Advertisment

ଶ୍ରୁତି ହାସନଙ୍କ ପ୍ରେମ ଖେଳ; ତାଲିକାରେ ୬ଜଣ ସେଲିବ୍ରେଟି

ଗ୍ଲାମର ଦୁନିଆର ପ୍ରେମ ଖେଳ କିଛି ନୂଆ କଥା ନୁହେଁ। ସେ ନାୟକ ହୁଅନ୍ତୁ କି ନାୟିକା ପ୍ରେମିକ-ପ୍ରେମିକା ବଦଳାଇବା ଏକ ଟ୍ରେଣ୍ଡ୍ ହୋଇଯାଇଛି। ଏବେ ଏମିତି ଜଣେ ନାୟିକାଙ୍କ କଥା କହିବା ଯାହାଙ୍କ ପ୍ରେମିକ ତାଲିକାରେ ୬ ଜଣ ଲୋକ ଆସିଲେଣି।

author-image
Pramod Behera
ଅଦ୍ୟତନ ହୋଇଛି
Shruti Haasan Relationships

6 men in shruti haasan life from suresh raina and naga chaitanya

ଯେତେବେଳେ ଗ୍ଲାମର୍ ଦୁନିଆର ବିନ୍ଦାସ୍ ଲେଡିଙ୍କ କଥା ଆସେ ସେତେବେଳେ ଶ୍ରୁତି ହାସନଙ୍କ ନାଁ ନୟନତାରାଙ୍କ ପରେ ଆସେ। ସେ ସାଉଥ୍ ଗ୍ଲାମରସ୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ଯିଏ ଅଭିନୟ ସହିତ ନିଜର ଫ୍ୟାଶନ୍ ସେନ୍ସକୁ ନେଇ ବେଶ ଜଣାଶୁଣା। ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି।

Advertisment

ଆଜିକାଲି ଶ୍ରୁତି ଓ ଶାନ୍ତନୁ ହଜାରିକାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି। ଶାନ୍ତନୁଙ୍କ ସହ ଶ୍ରୁତି ମଧ୍ୟ ପ୍ରତିଦିନ କିଛି ନା କିଛି ଝଲକ ଶେୟାର କରନ୍ତି। କିନ୍ତୁ ହଜାରିକାଙ୍କ ପୂର୍ବରୁ ସେ କ୍ରିକେଟର୍‌ଙ୍କ ଠାରୁ ଆରମ୍ଭ କରି ଗାୟକ ଏବଂ ଅଭିନେତାଙ୍କୁ ମଧ୍ୟ ଡେଟ୍‌ କରିଛନ୍ତି। ତାଙ୍କ ନା’ ୬ ଜଣଙ୍କ ସହିତ ଜଡିତ। ଆସନ୍ତୁ ଜାଣିବା ତାଙ୍କ ପ୍ରମିକା ତାଲିକା।

ଶ୍ରୁତି-ସିଦ୍ଧାର୍ଥ:

Shrutee-and-Siddharth(ଶ୍ରୁତି-ସିଦ୍ଧାର୍ଥ ପ୍ରେମ ସମ୍ପର୍କ)

ଦିନେ ଶ୍ରୁତି ଓ ସିଦ୍ଧାର୍ଥଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ଥିଲା। ଏକ ବର୍ଷ ପାଇଁ ଡେଟିଂ କରିବା ପରେ, ଉଭୟଙ୍କ ୨୦୧୧ ମସିହାରେ ବ୍ରେକ୍ଅପ୍ ହୋଇଥିଲା। କୁହାଯାଏ ଯେ ଅଭିନେତ୍ରୀ ସିଦ୍ଧାର୍ଥଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ଏନେଇ ଅନେକ ଥର ସେ ବଲିଉଡ୍‌ରେ ଭଲ ଅଫରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଆଡଲ୍ଟ ଫଟୋ ଠାରୁ ଲିପ୍‌ଲକ୍‌ ପର୍ଯ୍ୟନ୍ତ ଶ୍ରୁତି ହାସନଙ୍କ ବଦନାମୀ

ଶ୍ରୁତି-ଧନୁଷ:

Shrutee-and-Dhanush(ଶ୍ରୁତି-ଧନୁଷ ପ୍ରେମ ସମ୍ପର୍କ)

ଶ୍ରୁତିଙ୍କ ନାମ ସୁପର୍‌ଷ୍ଟାର ଧନୁଷ ସହିତ ମଧ୍ୟ ଜଡିତ। କୁହାଯାଏ ଯେ ଧନୁଷ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘3’ ର ସୁଟିଂ ସମୟରେ ଅଭିନେତା ଶ୍ରୁତି ହାସନଙ୍କ ନିକଟତର ହୋଇଥିଲେ। ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା। କିନ୍ତୁ ପରେ ଐଶ୍ୱର୍ଯ୍ୟା ଏହାକୁ ଗୁଜବ କହି ପ୍ରତ୍ୟାଖାନ କରିଥିଲେ। ଶ୍ରୁତି ମଧ୍ୟ ତାଙ୍କ ନିରବତାକୁ ଭାଙ୍ଗି ଧନୁଷଙ୍କ ସହ ସମ୍ପର୍କକୁ ଗୁଜବ ବୋଲି କହିଥିଲେ।

ଶ୍ରୁତି-ନାଗା ଚୈତନ୍ୟ:

Shrutee-and-Naga-Chaitanya(ଶ୍ରୁତି-ନାଗା ଚୈତନ୍ୟ ପ୍ରେମ ସମ୍ପର୍କ)

ଶ୍ରୁତିଙ୍କ ଆଫେୟାର ତାଲିକାରେ ସାମନ୍ତାଙ୍କ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କ ନାମ ମଧ୍ୟ ରହିଛି, ଯିଏକି ବର୍ତ୍ତମାନ ତାଙ୍କ କ୍ୟାରିୟରର ଶିଖରରେ ଅଛନ୍ତି। ସାମନ୍ତାଙ୍କ ପୂର୍ବରୁ ଅଭିନେତା ୨୦୧୩ରେ ଶ୍ରୁତି ହାସନଙ୍କ ପ୍ରେମରେ ପଡିଥିଲେ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାରର ଏକ ରାତିରେ ଉଭୟ ପରସ୍ପରଙ୍କ ନିକଟତର ହୋଇଥିଲେ। ଖବର ଅନୁଯାୟୀ, ଅଭିନେତା ମଧ୍ୟ ଶ୍ରୁତିଙ୍କୁ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ କିଛି ଭୁଲ ବୁଝାମଣା ହେତୁ ଖୁବ୍ ଶୀଘ୍ର ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା।

ଶ୍ରୁତି-ସୁରେଶ ରାଇନା:

Shrutee-and-Suresh-Raina(ଶ୍ରୁତି-ନାଗା ଚୈତନ୍ୟ ପ୍ରେମ ସମ୍ପର୍କ)

କ୍ରିକେଟର ଏବଂ ଚଳଚ୍ଚିତ୍ର ତାରକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କିଛି ନୂଆ କଥା ନୁହେଁ। ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଠାରୁ ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲଙ୍କ ପର୍ଯ୍ୟନ୍ତ ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଯାଇଛି। ସେହିଭଳି ୨୦୧୪ରେ ଚାରିଆଡେ ଚର୍ଚ୍ଚା ହେଉଥିଲା ଯେ ପ୍ରସିଦ୍ଧ କ୍ରିକେଟର ସୁରେଶ ରାଇନା ଗ୍ଲାମରସ୍ ଅଭିନେତ୍ରୀ ଶ୍ରୁତି ହାସନଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି।

ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଆଇପିଏଲ୍ ପାର୍ଟୀରେ ସୁରେଶ ରାଇନାଙ୍କୁ ଭେଟିଥିଲେ। ସେତେବେଳେ ଉଭୟ ପରସ୍ପରର ନିକଟତର ହୋଇଥିଲେ। ପରେ ସେ ତାଙ୍କ ସୁରେଶଙ୍କ ସାଥୀ ହୋଇଗଲେ କାରଣା ସେ ଶ୍ରୁତିଙ୍କୁ ତାଙ୍କର 'ଲକୀ ମାସ୍କଟ୍' ବୋଲି ଭାବୁଥିଲେ।

ଶ୍ରୁତି-ମାଇକେଲ୍:

Shrutee-and-Michael(ଶ୍ରୁତି-ମାଇକେଲ୍ ପ୍ରେମ ସମ୍ପର୍କ)

ଲଣ୍ଡନରେ ଏକ କନ୍ସର୍ଟ ପାର୍ଟିରେ ମାଇକେଲ୍ ଏବଂ ଶ୍ରୁତି ସାକ୍ଷାତ ହୋଇଥିଲେ। ସେବେଠାରୁ ସେ ଦୀର୍ଘଦିନ ଲଣ୍ଡନସ୍ଥିତ ମାଇକେଲ୍‌ କର୍ସେଲଙ୍କ ସହ ସର୍ବସାଧାରଣରେ ଯୋଗଦେବାକୁ କେବେ ବି ପଛଘୁଞ୍ଚା ଦେଇ ନାହାଁନ୍ତି। ଯଦିଓ ଅଭିନେତ୍ରୀ ମାଇକେଲ୍‌ଙ୍କ ସହ ତାଙ୍କ ସମ୍ପର୍କକୁ ସର୍ବସାଧାରଣରେ ଗ୍ରହଣ କରିନାହାଁନ୍ତି, କିନ୍ତୁ ରୋମାଣ୍ଟିକ କ୍ୟାପ୍‌ସନ୍ ସହିତ ସେମାନଙ୍କର ଆକର୍ଷଣୀୟ ଇନଷ୍ଟାଗ୍ରାମ ଫଟୋ ସବୁ କୁହେ।

ଦୀର୍ଘ ଦିନ ଧରି ନିଜ ପ୍ରେମ ସମ୍ପର୍କକୁ ଗୁପ୍ତ ରଖିବା ପରେ ଶ୍ରୁତି ଶେଷରେ ପ୍ରକାଶ କରିଥିଲେ ଯେ ସେ ଡୁଡଲ୍‌ କଳାକାର ଶାନ୍ତନୁ ହଜାରିକାଙ୍କୁ ଡେଟ୍‌ କରୁଛନ୍ତି। ଜାନୁଆରୀ ୨୦୨୨ରେ ଅଭିନେତ୍ରୀ ଇନଷ୍ଟାଗ୍ରାମ୍‌ରେ ଟ୍ରେଣ୍ଡିଂ କପଲ୍ ଗେମ୍‌ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିବା ଏକ ଭିଡିଓ ଶେୟାର କରିଥିଲେ। ଭିଡିଓରେ ସେ ଶାନ୍ତନୁଙ୍କୁ ‘ଆଇ ଲଭ୍ ୟୁ’ ବୋଲି କହିଥିଲେ।

Bollywood Shruti Haasan
Advertisment
Advertisment