Advertisment

ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବ, ‘ଆଶ୍ରମ ୩’ ରିଲିଜ୍ ହେବ

ୱେବ୍ ସିରିଜ୍ 'ଆଶ୍ରମ'ର ପୂର୍ବ ଦୁଇଟିଯାକ ସିଜିନ୍‌କୁ ଲୋକେ ପସନ୍ଦ କରିଥିବା ବେଳେ ଏବେ ସିରିଜ୍‌ର ତୃତୀୟ ସିଜିନ୍‌କୁ ରହିଛି ଅପେକ୍ଷା। ଅନେକ ବାଦ ବିବାଦ ପରେ ବି ଏହା ରିଲିଜ୍ ହେବାକୁ ଯାଉଛି। ଆଜି ଟିଜର୍ ରିଲିଜ୍ ହୋଇଥିବା ବେଳେ କାଲି ରିଲିଜ୍ ହେବ ଟ୍ରେଲର୍

author-image
Pramod Behera
ଅଦ୍ୟତନ ହୋଇଛି
Aashram 3 teaser out trailer to be released tomorrow

Aashram 3 teaser out trailer to be released tomorrow

ବଲିଉଡ୍‌ ଅଭିନେତା ବବି ଦେଓଲ ହୁଏତ ତାଙ୍କ ଫିଲ୍ମ ଦ୍ୱାରା ଦର୍ଶକଙ୍କୁ ଅଧିକ ପ୍ରଭାବିତ କରିପାରି ନଥିବେ, କିନ୍ତୁ ତାଙ୍କ ଧାରାବାହିକ ‘ଆଶ୍ରମ’ ମାଧ୍ୟମରେ ସେ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଛନ୍ତି। ଲୋକମାନେ ତାଙ୍କ ୱେବ୍ ସିରିଜ୍ 'ଆଶ୍ରମ'ର ପୂର୍ବ ଦୁଇଟିଯାକ ସିଜିନ୍‌କୁ ପସନ୍ଦ କରିଛନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ ଏହି ସିରିଜ୍‌ର ତୃତୀୟ ସିଜିନ୍‌କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଦର୍ଶକଙ୍କ ଏହି ଅପେକ୍ଷାକୁ ଶେଷ କରି ଶୋ’ର ନିର୍ମାତା ଆଶ୍ରମର ତୃତୀୟ ସିଜିନ୍‌ର ଟିଜର୍‌ ରିଲିଜ୍ କରିଛନ୍ତି। ଏହା ସହିତ ନିର୍ମାତା ସିରିଜ୍‌ର ଟିଜରର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି।

Advertisment

କିଛି ସମୟ ପୂର୍ବରୁ ମୁକ୍ତିଲାଭ କରିଥିବା ସିରିଜ୍‌ର ଏହି ଟିଜର୍‌ରେ ବବି ଦେଓଲ ଆଉ ବାବା ବେଶରେ ତାଙ୍କ ଆଶ୍ରମରେ ଲୋକମାନଙ୍କ ସହିତ ନଜର ଆସିଛନ୍ତି। ଏହି ୧ ମିନିଟ୍ ୧୧ ସେକେଣ୍ଡ୍ ଭିଡିଓରେ, ଲୋକମାନେ ତାଙ୍କ ନାମରେ ସ୍ଲୋଗାନ ଦେଉଥିବାର ନଜର ଆସିଛନ୍ତି। ସିରିଜ୍‌ର ଟିଜରକୁ ରିଲିଜ୍ କରି MX ପ୍ଲେୟାର ଏହାର ଟ୍ରେଲର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛି। ବବି ଦେଓଲଙ୍କ ଏହି ବହୁ ପ୍ରତୀକ୍ଷିତ ସିରିଜ୍‌ର ଟ୍ରେଲର୍‌ ଆସନ୍ତାକାଲି ଅର୍ଥାତ୍ ମେ ୧୩ ରେ ମୁକ୍ତିଲାଭ କରିବ। ନୂଆ ସିଜିନ୍‌ରେ ବାବା ନିରଲାଙ୍କ ନୂଆ କାରନାମା ଏବଂ ଆକର୍ଷଣୀୟ ମୋଡ଼ ପାଇଁ ଦର୍ଶକମାନେ ବହୁତ ଆଗ୍ରହୀ।

ଏହି ଧାରାବାହିକର ଟିଜର ରିଲିଜ୍ ବିଷୟରେ ସୂଚନା ଦେଇ ‘ଆଶ୍ରମ’ ଫେମ୍ ଅଭିନେତା ବବି ଦେଓଲ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ ଶେୟାର କରିଛନ୍ତି। ଏହି ଧାରାବାହିକର ଟିଜର ଭିଡିଓ ଶେୟାର କରିବାବେଳେ ଅଭିନେତା କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ, “ବର୍ତ୍ତମାନ ଅପେକ୍ଷାର ସମାପ୍ତ ହେବ, ପୁଣି ଖୋଲିବ ଆଶ୍ରମର ଦ୍ୱାର। ଜପ୍ ନାମ୍‌ ଏକ ବଦନାମ୍‌… ଆସନ୍ତାକାଲି ଆସିବ ‘ଆଶ୍ରମ ୩’ର ଟ୍ରେଲର୍‌!” ଏହା ପୂର୍ବରୁ ‘ଆଶ୍ରମ ୩’ର ମୋସନ୍ ପୋଷ୍ଟର୍‌ ରିଲିଜ୍ କରାଯାଇଥିଲା, ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ବର୍ତ୍ତମାନ ସିରିଜ୍‌ର ଟ୍ରେଲର୍‌ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ମୁକ୍ତିଲାଭ କରିବ।

Advertisment

ସିରିଜ୍‌ର ତୃତୀୟ ଭାଗ ବିଷୟରେ କହିବାକୁ ଗଲେ ଏଥିରେ ଦର୍ଶକମାନେ ଈଶା ଗୁପ୍ତାଙ୍କୁ ମଧ୍ୟ ଦେଖିବେ। ଏହି ଧାରାବାହିକରେ ବାବା ନିରାଲାଙ୍କ ଚରିତ୍ରରେ ଅଭିନୟ କରିଥିବା ବବି ଦେଓଲ ଲୋକଙ୍କୁ ଆଶ୍ରମ ସହିତ ଜଡିତ ହେବା ପାଇଁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିବ। ଡ୍ରଗ୍ସ, ବଳାତ୍କାର ଏବଂ ରାଜନୀତିକୁ ନେଇ ଏହି ସିରିଜ୍‌ର କାହାଣୀ ଗତି କରୁଛି। ଟିଜର୍‌ ରିଲିଜ୍ ପରେ ପ୍ରଶଂସକମାନେ ଏହାର ଟ୍ରେଲର୍‌ ଏବଂ ପରେ ସିରିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ସିରିଜ୍ ବିଷୟରେ କହିବାକୁ ଗଲେ, ଏହି ସୁପର୍‌ହିଟ୍ ୱେବ୍ ସିରିଜ୍ ୨୦୨୦ ମସିହାରେ ଆରମ୍ଭ ହୋଇଥିଲା। ଏହି ଧାରାବାହିକକୁ ଦର୍ଶକମାନେ ଖୁବ ଭଲ ପାଇବା ଦେଇଛନ୍ତି। ଏହି ଧାରାବାହିକଟି ପ୍ରସିଦ୍ଧ ନିର୍ଦ୍ଦେଶକ ପ୍ରକାଶ ଝା’ଙ୍କ ଦ୍ୱାରା ନିର୍ଦ୍ଦେଶିତ। ବବି ଦେଓଲଙ୍କ ବ୍ୟତୀତ 'ଭୂପା ସ୍ୱାମୀ' ଭୂମିକାରେ ଚନ୍ଦନ ରୟ, 'ପୋଲିସ୍' ଭୂମିକାରେ ଦର୍ଶକ କୁମାର, 'ବାବିତା'ର ଚରିତ୍ରରେ ତ୍ରିଧା ଚୌଧୁରୀ ଓ ‘ପମ୍ମି' ଚରିତ୍ରରେ ଆଦିତିଙ୍କ ଭଳି ତାରକାଙ୍କୁ ଦେଖିବାକୁ ମିଳିଥିଲା।

Web Series Ashram 3
Advertisment
Advertisment