Advertisment

ବିବାଦ ପରେ ବି ରେକର୍ଡ; ବିରୋଧ ଭିତରେ ବି ଭଲ ରୋଜଗାର କରିଥିଲେ ଏହି ୫ ଫିଲ୍ମ

ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଦ କେରଳ ଷ୍ଟୋରୀ'କୁ ନେଇ ଅନେକ ବିବାଦ ଲାଗି ରହିଥିଲେ ବି ଏହା ଭଲ ରୋଜଗାର କରି ଚାଲିଛି। ତେବେ ଚଳଚ୍ଚିତ୍ର ଦୁନିଆରେ ଏଭଳି ଘଟଣା ନୂଆ ନୁହେଁ। ପୂର୍ବରୁ ଏମିତି ଅନେକ ଫିଲ୍ମ ବିବାଦ ପରେ ବି ଭଲ ରୋଜଗାର କରିଛି। ଆସନ୍ତୁ ଏମିତି ୫ଟି ଫିଲ୍ମ ଉପରେ ନଜର ପକେଇ ନେବା।

author-image
Pramod Behera
ଅଦ୍ୟତନ ହୋଇଛି
5 bollywood controversial movies whose release created a ruckus

5 bollywood controversial movies whose release created a ruckus

'ଦ କେରଳ ଷ୍ଟୋରୀ' ରିଲିଜ୍ ହେବା ପରେ ଖବରରେ ଛାଇଯାଇଛି। ଏହି ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ଫିଲ୍ମର ମୋଟ ଆୟ ୮୦.୮୬ କୋଟି ଟଙ୍କା ହୋଇସାରିଛି। ଅନେକ ଏହି ଫିଲ୍ମର କାହାଣୀ ଉପରେ ପ୍ରଶ୍ନ ଉଠାଇ ଏହାକୁ ବ୍ୟାନ୍ କରିବାକୁ ଦାବି କରୁଥିବାବେଳେ ଆଉ କେତେକ ଏହି ଫିଲ୍ମକୁ ସମର୍ଥନ କରୁଛନ୍ତି ଏବଂ ଫିଲ୍ମ ଦେଖିବାକୁ ଅନୁରୋଧ କରୁଛନ୍ତି।

Advertisment

ତେବେ ଫିଲ୍ମକୁ ନେଇ ବାଦ ବିବାଦ ହେବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ଚଳଚ୍ଚିତ୍ର ବିବାଦରେ ଛନ୍ଦି ହୋଇଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବିବାଦ ପରେ ମଧ୍ୟ ଏହି ଫିଲ୍ମଗୁଡିକ ବକ୍ସ ଅଫିସ୍‌ରେ ଭଲ ରୋଜଗାର କରିଛି। ଆସନ୍ତୁ ସେଭଳି କିଛି ଫିଲ୍ମ ଉପରେ ନଜର ପକେଇବା।

ଦ କାଶ୍ମୀର ଫାଇଲ୍ସ:

'ଦ କେରଳ ଷ୍ଟୋରୀ' କୁ ନେଇ ସୋସିଆଲ ମିଡିଆରେ ଯେଉଁଭଳି ବିବାଦ ସୃଷ୍ଟି ହୋଇଛି, ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର 'ଦ କାଶ୍ମୀର ଫାଇଲ୍ସ'କୁ ନେଇ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଫିଲ୍ମଟି ରିଲିଜ୍‌ ହେବା ପରେ ବକ୍ସ ଅଫିସ୍‌ରେ ରେକର୍ଡ ସୃଷ୍ଟି କରିଥିଲା। ଏହି ଚଳଚ୍ଚିତ୍ର ପରେ ବର୍ତ୍ତମାନ 'ଦ କେରଳ ଷ୍ଟୋରୀ'କୁ ନେଇ ସମାନ ପରିବେଶ ସୃଷ୍ଟି ହୋଇଛି। ତଥାପି ଏହାର ରୋଜଗାର ବଢି ବଢି ଚାଲିଛି।

Advertisment

ପଠାନ:

ଶାହରୁଖ ଖାନଙ୍କ ଚଳଚ୍ଚିତ୍ର 'ପଠାନ' ରିଲିଜ ହେବା ପୂର୍ବରୁ ମଧ୍ୟ ବିବାଦ ଲାଗି ରହିଥିଲା। ଫିଲ୍ମର ଗୀତ 'ବେସରମ ରଙ୍ଗ୍‌...' ରିଲିଜ ହେବା ମାତ୍ରେ ବିବାଦର ଜାଲରେ ପଡିଥିଲା। ଏଥିସହିତ ଫିଲ୍ମକୁ ନେଇ ବିଭିନ୍ନ ସ୍ଥାନରେ ଏଫ୍‌ଆଇଆର୍‌ କରାଯାଇଥିଲା। ପରେ କିନ୍ତୁ ଯେତେବେଳେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା, ଦର୍ଶକ ଏହାକୁ ଖୁବ ଭଲ ପାଇବା ଦେଇଥିଲେ। ଏହି ଚଳଚ୍ଚିତ୍ର ୫୩୦ କୋଟିରୁ ଅଧିକ ରୋଜଗାର କରିଥିଲା।

ପଦ୍ମାବତ:

ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ପଦ୍ମାବତ ୨୦୧୮ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ରଣବୀର ସିଂହ, ସାହିଦ କପୁର ଏବଂ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଥିଲେ। ଏହି ଚଳଚ୍ଚିତ୍ରକୁ ଅନେକ ଦିନ ଧରି ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଏହାର ରିଲିଜ୍ ପୂର୍ବରୁ ଏହାର ଟାଇଟଲ୍ ଏବଂ ଗୀତକୁ ନେଇ ଅନେକ ଗଣ୍ଡଗୋଳ ହୋଇଥିଲା। ପୂର୍ବରୁ ଏହି ଚଳଚ୍ଚିତ୍ରର ଟାଇଟଲ୍ ‘ପଦ୍ମାବତୀ’ ଥିଲା କିନ୍ତୁ ବିରୋଧ ପରେ ଏହାର ଟାଇଟଲ୍ ‘ପଦ୍ମାବତ’କୁ ବଦଳାଯାଇଥିଲା।

ପିକେ:

୨୦୧୪ ମସିହାରେ ଆସିଥିବା ଆମୀର ଖାନଙ୍କ ବ୍ଲକ୍‌ବଷ୍ଟର୍‌ ଫିଲ୍ମ 'ପିକେ' ମଧ୍ୟ ଅନେକ ବିବାଦରେ ଛନ୍ଦି ହୋଇଥିଲା। ଧର୍ମକୁ ନେଇ ଭ୍ରାନ୍ତି ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା। ଅନେକ ସଂସ୍ଥା ଫିଲ୍ମର ପୋଷ୍ଟର ମଧ୍ୟ ପୋଡି ଥିଲେ। ଏହି ବିବାଦ ଭିତରେ ବି ଫିଲ୍ମ ‘ପିକେ’ ୭୦୦ କୋଟିରୁ ଅଧିକ ରୋଜଗାର କରି ବ୍ଲକ୍‌ବଷ୍ଟର୍‌ ଚଳଚ୍ଚିତ୍ର ତାଲିକାରେ ସାମିଲ୍ ହୋଇଥିଲା।

Bollywood PK The Kashmir Files
Advertisment
Advertisment