Advertisment

ଆମିର ଖାନଙ୍କ ଝିଅ ଆଇରାଙ୍କ ସହ ନୁପୁର ଶିଖରଙ୍କ ଏନ୍‌ଗେଜ୍‌ମେଣ୍ଟ୍‌

ଅଭିନେତା ଆମିର ଖାନଙ୍କ ଝିଅ ଆଇରା ଖାନଙ୍କ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କ ସହ ନିର୍ବନ୍ଧ ହୋଇଯାଇଛି। ସେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଏହାର ଫଟୋ ଶେୟାର କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Aamir Khan daughter Ira Khan shares engagement photos with boyfriend

Aamir Khan daughter Ira Khan shares engagement photos with boyfriend

ଆମିର ଖାନଙ୍କ ଝିଅ ଆଇରା ଖାନଙ୍କ ଶୁକ୍ରବାର ଦିନ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କ ସହ ନିର୍ବନ୍ଧ ହୋଇଯାଇଛି। ସେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଏହାର ଫଟୋ ଶେୟାର କରିଛନ୍ତି। ଏହି ଅବସରରେ ଆଇରା ନାଲି ରଙ୍ଗର ଷ୍ଟ୍ରାପ୍‌ଲେସ୍ ଗାଉନ୍ ପିନ୍ଧିଥିବାବେଳେ ନୁପୁର ଏକ ନୀଳ ରଙ୍ଗର ସୁଟ୍‌ରେ ନଜର ଆସିଥିଲେ।

Advertisment

ସେ ଇନଷ୍ଟା ଷ୍ଟୋରୀରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଦୁଇ ହାତରେ ଖୋଲା ରିଙ୍ଗ ବାକ୍ସ ଧରି ପରସ୍ପର ସାମ୍ନାରେ ଠିଆ ହୋଇଛନ୍ତି। ପୃଷ୍ଠଭୂମିରେ ଏକ ପୁରୁଣା ଇଟା କାନ୍ଥ ଦେଖିବାକୁ ମିଳେ, ଏହାକୁ ଫୁଲରେ ସଜାଯାଇଛି। ଏଠାରେ ସେ ଅନେକ ସାଙ୍ଗମାନଙ୍କ ସହିତ ଭିନ୍ନ ଭିନ୍ନ ପୋଜ୍ ଦେଉଥିବା ଦେଖାଯାଏ।

ଆଇରା ଖାନ ଏବଂ ନୁପୁର କିଛି ବର୍ଷ ହେବ ପରସ୍ପରଙ୍କୁ ଡେଟ୍ କରୁଥିଲେ। ଘନିଷ୍ଠ ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ଶୁକ୍ରବାର ମୁମ୍ବାଇରେ ସେମାନଙ୍କର ଏକ ଏନଗେଜମେଣ୍ଟ ପାର୍ଟି ଅନୁଷ୍ଠିତ ହୋଇଛି। ଏହି ପାର୍ଟିରେ ଆଇରାଙ୍କ ପରିବାରର ଆମିର ଖାନ ଏବଂ ରୀନା ଦତ୍ତା, ଆମିରଙ୍କ ଦ୍ୱିତୀୟ ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ତାଙ୍କ ପୁଅ ଆଜାଦ ରାଓ ଖାନ, ଆମୀରଙ୍କ ଭଣଜା ଇମ୍ରାନ ଖାନ୍‌, ମାତା ନିଖତ ଖାନ ଏବଂ ଝିଅ ଇମାରା, ସମ୍ପର୍କୀୟ ଭାଇ ମନସୁର ଖାନ ଏବଂ ମା’ ଜିନତ ହୁସେନ ନଜର ଆସିଥିଲେ।

Advertisment

ଏହି ପାର୍ଟିରେ ଆମିର ଓ ମନ୍‌ସୁର୍‌ଙ୍କ ୧୯୮୮ର ଫିଲ୍ମ ‘କୟାମତ୍ ସେ କୟାମତ୍ ତକ୍’ର ଗୀତ ‘ପାପା କହତେ ହୈ’ର ତାଳେ ତାଳେ ଲୋକମାନେ ଝୁମିଥିଲେ। ପ୍ରକାଶଥାଉ ଯେ ନୁପୁର ସେପ୍ଟେମ୍ବରରେ ଆଇରାଙ୍କୁ ପ୍ରପୋଜ୍ କରିଥିଲେ। ସେ ଏକ ସ୍ପୋର୍ଟ୍ସ ଇଭେଣ୍ଟରେ ଆଇରାଙ୍କ ସାମ୍ନାରେ ଆଣ୍ଠେଇ ତାଙ୍କୁ ମୁଦି ପିନ୍ଧେଇ ପ୍ରପୋଜ୍ କରିଥିଲେ। ଏହାକୁ ନେଇ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସୁନ୍ଦର ଭିଡିଓ ଶେୟାର କରିଛନ୍ତି।

Bollywood Aamir Khan
Advertisment
Advertisment