Advertisment

୫ଟି ବଡ଼ ଭୁଲ୍ ପାଇଁ ବକ୍ସ ଅଫିସ୍‌ରେ ପଛୁଆ ରହିଲା 'କିସି କା ଭାଇ କିସି କୀ ଜାନ'

ଫିଲ୍ମ୍ ରିଲିଜ୍‌ ହେବାର ଏକ ସପ୍ତାହ ଚାଲିଯାଇଥିଲେ ବି 'କିସି କା ଭାଇ କିସି କୀ ଜାନ' ଏହାର ମୂଳ ବଜେଟ୍‌କୁ ଛୁ‍ଇଁ ପାରିନି। ସଲମାନ ଖାନଙ୍କ ଏହି ଫିଲ୍ମ ବିଫଳତା ପଛରେ ରହିଛି ୫ଟି ବଡ କାରଣ। ଆସନ୍ତୁ ନଜର ପକେଇବା।

ଅଦ୍ୟତନ ହୋଇଛି
Kisi Ka Bhai Kisi Ki Jaan Box Office Collection

Salman Khan

Advertisment

ସଲମାନ ଖାନ ଏବଂ ପୂଜା ହେଗ୍‌ଡେ ଅଭିନୀତ 'କିସି କା ଭାଇ କିସି କୀ ଜାନ' ରିଲିଜ୍‌ ହେବାର ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ବକ୍ସ ଅଫିସରେ ଫିଲ୍ମର ଆୟ ମନ୍ଥର ଦେଖାଯାଉଛି। ଅନକ ଷ୍ଟାର୍‌ଙ୍କୁ ନେଇ ଫିଲ୍ମ ତିଆରି ହୋଇଥିଲେ ବି ଦର୍ଶକଙ୍କ ଉପରେ ପ୍ରଭାବ ପକେଇନି।

Advertisment

ପ୍ରାୟ ୧୫୦ କୋଟି ବଜେଟ୍‌ରେ ନିର୍ମିତ ଏହି ଚଳଚ୍ଚିତ୍ର ସାରା ଦେଶରେ ୪୫୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି, କିନ୍ତୁ ଏହା ପରେ ବି ଫିଲ୍ମ ଏହାର ମୂଳ ବଜେଟ୍‌ ମଧ୍ୟ ରୋଜଗାର କରିପାରି ନାହିଁ। ଫିଲ୍ମଟି ୧୦୦ କୋଟି କ୍ଲବ୍‌ରେ ଯୋଗଦେବା ଠାରୁ ବହୁ ଦୂରରେ ରହିଛି। ଫିଲ୍ମରେ ଏପରି ଅନେକ ତ୍ରୁଟି ଅଛି ଯାହା ଦର୍ଶକଙ୍କୁ ନିରାଶ କରିଛି। ତେବେ ଆସନ୍ତୁ ଏହି ତ୍ରୁଟିଗୁଡିକ କ’ଣ ଜାଣିନେବା।

ଲଜିକ୍:

ସଲମାନ ଖାନଙ୍କ ଏହି ଫିଲ୍ମରେ କୌଣସି ସ୍ଥାନରେ ବି ଲଜିକ୍‌ ଦେଖିବାକୁ ମିଳେନି। ସଲମାନ ଖାନ୍‌ ଙ୍କ କେବଳ ଗୋଟିଏ ଆଙ୍ଗୁଠିରେ ଉଠେଇନେବା, ତାଙ୍କ ଉପରେ କାର୍‌ ଚଢିଯିବା ଆଉ ସେ  ଉଠି ଠିଆ ହେବା ସବୁ କିଛି ଆଶ୍ଚର୍ଯ୍ୟଜନକ ଭଳି ଲାଗେ।

Advertisment

ଅଧିକ ପଢ଼ନ୍ତୁ: ନା ଚାଲିଲା ସଲମାନଙ୍କ ଯାଦୁ,ନା ରିମେକର ଫଣ୍ଡା..‘କିସି କା ଭାଇ,କିସି କା ଜାନ୍’ ନଚାଲିବା ପଛର କାରଣ କ’ଣ ?

ପୁରୁଣା କାହାଣୀ:

ଏହି ଚଳଚ୍ଚିତ୍ରଟି ହେଉଛି ସାଉଥ୍ ଫିଲ୍ମ 'ଭିରମ'ର ଅଫିସିଆଲ୍ ରିମେକ୍। ଫିଲ୍ମର କାହାଣୀରେ କୌଣସି ସୃଜନାତ୍ମକତା ନାହିଁ। ସାଧାରଣତଃ ସେହି ପୁରୁଣା ଘସାମଜା କାହାଣୀ ଦର୍ଶକଙ୍କୁ ନିରାଶ କରେ। ଲେଖକ ଏବଂ ନିର୍ଦ୍ଦେଶକ ଫିଲ୍ମକୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି।

Advertisment

ଶସ୍ତା ଫର୍ମୁଲା:

ଏହି ଫିଲ୍ମରେ ସଲମାନ ଖାନଙ୍କ ପୂର୍ବର କିଛି ହିଟ୍ ଫିଲ୍ମର ମିଶ୍ରଣ ଦେଖିବାକୁ ମିଳେ। ଏହି ଚଳଚ୍ଚିତ୍ରରେ 'ମୈନ୍ ପ୍ୟାର୍ କିୟା', 'ଜୟ ହୋ', 'ବଡିଗାର୍ଡ' ଏବଂ 'ଜୀତ' ଭଳି ଚଳଚ୍ଚିତ୍ରର କିଛି ଝଲକ ଦେଖିକୁ ମିଳେ। ଏସବୁ ଅନାବଶ୍ୟକ ଭାବରେ ବ୍ୟବହୃତ ହୋଇଥିବା ମନେହୁଏ।

କୌଣସି କ୍ଲାଇମାକ୍ସ ନାହିଁ:

‘କିସି କା ଭାଇ କିସି କୀ ଜାନ’କୁ ଦେଖିବାବେଳେ, ପରବର୍ତ୍ତୀ ମୁହୂର୍ତ୍ତରେ କ’ଣ ଘଟିବ ତାହା ସହଜରେ ଜାଣିହୋଇଯାଉଛି। ଏଭଳି ପରିସ୍ଥିତିରେ ଫିଲ୍ମରେ କୌଣସି କ୍ଲାଇମାକ୍ସ ନାହିଁ। ଦର୍ଶକେ ବିନା କ୍ଲାଇମାକ୍ସରେ ଫିଲ୍ମକୁ ପସନ୍ଦ କରନ୍ତି ନାହିଁ।

ଭିଲେନ୍ ବ୍ୟବହାରରେ ତ୍ରୁଟି:

ଜଗପତି ବାବୁଙ୍କ ପରି ଜଣେ ତାରକା ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ଅଛନ୍ତି। କିନ୍ତୁ ତାଙ୍କୁ ସଠିକ୍ ଭାବରେ ବ୍ୟବହାର କରାଯାଇନି।

ଅଧିକ ପଢ଼ନ୍ତୁ: ଏହି ସାଉଥ୍ ଫିଲ୍ମର୍ ରିମେକ୍ ହେଉଛି 'କିସି କା ଭାଇ କିସି କୀ ଜାନ'; ଦେଖନ୍ତୁ ପୂରା ଫିଲ୍ମ

Salman Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ