Advertisment

70th National Film Awards: ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଋଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା, ଦମନ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ୟଶ୍‌ଙ୍କ ଫିଲ୍ମ 'କେଜିଏଫ୍ ୨' ଏବଂ ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ଜାତୀୟ ପୁରସ୍କାର ପାଇଛି। ମାଲାୟାଲମ୍ ଚଳଚ୍ଚିତ୍ର 'ଅଟ୍ଟମ୍' ଶ୍ରେଷ୍ଠ ଫିଚର୍ ଫିଲ୍ମ ପୁରସ୍କାର ଲାଭ କରିଛି। ଯେଉଁଠାରେ ଋଷଭ ଶେଟ୍ଟୀ, ନିତ୍ୟା ମେନେନ ଏବଂ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆଖ୍ୟା ପାଇଛନ୍ତି।

ଅଦ୍ୟତନ ହୋଇଛି
70th National Film Awards 2024 Announced Odia Movie

70th National Film Awards

Advertisment

ଆଜି ଚଳଚ୍ଚିତ୍ର ଜଗତ ପାଇଁ ଏକ ବିଶେଷ ଦିନ। ଆଜି ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏହି ଅବଧିରେ ସାଉଥ୍ ଷ୍ଟାର୍ ୟଶ୍‌ଙ୍କ ଫିଲ୍ମ 'କେଜିଏଫ୍ ୨' ଏବଂ ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ଜାତୀୟ ପୁରସ୍କାର ପାଇଛି। ମାଲାୟାଲମ୍ ଚଳଚ୍ଚିତ୍ର 'ଅଟ୍ଟମ୍' ସର୍ବାଧିକ ପୁରସ୍କାର ଲାଭ କରିଛି। ଯେଉଁଠାରେ ଋଷଭ ଶେଟ୍ଟୀ, ନିତ୍ୟା ମେନେନ ଏବଂ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆଖ୍ୟା ପାଇଛନ୍ତି।

Advertisment

ଅଧିକ ପଢନ୍ତୁ : 'ସ୍ତ୍ରୀ ୨' ରିଲିଜ୍ ନ ହେଉଣୁ କଲାଣି ହଲ୍‌ଚଲ୍; ରୋଜଗାରରେ ଭାଙ୍ଗିଲାଣି ରେକର୍ଡ

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର:

୨୦୨୨-୨୦୨୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡିକୁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ଆଜି ଅର୍ଥାତ୍ ୧୬ ଅଗଷ୍ଟରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 'କାନ୍ତାରା' ଚଳଚ୍ଚିତ୍ର ପାଇଁ ଋଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ପାଇଛନ୍ତି। ୨୦୨୨ରେ ଋଷଭ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତାରା' ମୁକ୍ତିଲାଭ କରିଥିଲା।

Advertisment
70th National Film Awards
'କାନ୍ତାରା' ଚଳଚ୍ଚିତ୍ର ପାଇଁ ଋଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ପାଇଛନ୍ତି

ସେହିପରି ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ବ୍ଲକବଷ୍ଟର ଫିଲ୍ମ 'କେଜିଏଫ୍‌' ଦୁଇଟି ଶ୍ରେଣୀରେ ପୁରସ୍କାର ଗ୍ରହଣ କରିଛି। ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ପାଇଁ ପ୍ରୀତମ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରେଷ୍ଠ ଅଭିନେତା ବର୍ଗ ପାଇଁ ବିକ୍ରାନ୍ତ ମୈସୀ, ମମୁଟି ଏବଂ ଋଷଭ ଶେଟ୍ଟୀଙ୍କ ନାମ ଚର୍ଚ୍ଚାରେ ରହିଛି।

Advertisment

ଅଧିକ ପଢନ୍ତୁ : Emergency Trailer: ରିଲିଜ୍ ହେଲା ‘ଏମର୍‌ଜେନ୍ସୀ’ ଟ୍ରେଲର; ଜରୁରୀକାଳୀନ ପରିସ୍ଥିତିର ଭୟଙ୍କର ଦୃଶ୍ୟ ଦେଖାଇବାକୁ ଆସୁଛନ୍ତି କଙ୍ଗନା

ତାମିଲ ସିନେମା 'ତିରୁଚିତ୍ରାମ୍ବଲମ୍' ପାଇଁ ନିତ୍ୟା ମେନନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଏବଂ ମାନସୀ ପାରେଖ ଗୁଜୁରାଟୀ ଚଳଚ୍ଚିତ୍ର 'କଚ୍ଛଏକ୍ସପ୍ରେସ' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଲାଭ କରିଛନ୍ତି। ସେହିପରି ଫିଲ୍ମ ‘ଗୁଲମୋହର’ ପାଇଁ ମନୋଜ ବାଜପେୟୀଙ୍କୁ ବିଶେଷ ପୁରସ୍କାର ମିଳିଛି।

ସେହିପରି ଫିଲ୍ମ ‘କଚ୍ଛ ଏକ୍ସପ୍ରେସ୍’ ପାଇଁ ନିକି ଜୋଶୀଙ୍କୁ ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର, ଫିଲ୍ମ 'ମଲ୍ଲିକାପୁରମ୍' ପାଇଁ ଶ୍ରୀପଥଙ୍କୁ ଶ୍ରେଷ୍ଠ ଶିଶୁ କଳାକାର, ଫିଲ୍ମ ‘କଚ୍ଛ ଏକ୍ସପ୍ରେସ୍’କୁ ଶ୍ରେଷ୍ଠ ଫିଚର ଫିଲ୍ମ (ଜାତୀୟ, ସାମାଜିକ ଏବଂ ପରିବେଶ ମୂଲ୍ୟବୋଧର ପ୍ରଚାର ପାଇଁ), ଫିଲ୍ମ ‘ଗୁଲମୋହର’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର, ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ‘ଭାଲଭି’କୁ ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର, ‘କାର୍ତ୍ତିକେୟ- ୨’କୁ ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

70th National Film Awards
‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

ଗତ ବର୍ଷ କିଏ ଏହି ପୁରସ୍କାର ଜିତିଥିଲେ:

ପ୍ରକାଶଥାଉ ଯେ, ୨୦୨୩ମସିହାରେ, ଅଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଜାତୀୟ ପୁରସ୍କାର ପାଇଥିଲେ। ତାଙ୍କ ଚଳଚ୍ଚିତ୍ର 'ପୁଷ୍ପା: ଦି ରାଇଜ୍' ପାଇଁ ଅଲୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏଥି ସହିତ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଆଲିଆ ଭଟ୍ଟଙ୍କୁ 'ଗଙ୍ଗୁବାଇ କାଠିଆୱାଡି' ଏବଂ କୃତି ସାନନ୍ 'ମିମି' ପାଇଁ ପୁରସ୍କାର ପାଇଥିଲେ।

ଅଧିକ ପଢନ୍ତୁ : ସଞ୍ଜୟ ଦତ୍ତଙ୍କୁ ବଡ ଝଟ୍‌କା… ବ୍ରିଟେନ ଦେଲା ଧୋକା; ଏମିତି ପ୍ରତିକ୍ରିୟା ଦେଲେ ଅଭିନେତା

କାହା ଦ୍ୱାରା ହୁଏ ଆୟୋଜିତ:

୧୯୫୪ ମସିହାରେ ଫିଲ୍ମ ପାଇଁ ଜାତୀୟ ପୁରସ୍କାର ଆରମ୍ଭ ହୋଇଥିଲା। ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବର୍ଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଭିନ୍ନ ବର୍ଗରେ ଦିଆଯାଏ। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରତିବର୍ଷ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ହୋଇଥାଏ।

Bollywood Ollywood National Film Awards Tollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ