିରେ ବବି ଦେଓଲ, ଯିଏକି ତାଙ୍କ ଭକ୍ତମାନଙ୍କ ସହିତ ବସିଥିବାର ଦେଖାଯାଏ। ଟିଜରରେ ବାବା ନିରାଲାଙ୍କ କ୍ଷମତାକୁ ପୁନର୍ବାର ଆସିବା, ତାଙ୍କ ଅନୁଗାମୀମାନଙ୍କର ଅତୁଟ ବିଶ୍ୱାସ ଏବଂ ଆଶ୍ରମ ମଧ୍ୟରେ ଅଶାନ୍ତର ଝଲକ ଦେଖିବାକୁ ମିଳେ।

Advertisment

ଅଧିକ ପଢ଼ନ୍ତୁ: ଛାବାରୁ ହଟିବ ଡ୍ୟାନ୍ସ ସିନ, ଘୋଷଣା କଲେ ନିର୍ଦ୍ଦେଶକ

ସେହିପରି ପୂରା ସିରିଜ୍‌ରେ ପମୀ ବାବା ନିରାଲା ଏବଂ ଭୋପା ସ୍ୱାଙ୍କ ସହ ସହ ଏକ ବଡ଼ ଖେଳ ଖେଳୁଥିବା ଦେଖିବାକୁ ମିଳିବ। ଟିଜରରେ ୱେବ୍ ସିରିଜର ସମସ୍ତ ଚରିତ୍ରଙ୍କୁ ପ୍ରଦର୍ଶିତ କରାଯାଇଛି।

Advertisment

ଏହି ସିଜିନ୍‌ରେ ପମୀ ବାବା ନିରାଲାଙ୍କ ଚରିତ୍ରରେ ଅଭିନୟ କରୁଥିବା ବବି ଦେଓଲଙ୍କଠାରୁ ପ୍ରତିଶୋଧ ନେବାକୁ ପ୍ରସ୍ତୁତ। ଗତ ସିଜିନରେ, ଦେଖାଯାଇଥିଲା ଯେ ବାବା ନିରାଲା ଏବଂ ଭୋପା ସ୍ୱାମୀ କ୍ଷମତା ଏବଂ ଟଙ୍କାର ବ୍ୟବହାର କରି କୋର୍ଟର ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ।

ଏହା ପରେ ପୀଡିତା ପମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଜେଲ୍‌ ପଠାଯାଇଥିଲା। ଜେଲରେ ଥିବାବେଳେ ପମୀଙ୍କର ଅସୁସ୍ଥ ମା’ଙ୍କର ମୃତ୍ୟୁ ହୋଇଛି। ଏହି ସୁଯୋଗ ନେଇ ବାବା ନିରାଲା ତାଙ୍କୁ ଏକାକୀ ଭେଟିବା ପାଇଁ ଜେଲ୍‌ରେ ଏକ ସତସଙ୍ଗର ଆୟୋଜନ କରିଥିଲେ। ତା’ପରେ ସେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ପ୍ରତ୍ୟାହାର କରି ଆଶ୍ରମକୁ ଡାକିଥିଲେ।

ଏହା ପରେ ପମୀ ବାବା ନିରାଲାଙ୍କଠାରୁ ପ୍ରତିଶୋଧ ନେବାକୁ ପ୍ରତିଶୋଧ ନିଆଁରେ ଜଳେ। ଏହି କାରଣରୁ, ସେ ବାବାଙ୍କ ନିକଟତର ହେବା ପାଇଁ ଭୋପା ସ୍ୱାମୀଙ୍କୁ ନିଜ ପ୍ରେମ ଜାଲରେ ପକାଏ। ଯାହାଫଳରେ ବାବା ନିରାଲା ଏବଂ ଭୋପା ସ୍ୱାମୀ ମଧ୍ୟରେ ମତଭେଦ ସୃଷ୍ଟି ହୁଏ। ତେବେ ଏହି ସିଜିନ୍‌ରେ ପମୀ ବାବାଙ୍କଠାରୁ ପ୍ରତିଶୋଧ ନେବାରେ ସଫଳ ହେବ କି ନାହିଁ ତାହା ସିରିଜ୍ ହିଁ କହିବ।

ଅଧିକ ପଢ଼ନ୍ତୁ: ଖୁବଶୀଘ୍ର ଫେରୁଛି ନବେ ଦଶକର ସୁପରହିରୋ 'ଶକ୍ତିମାନ', ସାମନାକୁ ଆସିଲା ଟିଜର

Web Series Bobby Deol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ